ETV Bharat / politics

'ଏବେ ସବୁଠି ତ୍ରିମୁଖୀ-ଚତୁର୍ମୁଖୀ ଲଢେଇ, କିନ୍ତୁ ସରକାର ଗଢିବ କଂଗ୍ରେସ' - Prasad Harichandan

author img

By ETV Bharat Odisha Team

Published : Mar 23, 2024, 8:18 PM IST

Prasad Harichandan on Alliance: ବିଜେପି-ବିଜେଡି ମେଣ୍ଟ ହେବ ନାହିଁ ଉଭୟ ଦଳ ଘୋଷଣା କରିବା ପରେ ଏହାକୁ ଅଘୋଷିତ ମେଣ୍ଟ ବୋଲି କହିଲା କଂଗ୍ରେସ । ଅଧିକ ପଢନ୍ତୁ

Prasad Harichandan
Prasad Harichandan
'ଏବେ ସବୁଠି ତ୍ରିମୁଖି-ଚତୁର୍ମୁଖି ଲଢେଇ, କିନ୍ତୁ ସରକାର ଗଢିବ କଂଗ୍ରେସ'

ଭୁବନେଶ୍ବର: ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡି ଏକାକୀ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ମତ ରଖିଛନ୍ତି । ସେ କହିଛନ୍ତି ଯେ ମେଣ୍ଟ ନ ହେଲେ ମଧ୍ୟ ଏହା ଏକ ଅଘୋଷିତ ମେଣ୍ଟ। ବର୍ତ୍ତମାନ ସବୁ ସ୍ଥାନରେ ତ୍ରିମୁଖୀ ଅଥବା ଚତୁର୍ମୁଖୀ ନିର୍ବାଚନ ହେବ। ଚତୁର୍ମୁଖୀ ନିର୍ବାଚନରେ କଂଗ୍ରେସ ହିଁ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏନେଇ ପ୍ରସାଦ ହରିଚନ୍ଦନ କହିଛନ୍ତି, "ବାସ୍ତବରେ ମେଣ୍ଟ ନ ହେଲେ ମଧ୍ୟ ଏହା ଏକ ଅଘୋଷିତ ମେଣ୍ଟ । ବର୍ତ୍ତମାନ ସବୁ ସ୍ଥାନରେ ତ୍ରିମୁଖୀ ଅଥବା ଚତୁର୍ମୁଖୀ ନିର୍ବାଚନ ହେବ । ଅଘୋଷିତ ମେଣ୍ଟ ଯୋଗୁଁ କିଛି ସ୍ଥାନରେ ବିଜେଡି ଓ ବିଜେପି ଉଭୟ ଦଳ ଦୁର୍ବଳ ପ୍ରାର୍ଥି ଦେବେ । ଏହା ଦ୍ବାରା କଂଗ୍ରେସ ହିଁ ଲାଭବାନ ହେବ । ଚତୁର୍ମୁଖୀ ନିର୍ବାଚନରେ କଂଗ୍ରେସ ହିଁ ସରକାର କରିବ ।" ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ମେଣ୍ଟ ନିଷ୍ପତ୍ତି ବିଜେପି ମୋଦିଙ୍କ ଉପରେ ଛାଡିଥିଲା । ବିଜେଡି ନବୀନଙ୍କ ଉପରେ ଛାଡିଥିଲା । ପାଣ୍ଡିଆନ ଉଭୟ ଦଳକୁ ଏକାଠି କରିବାକୁ ଚାହୁଁଥିଲେ । ବଡ଼ ବଡ଼ ହସ୍ତି ସବୁ ବିଜେଡି ବିଜେପି ଦଳ ଛାଡିବାକୁ ନିଷ୍ପତ୍ତି ନେବାରୁ ମେଣ୍ଟ ନିଷ୍ପତ୍ତିକୁ ଘୋଷଣା କରାଯାଇନାହିଁ ।

ଏହା ବି ପଢନ୍ତୁ- ପାଓ୍ବାର ସେୟାରିଂ ଅଡୁଆ ନ ତୁଟିବାରୁ ହୋଇପାରିଲାନି ମେଣ୍ଟ: ରବି ଦାସ

ସୂଚନା ଥାଉ କି ଭାରତୀୟ ଜନତା ପାର୍ଟି ଏଥର ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ବିଜେପି କହିଛି । ଏନେଇ ଗତକାଲି ସୋସିଆଲ ମିଡିଆ ଏକ୍ସରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୋଷ୍ଟ କରି କହିଛିସେ ଯେ, ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜେଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ଦେଶରେ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି । ଓଡ଼ିଆ ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗ ରହିଛି । ବିଜେପି ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ । ଏଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଜେପି ଏକାକୀ ଲଢ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.