ETV Bharat / politics

ରେରା ଆଇନ ପରିବର୍ତ୍ତନ ଲାଗି ତର୍ଜମା ପ୍ରକ୍ରିୟା ଆରମ୍ଭ: ରାଜସ୍ୱ ମନ୍ତ୍ରୀ

ରେରା ଆଇନରେ ହୋଇପାରେ ସଂଶୋଧନ । ରେରା ଆଇନ ସଂଶୋଧନ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ରାଜସ୍ୱ ବିଭାଗ ।

author img

By ETV Bharat Odisha Team

Published : 3 hours ago

Change in RERA soon for emergency sale of land
Change in RERA soon for emergency sale of land (ETV Bharat Odisha)

ଭୁବନେଶ୍ୱର: ରେରା ଆଇନରେ ହୋଇପାରେ ସଂଶୋଧନ । ରେରା ଆଇନ ସଂଶୋଧନ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ରାଜସ୍ୱ ବିଭାଗ । ଏ ନେଇ ବିଭିନ୍ନ ବିଭାଗ ସହ ଏକାଧିକ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ । କାର୍ଯ୍ୟକୁ ତ୍ରୁଟି ଶୂନ୍ୟ କରିବା ଲାଗି ବିଭିନ୍ନ ବିଭାଗ ଓ ଏଜିଙ୍କ ସହ ଆଲୋଚନା ହେବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଜମିର ଅଧିକାରୀ ଲୋକ । ବିଭିନ୍ନ ସମୟ ଓ ବିଭିନ୍ନ କାରଣରୁ ନିଜର ଜମିକୁ ସେମାନେ ବିକ୍ରି କରିବାର ଆବଶ୍ୟକତା ପଡ଼େ । ବିଭିନ୍ନ ସମୟରେ ଏହି ଜମି ବିକ୍ରିକୁ ନିୟନ୍ତ୍ରଣ କରାଯାଇଥାଏ । ସେଥିରୁ ଗୋଟେ ଆଇନ ହେଉଛି ରେରା ଆଇନ । ରେରା ଆଇନ ବଳରେ ସହରାଞ୍ଚଳରେ ଜମି ବିକ୍ରିର କଟକଣା ରହିଛି । ଏହି ଗୋଟେ ଆଇନ ନୁହେଁ, ଏମିତି ଅନେକ ଆଇନକୁ ନେଇ ସମସ୍ୟା ରହିଛି । ଜମିର କିସମ ପରିବର୍ତ୍ତନ ବି ଏକ ବିଷୟ । ଏହାକୁ ନେଇ ବିଭିନ୍ନ ଆବେଦନ ରାଜସ୍ୱ ବିଭାଗ ପାଖରେ ପଡିରହିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ରାଜ୍ୟ ସରକାର 4 ଡ଼ିସିମିଲ ଜମି ବାସହୀନ ଲୋକଙ୍କୁ ପ୍ରଦାନ କରୁଛୁ । ସେଥିରୁ ଅନେକ ସ୍ଥାନରେ ଜଙ୍ଗଲ ଜମି କିସମ ରହୁଛି । ଜଙ୍ଗଲ ସଂରକ୍ଷଣ ଆକ୍ଟ କାରଣରୁ ସମସ୍ୟା ରହୁଛି । ଡିସେମ୍ବର ଶେଷ ସୁଦ୍ଧା ନିଜସ୍ଵ ସ୍ଥାନ ନଥିବା ଶିକ୍ଷାନୁଷ୍ଠାନ ମାନଙ୍କୁ ଜମି ନେବାକୁ ରାଜସ୍ୱ ବିଭାଗ ନିଷ୍ପତ୍ତି ନେଇଛି । ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନ ଗୁଡିକ ଜଙ୍ଗଲ ଜମି ଉପରେ ରହିଛି । ସେହି ସ୍ଥାନକୁ ଉକ୍ତ ଶିକ୍ଷାନୁଷ୍ଠାନ ହସ୍ତାନ୍ତର କରିବାରେ ଜଙ୍ଗଲ ସଂରକ୍ଷଣ ଆକ୍ଟ ବାଧକ ସାଜୁଛି । ନିର୍ଦ୍ଦିଷ୍ଟ ନୁହେଁ,ଏହା ଏକ ସାମଗ୍ରିକ ବିଷୟ ।"

ଏହା ବି ପଢନ୍ତୁ- ସବ ରେଜିଷ୍ଟର କାର୍ଯ୍ୟାଳୟକୁ ଅଚାନକ ଆସିଲେ ରାଜସ୍ବ ମନ୍ତ୍ରୀ, ଦେଲେ କଡା ନିର୍ଦ୍ଦେଶ

ସେ ଏହା ମଧ୍ୟ କହିଛନ୍ତି, "ବିଭିନ୍ନ ବିଭାଗର ଛୋଟ ବଡ଼ ଆଇନ ରହିଛି । ସେଥିରେ ଥିବା କଟକଣାକୁ ରାଜସ୍ୱ ବିଭାଗ ଅଧ୍ୟୟନ କରୁଛି । ବିଭିନ୍ନ ସମୟରେ ଏହି ଆଇନକୁ ନେଇ ଉନ୍ନୟନ ଅଧିକାରୀ ଭୁଲ ତର୍ଜମା କରୁଛନ୍ତି । ପରସ୍ପର ବିରୋଧୀ ତର୍ଜମା ମଧ୍ୟ ହେଉଛି । ରାଜସ୍ୱ, ନଗର ଉନ୍ନୟନ, ଜଙ୍ଗଲ ଏବଂ ପରିବେଶ ସହ ଆଲୋଚନା ହେବ । ଆଲୋଚନା ପରେ ଲୋକଙ୍କ ଅସୁବିଧାକୁ କିଭଳି ଭାବେ ସମାଧାନ କରାଯାଇପାରିବ ପଦକ୍ଷେପ ନିଆଯିବ । ବିଭିନ୍ନ ବିଭାଗର ସହ ଏକାଧିକ ଥର ଆଲୋଚନା ମଧ୍ୟ ହୋଇସାରିଛି । ପରିବର୍ତ୍ତନର ଆବଶ୍ୟକତା ପଡିଲେ ଆଇନ ବିଭାଗ ସହିତ ଆଇନ ବିଭାଗ ସହ ବୈଠକ ହେବ । ସେହିପରି ଆଡ଼ଭୋକେଟ ଜେନେରାଲଙ୍କ ସହ ଆଲୋଚନା କରିବା ଆବଶ୍ୟକତା ରହିଛି ।"

ଏହା ବି ପଢନ୍ତୁ- ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ, ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ - RI Amin examination irregularities

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "କାର୍ଯ୍ୟକୁ ତ୍ରୁଟି ଶୂନ୍ୟ କରିବା ଲାଗି ସମସ୍ତ ବିଭାଗ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି । ଏ ଦିଗରେ ପ୍ରାଥମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମୀ ଦିନରେ ନଗର ଉନ୍ନୟନ ଓ ଆଇନ ବିଭାଗ ସହ ଆଲୋଚନା ହେବ । ଆବଶ୍ୟକ ପଡ଼ିଲେ ଏ ଦିଗରେ ବିଶେଷଜ୍ଞଙ୍କ ପରାମର୍ଶ ନେବୁ । ଏ ସବୁ ସମୟ ସାପେକ୍ଷ ପ୍ରସଙ୍ଗ । ଲୋକଙ୍କ ସମସ୍ୟାକୁ ଆମ ନଜରରେ ରହିଛି । ଲୋକଙ୍କ ସମସ୍ୟା ସମାଧାନ ସହ ଆଇନ ଗତ ତର୍ଜମା ଓ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.