ETV Bharat / politics

ଅନ୍ଧାରରେ ପ୍ରଣବଙ୍କ ଭବିଷ୍ୟତ; କାହିଁକି କମୁଛି ବବିଙ୍କ ପତିଆରା, ବିବାଦ ପରେ ହାତ ଛାଡିଦେଲା କି ବିଜେଡି ! - Pranab Prakash Das political carrer

author img

By ETV Bharat Odisha Team

Published : Jul 12, 2024, 9:35 AM IST

Updated : Jul 12, 2024, 10:44 AM IST

Pranab Das role in BJD after 2024 defeat: 2024 ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ ପ୍ରଣବ । ତାଙ୍କୁ ଦ୍ବିତୀୟ କ୍ଷମତା କେନ୍ଦ୍ର ବି କୁହାଯାଉଥିଲା । ହେଲେ ୨୦୨୪ ପରାଜୟ ପରେ ମଳିନ ପଡିଛି ପ୍ରଣବଙ୍କ ଛବି । ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗିଥିବା ବେଳେ ଏଯାଏଁ ପ୍ରଣବଙ୍କୁ କିଛି ଗୁରୁଦାୟିତ୍ବ ଦିଆଯାଇନି । ଏମିତିରେ ବିଜେଡିରେ କ'ଣ ହେବ ପ୍ରଣବଙ୍କ ଭବିଷ୍ୟତ, ଆଉ ବିବାଦ ପରେ ହାତ ଛାଡିଦେବ କି ବିଜେଡି ? ତାକୁ ନେଇ ଚର୍ଚ୍ଚା ହେଉଛି । ପଢନ୍ତ ପୁରା ଖବର

କାହିଁକି କମୁଛି ପ୍ରଣବଙ୍କ ପତିଆରା, ବିବାଦ ପରେ ହାତ ଛାଡିଦେଲା ବିଜେଡି !
କାହିଁକି କମୁଛି ପ୍ରଣବଙ୍କ ପତିଆରା, ବିବାଦ ପରେ ହାତ ଛାଡିଦେଲା ବିଜେଡି ! (ETV Bharat Odisha)

ଭୁବନେଶ୍ବର: ପ୍ରଣବ ପ୍ରକାଶ ଦାସ, ଓଡ଼ିଶା ରାଜନୀତିରେ ଜଣେ ଜଣାଶୁଣା ଓ ବେଶ ପରିଚିତ ନାଁ । ରାଜନୈତିକ ପରିବାରରୁ ଆସିଥିବା ପ୍ରଣବ 2009 ମସିହାରୁ ସକ୍ରିୟ ରାଜନୀତିରେ ଅଛନ୍ତି । ନବୀନ ସରକାରରେ ମନ୍ତ୍ରୀ ହେବା ସହ ପ୍ରଣବ ବିଜେଡି ସଂଗଠନର ସର୍ବୋଚ୍ଚ ପଦରେ ମଧ୍ୟ ଅଧିଷ୍ଠିତ ହୋଇଛନ୍ତି । 2024 ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଅଖଣ୍ଡ କ୍ଷମତାର ଅଧିକାରୀ ଥିବା ପ୍ରଣବଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଏବେ ନାନା ଆଶଙ୍କା ସୃଷ୍ଟି ହୋଇଛି । ସାଧାରଣ ନିର୍ବାଚନରେ ବିଜେଡି ଓ ନିଜର ପରାଜୟ ପରେ ବିଭିନ୍ନ କାରଣରୁ ବିବାଦୀୟ ହୋଇପଡିଛନ୍ତି ପ୍ରଣବ । ବିଜେଡିର ଛବି ସୁଧାର ପ୍ରକ୍ରିୟାରେ ଦଳୀୟ ସଂଗଠନରେ ପ୍ରଣବଙ୍କ ଗୁରୁତ୍ୱ ଟିକେ କମିବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ଧାରରେ ପ୍ରଣବଙ୍କ ଭବିଷ୍ୟତ (ETV Bharat Odisha)

ସ୍ବର୍ଗତ ନେତା ଅଶୋକ ଦାସଙ୍କ ପୁଅ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ । 2009ରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ପ୍ରଣବ । ନାଟକୀୟ ଢଙ୍ଗରେ ବିଜେଡିରେ ସାମିଲ ହୋଇଥିବା ପ୍ରଣବଙ୍କୁ ପ୍ରଥମ ପରୀକ୍ଷାରେ ସଫଳତା ମିଳିଥିଲା । 2009 ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇ ପ୍ରଥମ ଥର ବିଧାନସଭା ଆସିଥିଲେ । 2014 ଓ 2019ରେ ମଧ୍ୟ ଯାଜପୁରରୁ ସେ ନିର୍ବାଚିତ ହୋଇଛନ୍ତି । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶକ୍ତି ମନ୍ତ୍ରୀ ହୋଇଥିଲେ । ନିର୍ବାଚନ ରାଜନୀତିରେ ସଫଳତା ପାଉଥିବା ପ୍ରଣବଙ୍କୁ ଦଳୀୟ ସଂଗଠନରେ ମଧ୍ୟ ଗୁରୁତ୍ୱ ମିଳିବାରେ ଲାଗିଥିଲା । ବିଜେଡି ସଭାପତି ତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲେ । ଯାହାକୁ ପ୍ରଣବ ସଫଳତାର ସହ ତୁଲାଇଥିଲେ ।

ସାଂଗଠନିକ ଦକ୍ଷତା ପ୍ରଣବଙ୍କର ୟୁଏସବି । ତେଣୁ ସେ ଖୁବଶୀଘ୍ର ଦଳୀୟ ନେତାଙ୍କ ମହଲରେ ଗ୍ରହଣୀୟ ହେବାରେ ଲାଗିଥିଲେ । 2017 ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଝଟକା ଲାଗିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବରେ ବିଜେପି ଧୀରେ ଧୀରେ ସଶକ୍ତ ହେବାରେ ଲାଗିଥିଲା । ତେଣୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇ ରାଜ୍ୟ ସଂଗଠନର ଦାୟିତ୍ୱ ନେଇଥିଲେ ପ୍ରଣବ । ପ୍ରଣବଙ୍କ ନେତୃତ୍ୱରେ ଦଳ ପୁନର୍ବାର ସଂଗଠନ ସୁଦୃଢ କରିବା ସହ 2019 ବଡ଼ ବିଜୟ ହାସଲ କରିଥିଲା ବିଜେଡି । 2019 ନିର୍ବାଚନରେ ଦଳ ହରେଇଥିବା ବିଧାନସଭା କ୍ଷେତ୍ରର ଦାୟିତ୍ୱ ନିଜେ ନେଇଥିଲେ ପ୍ରଣବ । ଦଳୀୟ ସଂଗଠନ ସୁଦୃଢ କରିବା ସହ 2022 ପଞ୍ଚାୟତ ନିର୍ବାଚନରେ ବିଜେଡି ସମସ୍ତ 30 ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । ଏହା ଭିତରେ ଦଳ ସମ୍ମୁଖୀନ ହୋଇଥିବା ସମସ୍ତ ଉପନିର୍ବାଚନ ବିଜେଡ଼ି ଜିତିଥିଲା ।

ଏହା ମଧ୍ୟ ପଢନ୍ତୁ: ଭାଙ୍ଗିଲା ପ୍ରଣବଙ୍କ ସରକାରୀ ବାସଭବନ; କ୍ୱାର୍ଟର ଯେମିତି ଥିଲା ସେମିତି ଫେରାଇବି କହିଲେ ବବି, ବିଜେପି କହିଲା ଚାଲିଥିଲା ଖଟିଆ ସେବା - Demolition Of Govt Quarters

କେବଳ ଧାମନଗର ଉପ ନିର୍ବାଚନରେ ବିଜେଡିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ସାଧାରଣ ନିର୍ବାଚନରେ ଦଳର ଆବଶ୍ୟକତା ଦୃଷ୍ଟିରୁ ନିଜର ସୁରକ୍ଷିତ ଆସନକୁ ପ୍ରଣବଙ୍କୁ ଛାଡିବାକୁ ପଡିଥିଲା । ସମ୍ବଲପୁରରୁ ଲୋକସଭା ଆସନରୁ ଲଢ଼ି ପରାଜିତ ହୋଇଛନ୍ତି ପ୍ରଣବ । ସେହିପରି ତାଙ୍କ ମା' ସନ୍ଧ୍ୟାରାଣୀ ଦାସ ମଧ୍ୟ କୋରେଇ ଆସନରୁ ହାରିଛନ୍ତି । ବିଜେଡି ପରାଜୟ ଲାଗି ଦଳର ବହୁ ନେତା ଖୋଲାଖୋଲି ଭାବେ ପ୍ରଣବଙ୍କୁ ଟାର୍ଗେଟ କରୁଛନ୍ତି । ଏହାସହ ସରକାରୀ କ୍ୱାର୍ଟରେ ନିର୍ମାଣ ଲାଗି ବିବାଦରେ ଛନ୍ଦି ହୋଇଛନ୍ତି ପ୍ରଣବ । ସେହିପରି ଯାଜପୁର କୁସୁମାରେ ଅତ୍ୟାଧୁନିକ କଟେଜ ନିର୍ମାଣ ବିବାଦରେ ତାଙ୍କୁ ଟଣାଯାଇଛି । ଯାହାକୁ ନେଇ ପ୍ରଣବଙ୍କ ଛବି ସାଧାରଣରେ ମଳିନ ପଡିବାରେ ଲାଗିଛି । ନିର୍ବାଚନ ପୂର୍ବରୁ ବିଜେଡି ସଂଗଠନରେ ପ୍ରଣବଙ୍କର ଥିବା ଦବଦବା କମିଥିବା ଚର୍ଚ୍ଚା ହେଉଛି ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗି ଦେଇଛନ୍ତି । ସଂଗଠନ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ପ୍ରଣବଙ୍କର ପରବର୍ତ୍ତୀ ଦାୟିତ୍ୱ କ'ଣ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପ୍ରଣବ ଏବେ ବି ସାଂଗଠନିକ ସମ୍ପାଦକ ଦାୟିତ୍ବରେ ଅଛନ୍ତି କି ନାହିଁ ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ଯେ, ରାଜ୍ୟ ସଂଗଠନ ସମ୍ପର୍କରେ ବିଜେଡି ଖୁବଶୀଘ୍ର ନିଷ୍ପତ୍ତି ନେବ । ସଂଗଠନ ତାଲିକା ଆସିଲେ ପ୍ରଣବଙ୍କୁ କ'ଣ ଦାୟିତ୍ୱ ମିଳିବ ତାହା ସ୍ପଷ୍ଟ ହେବ । କିନ୍ତୁ ଏହା ସ୍ପଷ୍ଟ ଯେ କିଛି ଘଟଣାକୁ ନେଇ ପ୍ରଣବଙ୍କ ଛବି ମଳିନ ପଡିଛି । ଦଳ ତା' ଦ୍ୱାରା ନିନ୍ଦିତ ହୋଇଛି । କିନ୍ତୁ ଦକ୍ଷ ସଂଗଠକ ହୋଇଥିବାରୁ ପ୍ରଣବଙ୍କୁ ବିଜେଡି ସଂଗଠନରୁ ବେଶୀ ଦିନ ଦୂରେଇ ରଖାଯାଇପାରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 12, 2024, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.