ETV Bharat / politics

କଂଗ୍ରେସରେ ଥମୁନି ଟିକେଟ ତାତି, କଂଗ୍ରେସ ଭବନରେ ଏକାଧିକ ଆଶାୟୀଙ୍କ ଭିଡ - congress ticket dispute

Ticket dispute is continue in odisha congress: କଂଗ୍ରେସ ଭବନରେ ଏକାଧିକ ଆଶାୟୀଙ୍କ ଭିଡ । ଚିଲିକାରେ ଟିକେଟ ପରିବର୍ତ୍ତନ ଦାବି ଆଶାୟୀ । ନିଳଗିରି ପୂର୍ବତନ ବିଧାୟକ ମଧ୍ୟ ଦାବି କଲେ ଟିକେଟ । ଅଧିକ ପଢନ୍ତୁ

କଂଗ୍ରେସରେ ଥମୁନି ଟିକେଟ ତାତି, କଂଗ୍ରେସ ଭବନରେ ଏକାଧିକ ଆଶାୟୀଙ୍କ ଭିଡ

author img

By ETV Bharat Odisha Team

Published : Apr 24, 2024, 8:24 AM IST

କଂଗ୍ରେସ ଭବନରେ ଥମୁନି ଟିକେଟ ତାତି, କଂଗ୍ରେସ ଭବନରେ ଏକାଧିକ ଆଶାୟୀଙ୍କ ଭିଡ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ କଂଗ୍ରେସରେ ଥମିବାର ନାଁ ନେଉନି ଟିକେଟ କନ୍ଦଳ । ଗତକାଲି ମଧ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକେଟ ତାତି । ଚିଲିକା ବିଧାନସଭା ମଣ୍ଡଳୀର ଟିକେଟ ବଣ୍ଟନରେ ଚଞ୍ଚକତା ହୋଇଥିବା ଅଭିଯୋଗ କରି ଦଳର ବରିଷ୍ଠ ନେତ୍ରୀ ମିନାକ୍ଷୀ ପ୍ରଧାନ ଓ ତାଙ୍କ ସମର୍ଥନମାନେ କଂଗ୍ରେସ ଭବନରେ ଧାରଣାରେ ବସିଛନ୍ତି । ବିଧାନସଭା ଟିକେଟର ପୁନଃବିଚାର କରିବାକୁ ଦାବି କରି ସେ ଧାରଣାରେ ବସି ରହିବା ସହ ନାରବାଜି କରିଥିବା ଦେଖିବାକୁ ମିଳିଛି ।

ମିନାକ୍ଷୀ ଦୀର୍ଘଦିନ ହେବ ଚିଲିକାରେ କଂଗ୍ରସ ପାଇଁ କାର୍ଯ୍ୟ କରୁଥୁବା ବେଳେ ଦଳର ଜଣେ ଶୃଙ୍ଖଳିତ କାର୍ମୀ ଭାବେ ସବୁ ନିର୍ଦ୍ଦେଶକୁ ପାଳନ କରି ଦଳର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଥିବା ତାଙ୍କ ସମର୍ଥକ କହିଛନ୍ତି । ଦୀର୍ଘ ୩୫ ବର୍ଷ ହେବ ସଂଗଠନ ପାଇଁ କାର୍ଯ୍ୟ କରିବା ସହ ଲୋକଙ୍କ ସାଥିରେ ଯୋଡି ହୋଇଥିଲେ ଆଉ ଟିକେଟ ପାଇଁ ମଧ୍ୟ ଆଶାୟୀ ଥିଲେ । ଶୀର୍ଷ ନେତୃବୃନ୍ଦ ମଧ୍ୟ ତାଙ୍କୁ ଚଳିତ ଥର ଟିକେଟ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ପ୍ରତିଶୃତି ପୂରଣ ନକରି ପ୍ରଦୀପ ସ୍ୱାଇଁଙ୍କୁ ଟିକେଟ ଦିଆଗଲା । ଯିଏକି ଗତଥର ହାରିଛନ୍ତି । ଆଉ ନିର୍ବାଚନରେ ଆକଳନଠାରୁ କମ ସଂଖ୍ୟକ ଭୋଟ ମଧ୍ୟ ପାଇଛନ୍ତି । ଏଭଳି ପ୍ରାଥୀଙ୍କୁ ଦଳ ଟିକେଟ ଦେଉଛି । ଯାହା ନିର୍ବାଚନ ମଣ୍ଡଳୀ ପାଇଁ ଶୁଭଙ୍କର ନୁହେଁ । ତେଣୁ ଟିକେଟ ପ୍ରତ୍ୟାହାର କରାଯାଇ ମୀନାକ୍ଷିଙ୍କୁ ଟିକେଟ ଦିଆଯାଉ । ଯଦି ଦଳ ନିଷ୍ପତ୍ତିରେ ପରିବର୍ତ୍ତନ ନକରେ, ତେବେ ସେମାନେ ଧାରଣାରେ ବସିରହିବେ ବୋଲି ମିନାକ୍ଷୀଙ୍କ ସମର୍ଥକ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ‘ବିଜେଡି-ବିଜେପି ଶାସନରେ ଉପେକ୍ଷିତ ଲୋକଙ୍କ ସମର୍ଥନ କଂଗ୍ରେସକୁ ଜିତାଇବ’ - Yasir Nawaz

ସେପଟେ ଏବେବି ଅନେକ ନିର୍ବାଚନ ମଣ୍ଡଳୀରେ ଟିକେଟ ଘୋଷଣା ବାକିଥିବା ବେଳେ ନୀଳଗିରିର ନେତା ଓ କର୍ମୀମାନେ କଂଗ୍ରେସସ ଭବନରେ ମଧ୍ୟ ଭିଡ ଜମାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ଟିକେଟ ବଣ୍ଟନ ସମ୍ପର୍କରେ ଆଲୋଚନା କରିଛନ୍ତି ପୂର୍ବତନ ନିଳଗିରି କଂଗ୍ରେସ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ । ନିଜ ଟିକେଟ ପାଇଁ ଲବି କରିବା ସହ ଅକ୍ଷୟ କହିଛନ୍ତି ସେ କରିଥିବା କାର୍ଯ୍ୟଧାରାକୁ ନେଇ ତାଙ୍କୁ ଦଳ ଟିକେଟ ଦେବ ବୋଲି ମଧ୍ୟ ସେ ଆଶା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.