ETV Bharat / politics

ଅତାବିରା ବିଜେପିକୁ ବଡ଼ ଝଟକା, ବିଜେଡିରେ ମିଶିଲେ ୨ ଟିକଟ ଆଶାୟୀ - BJP LEADERS JOINS BJD

author img

By ETV Bharat Odisha Team

Published : Apr 28, 2024, 8:08 AM IST

BJP LEADERS JOINED BJD: ଅତାବିରା ନିର୍ବାଚନ ମଣ୍ଡଳୀର ବିଜେପି ଟିକଟ ଆଶାୟୀ ଥିବା ଉର୍କୁଲୁ ତାଣ୍ଡି ଓ ଭରତ ବେହେରା ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।ଅଧିକ ପଢନ୍ତୁ

ଅତାବିରା ବିଜେପିକୁ ବଡ଼ ଝଟକା, ବିଜେଡ଼ିରେ ମିଶିଲେ ୨ ଟିକଟ ଆଶାୟୀ

ଭୁବନେଶ୍ବର: ବିଜେଡ଼ିରେ ସାମିଲ ହୋଇଛନ୍ତି ବରଗଡ଼ ସଂସଦୀୟ କ୍ଷେତ୍ରର ଅତାବିରା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି ନେତା ଓ କର୍ମୀ । ଅତାବିରା ନିର୍ବାଚନ ମଣ୍ଡଳୀର ବିଜେପି ଟିକଟ ଆଶାୟୀ ଥିବା ଉର୍କୁଲୁ ତାଣ୍ଡି ଓ ଭରତ ବେହେରା ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଉଭୟ ନେତାଙ୍କ ସହ ସୁନନ୍ଦା ମେହେର, ଅଶ୍ଵିନୀ ବେହେରା, ଗୋବିନ୍ଦ ପ୍ରଧାନ, ପ୍ରଶାନ୍ତ ଅମାତଙ୍କ ଭଳି ପ୍ରମୁଖ ନେତା ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଶନିବାଗର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ଦ୍ଵାରା ବିଜୁ ଜନତା ଦଳ ଅଧିକ ସୁଦୃଢ଼ ହେବ ବୋଲି ବିଜେଡି ନେତା ଆଶାବାଦୀ ଅଛନ୍ତି ।

ବରଗଡ ଜିଲ୍ଲାର ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଇଂ ଭରତ ବେହେରା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ସୁନନ୍ଦ ମେହେର ଓ ଜିଲ୍ଲା ଶ୍ରମିକ ସେଲ ସଂଯୋଜକ ଉର୍କୁଲୁ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଅତାବିରା ବିଧାୟିକା ସ୍ନେହାଙ୍ଗୀନି ଛୁରିଆ ଓ ଅତାବିରା ପର୍ଯ୍ୟବେକ୍ଷକ ବିଶ୍ୱନାଥଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଅତାବିରା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...... ବିଜେଡିରେ ସାମିଲ ହେଲେ AICC ସଦସ୍ୟ ବିଦୁ ଭୂଷଣ ତ୍ରିପାଠୀ - Congress Leaders Joined BJD

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ ବୋଲି ଦଳରେ ସାମିଲ ନେତା କହିଛନ୍ତି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ ।

ଏହି ମିଶ୍ରଣ ପର୍ବରେ ଅଶ୍ୱିନ ବେହେରା, ଗୋବିନ୍ଦ ପ୍ରଧାନ, ପ୍ରଶାନ୍ତ ଅମାତ, ସୁନୀଲ ସେଠ, ବିନୋଦ ବେହେରା, ସୂର୍ଯ୍ୟ ନାରାୟଣ ମିଶ୍ର, ଇଶ୍ୱର ଧାରୁଆ, ରମାକାନ୍ତ ବିଶି, ଅଶ୍ୱିନୀ ସୁରୁଜାଲ, ଚାମରା ଦଣ୍ଡସେନା, ପ୍ରମୋଦ ଗରତିଆ, ସୁବ୍ରତ ପଟେଲ, ଯଶୋବନ୍ତ ସେଠ, ବିଦେଶ କୁମାର ଦାସ, ଚୁଡାମଣି ମହାରଣା, ସାଇଚନ୍ଦନ ମିଶ୍ର, ସିଲୁ ମିଶ୍ର, କୌଳାସ ବାଗ, ମଧୁ ଦୀପ, ଅରୁଣ ବାଗ, ଲିଲିମା ଗୁପ୍ତା, ଦୟା ସାଗର ପ୍ରଧାନ, ଦୀପକ ଦାସ, ପ୍ରକାଶ ଶଣ୍ଢ, ଚକା ପୋଢ ଓ ମାନସ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.