ETV Bharat / politics

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା, ପ୍ରଶାନ୍ତ ଜଗଦ୍ଦେବଙ୍କୁ କାଳୁ ସମର୍ଥକଙ୍କ ବିରୋଧ - Ruckus At BJP Party Office

author img

By ETV Bharat Odisha Team

Published : Mar 30, 2024, 8:27 PM IST

Prasant Jagadev Vs Kalu Khandayatray: ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବା ନେଇ ସାଂସଦ ଅପରାଜିତା ଦେଇଥିବା ମନ୍ତବ୍ୟକୁ ନେଇ ତେଜିଛି ବିରୋଧ । ଅଧିକ ପଢନ୍ତୁ

Oppose To Prasant Jagdev
Oppose To Prasant Jagdev

Oppose To Prasant Jagdev

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହାଇଡ୍ରାମା । ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖୋର୍ଦ୍ଧା ଅଞ୍ଚଳରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ନଦେବାକୁ ଦାବି କରି ବିରୋଧ କରିଛନ୍ତି ବିଜେପି କର୍ମୀ । ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଜେପି ଟିକେଟ୍ କିଏ ନେବ ତାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। କାରଣ ଖୋର୍ଦ୍ଧାରୁ ଏବେ ଦୁଇ ଜଣ ନେତା ଜଣେ ହେଲା ପ୍ରଶାନ୍ତ ଜଗଦେବ ଏବଂ ଆଉ ଜଣେ କାଳୁ ଖଣ୍ଡାୟତରାୟ । ଏବେ ଏହି ଦୁଇ ଜଣ ଖୋର୍ଦ୍ଧା ଟିକେଟ୍ ପାଇଁ ଆଶାୟୀ ଥିବାବେଳେ ଗତକାଲି (ଶୁକ୍ରବାର) ଭୁବନେଶ୍ଵର ସାଂସଦ ଏକ ସଭାରେ କହିଥିଲେ, "ପ୍ରଶାନ୍ତ ଜଗଦେବକୁ ବିଧାନସଭା ପଠାଇବା ମୋର ଦାୟିତ୍ବ। କାରଣ ମୁଁ ତାଙ୍କୁ ବିଜେପିରେ ସାମିଲ କରିଛି।" ଏହା ପରେ କାଳୁ ଖଣ୍ଡାୟତରାୟଙ୍କ କର୍ମୀମାନେ ବିଚଳିତ ହୋଇଥିଲେ। କାଳୁ ଖଣ୍ଡାୟତ ରାୟ 2019 ରୁ ବିଜେପି ରୁ ଟିକେଟ ପାଇଥିଲେ। ସେ ବିଜେପିର ସକ୍ରିୟ ନେତା।

ତେବେ ଆଜି ଏହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା । ଦଳୀୟ କର୍ମୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ସେମାନେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଲେ ହଜାର ହଜାର ବିଜେପି କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଗତକାଲି ରାତିରେ ଖୋର୍ଦ୍ଧା ମଳିପଡା ସ୍ଥିତ ବିଜେପି ପାର୍ଟି ଅଫିସରେ ହଙ୍ଗାମା କରିଥିଲେ କାଳୁଚରଣ ଖଣ୍ଡାୟତ ରାୟଙ୍କ ସମର୍ଥକ ।

ଏହା ମଧ୍ୟ ପଢନ୍ତୁ...ପୁଣି ଜୋର ଧରିଲା 'ଅପରାଜିତା ହଟାଅ ବିଜେପି ବଞ୍ଚାଅ' ନାରା - BJP Workers Opposing Aparajita

ସେପଟେ ଏହି ଉତ୍ତେଜନାକୁ ଶାନ୍ତ କରାଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ସେ କହିଛନ୍ତି ଯେ, ନିର୍ବାଚନ ଲଢିବାକୁ ସେ ବିଜେପିରେ ସାମିଲ ହୋଇନାହାନ୍ତି। ଜଣେ ସୈନିକ ଭାବେ କାମ କରିବେ । କାଳୁ ଖଣ୍ଡାୟତଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । କିନ୍ତୁ ଯଦି ଦଳ ତାଙ୍କୁ ପ୍ରାର୍ଥୀ କରେ ତେବେ ସେ ନିର୍ବାଚନ ଲଢିବେ । ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ ସବୁ କରିବେ ବୋଲି କହିଛନ୍ତି କାଳୁ ସାମନ୍ତରାୟ । ଏହି ସବୁ ଭିତରେ କାଳୁ କହିଛନ୍ତି, "ମୁଁ କାମ କରିଛି ଟିକେଟ୍ ନେବି। ୧୦୦% ଟିକେଟ୍ ନେବି । ଯଦି ଦଳ ମୋତେ ଟିକେଟ୍ ନଦେଲା ତା’ପରେ ଯାହା ହେବ ଦେଖିବେ। ମୁଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଆଲୋଚନା କଲି ସେ ମୋତେ ଆଶ୍ୱସନା ଦେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.