ETV Bharat / politics

ସିଇଓଙ୍କୁ ଭେଟିଲା ବିଜେଡି; ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି - BJD meets CEO - BJD MEETS CEO

BJD meets CEO: ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି । ଅଧିକ ପଢନ୍ତୁ

BJD meets CEO
BJD meets CEO
author img

By ETV Bharat Odisha Team

Published : Apr 2, 2024, 7:47 PM IST

ସିଇଓଙ୍କୁ ଭେଟିଲା ବିଜେଡି; ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି (ମଙ୍ଗଳବାର) ବିଜେଡିର ଏକ ପ୍ରତିନିଧି ଦଳ ଭେଟିଛନ୍ତି । ରାଜ୍ୟରେ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି କରିଛି ଦଳ । ଓଡ଼ିଶାରେ ବ୍ୟବସ୍ଥା ନିର୍ବାଚନ କରିବା ପାଇଁ ଅନୁରୋଧ କରିଛି ବିଜୁ ଜନତା ଦଳ ।

ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି, "ଗଣତନ୍ତ୍ରର ବଡ଼ ପର୍ବ ସାଧାରଣ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଓଡିଶାରେ ମଧ୍ୟ ଏହା ହେବାକୁ ଯାଉଛି । ଓଡିଶାରେ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ନହେବା ପାଇଁ ବିରୋଧୀ ଚେଷ୍ଟା କରିଛନ୍ତି । ବିଗତ ଦିନରେ ଆମେ ଏହା ଦେଖିଛୁ । ସମସ୍ତ ବେଆଇନ କାର୍ଯ୍ୟ କରି ସେମାନେ ନିର୍ବାଚନକୁ ପ୍ରଭାବିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସବୁବେଳେ ସମ୍ବିଧାନରେ ବିଶ୍ବାସ କରେ । ସମ୍ବିଧାନକୁ ବିଶ୍ବାସ କରି ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ସହଯୋଗ କରି ଆସିଛି ।"

ଏହା ବି ପଢନ୍ତୁ- ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ପ୍ରତାପ; ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି

ବିଗତ ସାଧାରଣ ନିର୍ବାଚନ, ଉପ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ବିରୋଧୀ ହିଂସ୍ର ଆଚରଣ କରିଛନ୍ତି । ବିଜେପି ଓ କଂଗ୍ରେସ କିପରି ଆଚରଣ କରୁଛନ୍ତି ତାହା ଲୋକେ ଦେଖୁଛନ୍ତି । କିନ୍ତୁ ବିଜେଡି ଅହିଂସା ଭାବରେ ନିର୍ବାଚନରେ ସାମିଲ ହେବାକୁ ବିଶ୍ବାସ କରେ । ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ବିଜେଡିର ପ୍ରତିନିଧି ଭେଟିଛନ୍ତି । ଆମେ ଦାବିପତ୍ର ମଧ୍ୟ ଦେଇଛୁ । ଚଳିତ ନିର୍ବାଚନର ୪ଟି ପର୍ଯ୍ୟାୟ କିପରି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ଦାବି କରିଛୁ । ସେହିପରି ଭୋଟର ମାନେ କିପରି ସୁରକ୍ଷିତ ଭାବେ ମତଦାନ କରିପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛୁ ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭିନ୍ନ ନିର୍ବାଚନରେ ବିରୋଧୀ ଦଳ ବାହୁ ଓ ଅର୍ଥ ବଳ ବ୍ୟବହାର କରି ମତଦାତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି । ଏଥର ବ୍ୟବସ୍ଥିତ ନିର୍ବାଚନ କରିବା ଲାଗି ନିର୍ବାଚନ ଆୟୋଗ ଯୋଜନା କରିଛନ୍ତି । ଓଡିଶାରେ ମଧ୍ୟ ଏହିପରି ଭାବେ କରିବେ ବୋଲି ଆଶା । ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲୋତା ଦେଓ, ଗୌତମବୁଦ୍ଧ ଦାସ, ଲେନିନ ମହାନ୍ତି, ଅମିତ ମଲ୍ଲିକ, ସୋଫିଆ ଆଲମ, ଇପସିତା ସାହୁ, ତୁମ୍ଭନାଥ ପଣ୍ଡା, ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.