ETV Bharat / politics

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ, ମିଥ୍ୟା ଅଭିଯୋଗରେ ଗିରଫ ନେଇ ବର୍ଷିଲା ଜିଲ୍ଲା ଆପ୍‌ - Arvind Kejriwal Arrest Issue - ARVIND KEJRIWAL ARREST ISSUE

AAP raise voice against BJP in Sundargarh: ସୁନ୍ଦରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟ ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ଆସିଛି ଅଭିଯୋଗ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଯାଇଥିବା କହିଛି ଆମ ଆଦମୀ ପାର୍ଟି । ଅଧିକ ପଢ଼ନ୍ତୁ,

ଅରବିନ୍ଦ କେଜରିୱାଲ ଗିରଫ ମାମଲା
ଅରବିନ୍ଦ କେଜରିୱାଲ ଗିରଫ ମାମଲା
author img

By ETV Bharat Odisha Team

Published : Mar 24, 2024, 10:57 PM IST

ଅରବିନ୍ଦ କେଜରିୱାଲ ଗିରଫ ମାମଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟ ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ଆସିଛି ଅଭିଯୋଗ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଯାଇଥିବା କହିଛି ଆମ ଆଦମୀ ପାର୍ଟି । ତେବେ ଭାରତୀୟ ଜନତା ପାର୍ଟି ଅଭିଯୋଗକାରୀଠାରୁ ଚାନ୍ଦା ଆଦାୟ କରିଥିବା କହି ପାର୍ଟି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସୁନ୍ଦରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟି । ଯାହାକୁ ନେଇ ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଏହି ସୂଚନା ଦିଆଯାଇଛି ।

ଆମ୍ ଆଦ‌ମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ୱନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି ବୋଲି କହିଛି ଆପ । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି କେଜ୍ରିୱାଲଙ୍କୁ ଜେଲ ପଠାଇଥିବା ପ୍ରମାଣିତ ହେଉଛି ବୋଲି କହିଛି ସୁନ୍ଦରଗଡ ଜିଲ୍ଲା ଆପ ଦଳ । ତେବେ ସୁନ୍ଦରଗଡ଼ ଜିଲ୍ଲା ଆପ କହିଛି ଯେ ‘‘କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ହେଉଛି ପି ଶରତ ଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ।

ତେବେ ବିଗତ ୨୩ ଫେବ୍ରୁଆରୀ ୨୦୨୩କୁ ମନୀଷ ସିସୋଦିଆଙ୍କୁ ଗିରଫ କରିବା ପରଠୁ ବକ୍ତବ୍ୟ ଛଡ଼ା ଇଡି କୌଣସି ପ୍ରମାଣିକ ତଥ୍ୟ ଆଜି ପର୍ଯ୍ୟନ୍ତ କୋର୍ଟ ନିକଟରେ ପ୍ରସ୍ତୁତ କରି ପାରିନାହାନ୍ତି ବୋଲି କହିଛି ସୁନ୍ଦରଗଡ଼ ଜିଲ୍ଲା ଆପ । ଏହାସହ ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡ ତଥ୍ୟରୁ ଅତି ସାଙ୍ଘାତିକ କଥା ଜଣାପଡିଛି । ପି ଶରତ ଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହନ୍ତି । ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ ଔଷଧ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର ଅନ୍ୟ କିଛି କମ୍ପାନୀ ମଧ୍ୟ ଅଛି । ଇଡି ତରଫରୁ ସରଥ ଚନ୍ଦ୍ର ରେଡ୍ଡୀଙ୍କୁ ମଦ ଘୋଟଲାର ମୁଖ୍ୟ ପୁରୋଧା କହି ଗିରଫ କରାଗଲା । ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜରିୱାଲଙ୍କ ବିଷୟରେ କିଛି କହି ନାହାନ୍ତି ଏବଂ ତାଙ୍କୁ କୌଣସି ଟଙ୍କା ଦେଇନାହାନ୍ତି କହିଲେ ବୋଲି କହିଛି ଆପ।

ଏହା ମଧ୍ୟ ପଢ଼ନ୍ତୁ.... ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ, କେନ୍ଦୁଝରରେ ବିଜେପି ଉପରେ ବର୍ଷିଲା ଆପ୍‌ - Arvind Kejriwal Arrest Issue

ତେବେ ଇଡି ତାଙ୍କର ବେଲର ବିରୋଧ କଲା ଏବଂ ଲମ୍ବା ସମୟ ଯାଏଁ ତାଙ୍କୁ ଜେଲରେ ରଖିଲା । ବର୍ତ୍ତମାନ ଯାହା ନିର୍ବାଚନ ଆୟୋଗଙ୍କ ୱେବସାଇଟରୁ ଜଣା ପଡିଛି ଯେ କିଛି ମାସ ପରେ ସରଥ ରେଡ୍ଡୀ ଇଲେକ୍ଟରାଲ ବଣ୍ଡ ମାଧ୍ଯମରେ ଭାରତୀୟ ଜନତା ପାର୍ଟିକୁ ୫ କୋଟି ଟଙ୍କା ଲାଞ୍ଚ ଦେଇଛି ବୋଲି ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ସରକାରୀ ସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା ବୋଲି ଅଭିଯୋଗ ହୋଇଛି ।

ଇଲେକ୍ଟରାଲ ବଣ୍ଡ ତଥ୍ୟରୁ ଆହୁରି ଜଣା ପଡିଛି ଯେ ପି ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି । ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ କୋଟି କୋଟି ଟଙ୍କା ଚାନ୍ଦା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଆମ ଆଦମୀ ପାର୍ଟି ସୁନ୍ଦରଗଡ଼ କହିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି ଯେ ମଦ ବେପାରୀଙ୍କୁ ଧମକ ଚମକ କରି ତାଙ୍କ ଠାରୁ ଭାରତୀୟ ଜନତା ପାର୍ଟି କୋଟି କୋଟି ଟଙ୍କା ଲାଞ୍ଚ ନେଇଛି । ଆମ ଆଦମୀ ପାର୍ଟି ଦାବି କରୁଛି ଯେ ଇଡି ତରଫରୁ ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ଉପରେ ତୁରନ୍ତ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.