ETV Bharat / politics

ନିର୍ବାଚନ ଲଢିବେ ଭଦ୍ରା ! କହିଲେ, ‘ପୁରା ଦେଶ ଚାହୁଁଛି ମୁଁ ରାଜନୀତିକୁ ଆସେ’ - Robert Vadra - ROBERT VADRA

Robert Vadra: ପୁରା ଦେଶ ଚାହୁଁଛି ସେ ରାଜନୀତିକୁ ଆସନ୍ତୁ, ଏପରି କହି ପୁଣି ଆମେଠୀରୁ ଲଢିବା ଚର୍ଚ୍ଚା ବଢାଇଲେ ରବର୍ଟ ଭଦ୍ରା । ପୂର୍ବରୁ ‘ଶାଳକ- ଭିଣୋଇ’ କଟାକ୍ଷ କରିସାରିଛନ୍ତି ସ୍ମୃତି ଇରାନୀ । ଅଧିକ ପଢନ୍ତୁ

ନିର୍ବାଚନ ଲଢିବେ ଭଦ୍ରା ! କହିଲେ, ‘ପୁରା ଦେଶ ଚାହୁଁଛି ମୁଁ ରାଜନୀତିକୁ ଆସେ’

author img

By ETV Bharat Odisha Team

Published : Apr 27, 2024, 12:47 PM IST

ହାଇଦ୍ରାବାଦ: ଉତ୍ତର ପ୍ରଦେଶର ଆମେଠୀ ଆସନରୁ ଏଥର ରାହୁଲଙ୍କ ପରିବର୍ତ୍ତେ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି । ନିର୍ବାଚନ ଲଢିବା ଇଚ୍ଛା ସମ୍ପର୍କରେ ନିଜେ ରବର୍ଟ ଭଦ୍ରା କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ପରୋକ୍ଷ ଭାବେ କହିଥିଲେ । କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବ ସାଙ୍ଗକୁ ଏବେ ଭଦ୍ରାଙ୍କର ଆଉ ଏକ ମନ୍ତବ୍ୟ ଏହି ଚର୍ଚ୍ଚାକୁ ରୋଚକ କରିଛି । ସେ ରାଜନୀତିକୁ ଆସନ୍ତୁ ବୋଲି ସମଗ୍ର ଦେଶ ଚାହୁଁଥିବା ଭଦ୍ରା କହିଛନ୍ତି । ତେଣୁ ଏହି ବୟାନ ପରେ ଭଦ୍ରା ନିର୍ବାଚନ ଲଢିବାକୁ ଆଗ୍ରହୀ ଓ ଆମେଠୀ ଆସନ ଉପରେ ତାଙ୍କର ନଜର ରହିଛି ବୋଲି ପୁଣି ଚର୍ଚ୍ଚା ଘନୀଭୂତ ହେବାରେ ଲାଗିଛି ।

ଭଦ୍ରା ଗଣମାଧ୍ୟମରେ ନିର୍ବାଚନ ଲଢିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ‘‘ସାରା ଦେଶର ଲୋକେ ଚାହାନ୍ତି, ମୁଁ ରାଜନୀତିକୁ ଆସେ । ମୁଁ ସର୍ବଦା ଲୋକଙ୍କ ସହ ରହିଆସିଛି । 1999ରୁ କ୍ରମାଗତ ଆମେଠୀରେ ପ୍ରଚାର କରିଆସିଛି । ବର୍ତ୍ତମାନର ସ୍ଥାନୀୟ ସାଂସଦ ସ୍ମୃତି ଇରାନୀ ଆମେଠୀବାସୀଙ୍କ ପାଇଁ କିଛି ଉନ୍ନତି କରିପାରି ନାହାନ୍ତି । ତେଣୁ ଲୋକେ ଚଳିତଥର ପରିବର୍ତ୍ତନ ଚାହୁଁଛନ୍ତି । ବିଜେପି କେନ୍ଦ୍ରୀୟ ସଂସ୍ଥାର କ୍ଷମତାକୁ ଅପବ୍ୟବହାର କରୁଛି । ଲୋକେ ବିଜେପି ଠାରୁ ମୁକ୍ତି ଚାହିଁଲେଣି । ଏବେ ଦେଶବାସୀ ଗାନ୍ଧୀ ପରିବାରର ସମର୍ଥନରେ ରହିଛନ୍ତି । ରାହୁଲ ଓ ପ୍ରିୟଙ୍କା ଜାରି ରଖିଥିବା କଠିନ ପରିଶ୍ରମ ମଧ୍ୟ ଲୋକେ ଦେଖୁଛନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ମତାଧିକାର ନେଇ ଜାଗୃତ ନୁହନ୍ତି ସହରୀ ଭୋଟର, ଭୋଟ ଦେଲାନି ଅଧା ବେଙ୍ଗାଲୁରୁ - 2024 election

ଏପ୍ରିଲ 4 ତାରିଖରେ ଏହି ପ୍ରସଙ୍ଗରେ ପ୍ରଥମ ଥର ଭଦ୍ରାଙ୍କର ଗଣମାଧ୍ୟମ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ଆମେଠୀରେ ଲୋକେ ଚାହାନ୍ତି, ଏହି ଆସନରେ ଗାନ୍ଧୀ ପରିବାରର ଜଣେ କେହି ନିର୍ବାଚନ ଲଢନ୍ତୁ । ସେମାନେ ବିପୁଳ ବ୍ୟବଧାନରେ ଭୋଟ ଦେଇ ବିଜୟୀ କରାଇବେ । ସେମାନେ ତାଙ୍କୁ (ଭଦ୍ରା)ଙ୍କୁ ମଧ୍ୟ ଚଳିତଥର ପ୍ରାର୍ଥୀ ଭାବେ ଦେଖିବାକୁ ଉତ୍ସାହୀ ଅଛନ୍ତି ବୋଲି ଭଦ୍ରା କହିଥିଲେ । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ତଥା ସ୍ଥାନୀୟ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ମଧ୍ୟ ପରୋକ୍ଷରେ ଏହି ଆସନ ସମ୍ପର୍କରେ ‘ଶାଳକ- ଭିଣୋଇ’ ଉପାଖ୍ୟାନ ଗାନ୍ଧୀ ପରିବାରକୁ କଟାକ୍ଷ କରିସାରିଛନ୍ତି । ଏହି ଆସନରେ ଭିଣୋଇଙ୍କ ନଜର ରହିଛି, ଶାଳକ ଏବେ କ’ଣ କରିବେ ବୋଲି ସ୍ମୃତି କହିଥିଲେ । ଏ ତମାମ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଘୋଷଣା ବିଳମ୍ବ କରିବା ମଧ୍ୟ ଏହି ଭଦ୍ରାଙ୍କ ନିର୍ବାଚନୀ ଏଣ୍ଟ୍ରି ଚର୍ଚ୍ଚାକୁ ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.