ETV Bharat / politics

ମହିଳାଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନାରେ କେବେ ମିଳିବ ଟଙ୍କା କହିଲେ ଉପମୁଖ୍ୟମନ୍ତ୍ରୀ - Subhadra Yojana

author img

By ETV Bharat Odisha Team

Published : Jun 23, 2024, 6:11 PM IST

Subhadra Yojana: ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କେବେ ଏହି ଯୋଜନାରେ ଟଙ୍କା ମିଳିବ ? କଣ କହିଲେ ଉପମୁଖ୍ୟମନ୍ତ୍ରୀ ପଢ଼ନ୍ତୁ

Subhadra Yojana
Subhadra Yojana (ETV Bharat Odisha)

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା । କ୍ୟାବିନେଟ୍ ମୋହର ବାଜିବା ପରେ ଏହି ଯୋଜନା ଡ୍ରାଫ୍ଟିଂ ଷ୍ଟେଜରେ ରହିଥିବାବେଳେ ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ବୋଲି କହିଛନ୍ତି ପ୍ରଭାତୀ ।

Subhadra Yojana (ETV Bharat Odisha)

ଖୁବଶୀଘ୍ର ଓଡ଼ିଶାର ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍ ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମ୍‌ ଟଙ୍କା ମିଳିବ । ସୁଭଦ୍ରା ଯୋଜନା କ୍ୟାବିନେଟ୍‌ ମୋହର ବାଜିବା ପରେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଏହା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ଲଞ୍ଚ ହେବ । ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମ ଟଙ୍କା ମିଳିବ । ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଆଉ ସ୍କିମ୍‌ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି ସେନେଇ ଆମେ ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଜିଏସଟି ପରିଷଦ ବୈଠକରେ ଯୋଗ ଦେଇଛନ୍ତି । ଏହି ଯୋଜନା ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଥିବେ । କିନ୍ତୁ କାହାକୁ ଅପେକ୍ଷା ନକରି ଓଡିଶା ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ 2ୟ AIIMS, ସୁଭଦ୍ରା ଯୋଜନାରେ ସହାୟତା; ଆଗାମୀ ବଜେଟ ପାଇଁ କେନ୍ଦ୍ର ଆଗରେ ୯ ଦାବି ରଖିଲା ଓଡିଶା - Odisha proposals for Union Budget

ଉପମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା ସବୁକୁ ରଦ୍ଦ କରାଯିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ବଡ଼ ପଦକ୍ଷେପ ନେଇଛି । ଛୋଟ ଛୋଟ ଘଟଣାରେ ମହିଳାଙ୍କ ଉପରେ ୩୫୪, ୩୭୬ ଭଳି ଦଫା ଲାଗିବା ଠିକ୍‌ ନୁହେଁ । ମହିଳାଙ୍କ ଉପରେ ଲାଗିଥିବା ସବୁ ମିଛ ମାମଲାକୁ ଖୁବଶୀଘ୍ର ରଦ୍ଦ କରାଯିବ । ଏଭଳି ମିଛ କଥାରେ ସଙ୍ଗୀନ ଦଫା ଲାଗୁଥିବାରୁ ଗୃହ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି । ମହିଳା ଶକ୍ତି ଜାଗୃତ ହେବା ପାଇଁ ମିଶନ ଶକ୍ତି ପୁରା ଦମରେ କାମ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.