ETV Bharat / politics

୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା, ଫଟୋ ହେଲା ଭାଇରାଲ - Bed of Rs 500 Notes - BED OF RS 500 NOTES

BED OF RS 500 NOTES: ଏବେ ସୋସିଆଲ ମିଡିଆରେ ଆସାମର ଜଣେ ନେତାଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି । ଫଟୋରେ ନେତା ଜଣକ ୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 28, 2024, 7:54 AM IST

ଗୌହଟୀ: ୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା । ଆସାମ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ(UPPL)ର ଜଣେ ନିଲମ୍ବିତ ନେତା ଖଟ ଉପରେ ନୋଟ ବିଛାଇ ଶୋଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ନେତାଙ୍କ ନାମ ବେଞ୍ଜାମିନ ବାସୁମତାରି । ଭାଇରାଲ ଫଟୋରେ ଦେଖାଯାଇଛି, ଖଟରେ ୫୦୦ ଟଙ୍କା ନୋଟ୍ ବିଛାଯାଇଛି । ତା' ଉପରେ ବାସୁମତାରି ଶୋଇଛନ୍ତି ଏବଂ ତାଙ୍କର ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଦେହ ସାରା ନୋଟ୍ ପଡିଛି । ଆସାମ ନେତାଙ୍କ ଏହି ଫଟୋକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବେଞ୍ଜାମିନ ବାସୁମତାରି ବର୍ତ୍ତମାନ ଆସାମର ବୋରଲାଣ୍ଡ ଟେରିଟୋରିଆଲ ରିଜିଅନ (BTR)ର ଉଦଲଗିରି ଜିଲ୍ଲା ଭାଇରଗୁରି ଗ୍ରାମର VCDC (Village Council Development Council) ଚେୟାରମ୍ୟାନ ଅଛନ୍ତି । ଲାଞ୍ଚ ମାମଲାରେ ନିକଟରେ ତାଙ୍କୁ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ ଦଳରୁ ନିଲମ୍ବିତ କରିଥିଲା । ବେଞ୍ଜାମିନ ନୋଟ ଉପରେ ଶୋଇଥିବାର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିବା ମାତ୍ରେ ଏହା ଖୁବ୍ ଭାଇରାଲ ହୋଇଛି । କହିରଖୁଛୁ କି, UPPL ବୋରଲାଣ୍ଡ ଟେରିଟୋରିଆଲ କାଉନସିଲର ଶାସକ ଦଳ ଥିବାବେଳେ ଆସାମରେ ବିଜେପିର ଏକ ସହଯୋଗୀ ମଧ୍ୟ ଅଟେ ।

ଏହା ମଧ୍ୟ ପଢନ୍ତୁ: ଆପତ୍ତିଜନକ ମନ୍ତବ୍ୟ ମାମଲା: ସୁପ୍ରିୟା ଓ ଦିଲ୍ଲୀପଙ୍କୁ ନର୍ବାଚନ କମିଶନଙ୍କ ନୋଟିସ - EC Notice To Supriya Dilip

ମିଳିଥିବା ସୂଚନା ଅନୁଯାୟୀ, ବେଞ୍ଜାମିନ ବାସୁମତାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମନରେଗା ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ଆସିଥିଲା । ଏହାପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏବେ ନୋଟ ଗଦି ଉପରେ ତାଙ୍କର ଶୋଇବାର ଭାଇରାଲ ଫଟୋ ପ୍ରସଙ୍ଗରୁ UPPL ନିଜକୁ ଦୂରେଇ ରଖିଛି । ଏହିସହ ବେଞ୍ଜାମିନଙ୍କ ସହିତ UPPLର କୌଣସି ସମ୍ପର୍କ ନାହିଁ ବୋଲି UPPL ମୁଖ୍ୟ ପ୍ରମୋଦ ବୋରୋ ସ୍ପଷ୍ଟ କରିଛନ୍ତି ।

ଏନେଇ ସେ ଏକ୍ସରେ କହିଛନ୍ତି, ''ବେଞ୍ଜାମିନ ବାସୁମତାରିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆମେ ସ୍ପଷ୍ଟ କରୁଛୁ ଯେ, ବାସୁମତାରି UPPL ସହ ଜଡିତ ନାହାନ୍ତି । ତାଙ୍କୁ ଜାନୁଆରୀ ୧୦ରେ ଦଳରୁ ନିଲମ୍ବିତ କରାଯାଇଥିଲା । ଏହାସହ ବିଟିସି ସରକାର ୨୦୨୪ ଫେବୃଆରୀ ୧୦ରେ ତାଙ୍କୁ ଭିସିଡିସିର ଚେୟାରମ୍ୟାନ ପଦରୁ ହଟାଇଥିଲେ । ତାଙ୍କର କାର୍ଯ୍ୟକଳାପ ପାଇଁ କେବଳ ସେ ସମ୍ପୂର୍ଣ୍ଣ ରୂପେ ଦାୟୀ । ଏହାସହିତ ଦଳରୁ କୌଣସି ପ୍ରକାର ସମ୍ପର୍କ ନାହିଁ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.