ETV Bharat / politics

ଟିକେଟ ଘୋଷଣାରେ ବିଳମ୍ବ, ରଘୁନନ୍ଦନଙ୍କ ବାସଭବନରେ କର୍ମୀଙ୍କ ମେଳି - Demand For Ticket

author img

By ETV Bharat Odisha Team

Published : Apr 13, 2024, 7:52 PM IST

Updated : Apr 13, 2024, 10:31 PM IST

Demand For Ticket: ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ଟେନସନରେ ନେତା । ନିର୍ବାଚନ ମଣ୍ଡଳୀ ଛାଡି ରାଜଧାନୀ ମୁହାଁ କର୍ମୀ । ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କ ସମର୍ଥକ ତୁରନ୍ତ ଟିକେଟ୍ ଦେବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ

Ticket Demand
Ticket Demand
Ticket Demand

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନରେ ଆଜି ଦେଖିବାକୁ ମିଳିଛି କର୍ମୀଙ୍କ ମେଳି । ବାଲିକୁଦା ଏରସମା ଟିକେଟ ଘୋଷଣାରେ ବିଳମ୍ବ ନେଇ ରଘୁନନ୍ଦନ ଦାସଙ୍କ ସମର୍ଥକ ଆଜି ରାଜଧାନୀରେ ମେଳି ବାନ୍ଧିଛନ୍ତି । ଖାଲି ସେତିକି ନୁହେଁ, ତୁରନ୍ତ ଟିକେଟ ଘୋଷଣା କରିବାକୁ ଦାବି କରିଛନ୍ତି ରଘୁନନ୍ଦନଙ୍କ ସମର୍ଥକ । କିଛିଦିନ ପୂର୍ବରୁ ରଘୁନନ୍ଦନଙ୍କ ସମର୍ଥନରେ ବାଲିକୁଦା ଓ ଏରସମା ବ୍ଲକର ଅଧ୍ୟକ୍ଷ ସମର୍ଥକଙ୍କ ସହ ନବୀନ ନିବାସ ଆସିଥିଲେ । ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ଦେଇଥିଲେ । ରଘୁନନ୍ଦନଙ୍କୁ ସମର୍ଥନ ମଧ୍ୟ ଘୋଷଣା କରିଥିଲେ । ଅଞ୍ଚଳର ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ସମର୍ଥନ ରଘୁନନ୍ଦନଙ୍କ ସହ ଥିବାରୁ ତାଙ୍କୁ ପୁନର୍ବାର ଟିକେଟ ଦିଆଯାଉ ବୋଲି ଦାବି କରିଥିଲେ ।

ଅପରପକ୍ଷେ, ବିଜେଡି ନେତା ସଞ୍ଜୀବ ବିଶ୍ୱାଳ ମଧ୍ୟ ଟିକେଟ ଦାବି କରୁଛନ୍ତି । ରଘୁନନ୍ଦନ ବିଜେଡି ନେତା ଓ କର୍ମୀଙ୍କୁ ଅବହେଳା କରୁଥିବା ସେ ଅଭିଯୋଗ କରୁଛନ୍ତି । ବିଜେପି ଛାଡି ତାଙ୍କ ସହ ବିଜେଡି ଆସିଥିବା ନେତା ଓ କର୍ମୀଙ୍କୁ ରଘୁନନ୍ଦନ ଗୁରୁତ୍ୱ ଦେଉଥିବା ସେ ଅଭିଯୋଗ କରିଛନ୍ତି । ନିକଟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜୀବ ବିଶ୍ୱାଳ । ବିଜେଡି ତାଙ୍କୁ ବାଲିକୁଦା - ଏରସମାରେ ଟିକେଟ ଦେଇ ଥଇଥାନ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସ ଛାଡିଥିବା ବାପି ସର୍ଖେଲଙ୍କ ଯେହେତୁ ଟିକେଟ କନଫର୍ମ ହେଉନାହିଁ ତେଣୁ ବାପି ବିଜେଡିରେ ସାମିଲ ହୋଇପାରୁନଥିବା ଚର୍ଚ୍ଚା ହେଉଛି ।

ଦ୍ଵନ୍ଦ୍ବ ଓ କର୍ମୀଙ୍କ ଦାବି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ । ସେ କହିଛନ୍ତି, "ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ କଥା । ଟିକେଟ ନେଇ ମୋର ଯେତିକି ଆଶଙ୍କା ନାହିଁ, ତା'ଠାରୁ ଅଧିକ ମୋ କର୍ମୀ ଓ ବନ୍ଧୁ ଚିନ୍ତିତ । କିନ୍ତୁ ମୋ ନେତାଙ୍କ ଉପରେ ମୋର ଦୃଢ଼ ବିଶ୍ଵାସ ଅଛି । ମୋ ନେତା ନବୀନ ପଟ୍ଟନାୟକ ସଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ଟିକେଟ ଦାବିଦାର ଅନେକ ରହିବେ । ଏହା ଏକ ଗତାନୁଗତିକ ଧାରା । କିନ୍ତୁ ତା'ମାନେ ନୁହେଁ ଯେ, ମୋ ନେତା ସେଥିରେ ପ୍ରଭାବିତ ହେବେ ।"
ଏହା ବି ପଢନ୍ତୁ...ଭୁବନେଶ୍ବରରେ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଟେନ୍‌ସନ୍‌, ବିଜୟରେ ବାଧକ ସାଜିବେ ଅସନ୍ତୁଷ୍ଟ ନେତା ! - BJD Ticket Tension

ସେ ଆହୁରି ମଧ୍ୟ କହିଛନ୍ତି , "ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ସଭାପତି ଚୟନ କରିବେ । ମୋତେ ଯେଉଁ ଭରସା ଓ ବିଶ୍ୱାସରେ ସେ ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇଥିଲେ ସେଥିରେ ଯଦି ତ୍ରୁଟି ଥିବ ତେବେ ସେ ତାଙ୍କ ଗଣତିରୁ ବାଦ ଦେଇପାରନ୍ତି । ମୁଁ ସେଭଳି କିଛି ତ୍ରୁଟି କରିନାହିଁ ବୋଲି ଭାବୁଛି । ସରକାରରେ ଥିବାବେଳେ ସରକାରଙ୍କୁ କେବେ ଅକଳରେ ପକାଇଲା ପରି କାର୍ଯ୍ୟ କରିନାହିଁ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ଅଛନ୍ତି । ମୁଁ ଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ ପ୍ରାର୍ଥୀତ୍ବ କଥା କହିଥିଲି । ସୁଯୋଗ ସୃଷ୍ଟି ହୋଇଥିବାରୁ ଅନେକ ଚର୍ଚ୍ଚା ହେବ । କିନ୍ତୁ ଏହାର ଅର୍ଥ ନୁହେଁ, ତାହା ହିଁ ଶେଷ । ଆହୁରି ନୂଆ ଚର୍ଚ୍ଚା ମଧ୍ୟ ହୋଇପାରେ । ଯେପର୍ଯ୍ୟନ୍ତ ଟିକେଟ ଘୋଷଣା ନହୋଇଛି, ସେ ପର୍ଯ୍ୟନ୍ତ ଏଭଳି ଚର୍ଚ୍ଚା ଓ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 13, 2024, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.