ETV Bharat / politics

ବଲାଙ୍ଗୀରରେ ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗ ଦେଲେ ଜ୍ୟୋତି ପାଣିଗ୍ରାହୀ ଓ ଯଜ୍ଞେଶ୍ବର ବାବୁ - BJP JOINING PROGRAM IN BALANGIR

author img

By ETV Bharat Odisha Team

Published : May 5, 2024, 11:01 PM IST

BJP JOINING PROGRAM IN BALANGIR: ବଲାଙ୍ଗୀରରେ ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ପୂର୍ବତନ ବିଧାୟକ ଯଜ୍ଞେଶ୍ବର ବାବୁ ଓ ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ଏହି ମିଶ୍ରଣ ପର୍ବରେ ସାଂସଦ ସଂଗୀତା କୁମାରୀ ସିଂ ଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ବିଜେପି ବଲାଙ୍ଗୀର ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

BJP JOINING PROGRAM IN BALANGIR
BJP JOINING PROGRAM IN BALANGIR (ETV BHARAT)
BJP JOINING PROGRAM IN BALANGIR (ETV BHARAT ODISHA)

ବଲାଙ୍ଗୀର: ବଲାଙ୍ଗୀର ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ବରିଷ୍ଠ ନେତା । ଫଳରେ ନିର୍ବାଚନ ପୂର୍ବରୁ ବିଜେପିର ଶକ୍ତି ବୃଦ୍ଧି ହୋଇଛି । ଆଜି ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସଙ୍ଗୀତା ସିଂ ଦେଓଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ବରିଷ୍ଠ ନେତା ଯଜ୍ଞେଶ୍ବର ବାବୁ । ଏହି ମିଶ୍ରଣ ପର୍ବରେ ସାଂସଦ ସଂଗୀତା କୁମାରୀ ସିଂ ଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ବିଜେପି ବଲାଙ୍ଗୀର ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ ଆଜି ବିଧିବଦ୍ଧ ଭାବରେ ବିଜେପିରେ ମିଶିଛନ୍ତି । ସେହିପରି ବରିଷ୍ଠ ରାଜନେତା ଯଜ୍ଞେଶ୍ବର ବାବୁ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଆଜି ବିଜେପିରେ ମିଶିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ବଲାଙ୍ଗୀରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ - BJP ELECTION CAMPAIGN

ସଙ୍ଗୀତା ସିଂ ଦେଓ କହିଛନ୍ତି ଯେ,'ଦିନକୁ ଦିନ ବିଜେପି ଶକ୍ତିଶାଳୀ ହେଉଛି । ପୂର୍ବରୁ ୩ଟି ସ୍ଥାନରେ ମିଶ୍ରଣ ପର୍ବ ହୋଇଥିବା ବେଳେ ଆଜିର ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନେତାଙ୍କୁ ମୁଁ ସ୍ବାଗତ କରୁଛି । ସେମାନଙ୍କ ଅଭିଜ୍ଞତା, ପରାମର୍ଶ ଓ ମାର୍ଗଦର୍ଶନରେ ଆମ ପାଇଁ ଲାଭଦାୟକ ହେବ ।' ବରିଷ୍ଠ ନେତା ଯଜ୍ଞେଶ୍ବର ବାବୁ କହିଛନ୍ତି ଯେ, ବିଧାୟକ କିମ୍ବା ସାଂସଦ ପଦ ଆଶାରେ ଯୋଗ ଦେଇନାହିଁ । ବଲାଙ୍ଗୀର ଜିଲ୍ଲାର ଏକ ମାତ୍ର କୃଷି ଭିତ୍ତିକ ଚିନି କଳକୁ କାର୍ଯ୍ୟକ୍ଷମ କରିବା ତାଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଅଟେ ଏବଂ ସେ ଏହି ଦଳରେ ମିଶିବା ଦ୍ବାରା ଆଗକୁ ଏହି ଚିନିକଳ ପୁନଃ କାର୍ଯ୍ୟକ୍ଷମ କରି ପାରିବେ ଓ ଅଞ୍ଚଳର ଅର୍ଥନୀତି ଅଭିବୃଦ୍ଧି ସହ ଚାଷୀ ଉପକୃତ ହେବେ ବୋଲି ସେ କହିଛନ୍ତି ।

ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବିଜୁ ବାବୁଙ୍କ ଧର୍ମ ଝିଅ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି ଯେ, ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାକିରି ଛାଡି ଜନତା ଦଳରେ ଯୋଗ ଦେଇଥିଲି । ବିଜୁ ବାବୁଙ୍କ ସମୟରେ ଓ ତାହା ପରେ ମଧ୍ୟ କିଛି ସୁଯୋଗ ପାଇଛି । ତେବେ ପରବର୍ତ୍ତୀ ସମୟରେ ସେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଭାବରେ ନିଯୁକ୍ତି ପାଇଥିଲେ । ହେଲେ ଏବେ ବିଜେଡି ଦଳ ତାଙ୍କୁ ଆଉ କୌଣସି ପ୍ରକାରର ସମ୍ମାନ କିମ୍ବା କାମ ନ ଦେଇ କୋଣଠେସା କରିବାରୁ ସେ ଏହି ପଦକ୍ଷେପ ନେଇଥିବାର କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି । ତେବେ ବିଜେପିର କେନ୍ଦ୍ର ନେତୃତ୍ବ ଠୁ ନେଇ ରାଜ୍ୟ ଓ ଜିଲ୍ଲା ନେତୃତ୍ବ ଉପରେ ତାଙ୍କର ଭରସା ଅଛି ଏବଂ ଆଗକୁ ସେ ଲୋକଙ୍କ ପାଇଁ କାମ କରିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.