ETV Bharat / politics

ବିଜେଡିରେ ଯୋଗଦେଲେ ସୁକାନ୍ତ କୁମାର ପାଣିଗ୍ରାହୀ - ବିଜେଡିରେ ମିଶିଲେ ସୁକାନ୍ତ ପାଣିଗ୍ରାହୀ

Sukanta Kumar Panigrahi joins BJD: ବିଜେଡିରେ ଯୋଗଦେଲେ ସ୍ୱେଚ୍ଛାକୃତ ଅବସରପ୍ରାପ୍ତ ବରିଷ୍ଠ ଆକାଉଣ୍ଟ ଅଫିସର ସୁକାନ୍ତ କୁମାର ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା କହିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 22, 2024, 6:48 AM IST

Updated : Feb 22, 2024, 2:13 PM IST

ବିଜେଡିରେ ଯୋଗଦେଲେ ସୁକାନ୍ତ କୁମାର ପାଣିଗ୍ରାହୀ

ଭୁବନେଶ୍ବର: ବିଜେଡିରେ ମିଶିଲେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ସ୍ୱେଚ୍ଛାକୃତ ଅବସରପ୍ରାପ୍ତ ବରିଷ୍ଠ ଆକାଉଣ୍ଟ ଅଫିସର ସୁକାନ୍ତ କୁମାର ପାଣିଗ୍ରାହୀ । ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟ ହାଉସିଂ ବୋର୍ଡ କର୍ପୋରେସନର ଅଧ୍ୟକ୍ଷ ତଥା ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ପାଣିଗ୍ରାହୀ । କଳିକେଶ ତାଙ୍କୁ ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଏହାସହିତ କଂଗ୍ରେସ ଓ ବିଜେପିର ବହୁ କର୍ମକର୍ତ୍ତା ମଧ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।

ସୁକାନ୍ତ ପାଣିଗ୍ରାହୀ ସିନିୟର ଆକାଉଣ୍ଟାଣ୍ଟ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଅବସରେ ନେଇଥିଲେ । ସେ ପୂର୍ବତନ ଭାରତୀୟ ଭଲିବଲ ଓ ସନ୍ତୋଷ ଟ୍ରଫି ଖେଳାଳି ମଧ୍ୟ ଅଟନ୍ତି । ଏବେ ବିଜେଡିରେ ସାମିଲ ହେବା ପରେ ସୁକାନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛି । ଆହୁରି ତିନି ବର୍ଷ ଚାକିରି ଥାଇ ମଧ୍ୟ ସେଥିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଛି । ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସିନାହିଁ । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ 'ହିଞ୍ଜିଳିରୁ ଆରମ୍ଭ ହେବ ମିଶନ, ଭୁବନେଶ୍ୱରରେ ହେବ ଶେଷ'

ଏହା ମଧ୍ୟ ପଢନ୍ତୁ: ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବଲାଙ୍ଗୀର ଅଞ୍ଚଳର କଂଗ୍ରେସ ନେତା ବୈଶାଖୁ ଗଡତିଆ, ତୁଷାରକାନ୍ତ ଗଡତିଆ, ଆନନ୍ଦ କୁମାର ପ୍ରଧାନ, ରୋଷନ କୁମାର ପ୍ରଧାନ, ସୁଶୀଲ ବାଗ ଏବଂ ବିଜେପିର ଆଶୀଷ କୁମାର ଦୋରା, ଗଙ୍ଗାଧର ମାଝୀ, ଜନ୍ମେଜୟ ଶତପଥୀ, ମଧୁ ପଡା, ରାଧାଶ୍ୟାମ ବିଶି, ଧ୍ରୁବ ବାଗ, ନରୋତ୍ତମ ପାଣିଗ୍ରାହୀ ଏବଂ ରାଜେଶ ପ୍ରଧାନଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ଏଥିପାଇଁ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 22, 2024, 2:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.