ETV Bharat / politics

ଓଡିଶା କଂଗ୍ରେସର ପୁନର୍ବିନ୍ୟାସ ଅତ୍ୟନ୍ତ ଜରୁରୀ: ରାଜନୀତି ସମୀକ୍ଷକ - Dismal state of Odisha Congress - DISMAL STATE OF ODISHA CONGRESS

DISMAL STATE OF ODISHA CONGRESS: ଚଳିତ ନିର୍ବାଚନରେ ଓଡ଼ିଶା କଂଗ୍ରେସର ସ୍ଥିତିରେ ଆସିନି କୌଣସି ସୁଧାର । ଯାହାକୁ ନେଇ ଦଳ ମଧ୍ୟରେ ଚାପା ଅସନ୍ତୋଷ ଦେଖିବାକୁ ମିଳିଛି । ହେଲେ ଦଳକୁ ସୁସଂଗଠିତ କରିବା ପାଇଁ ଦଳର ପୁନର୍ବିନ୍ୟାସ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

DISMAL STATE OF ODISHA CONGRESS
DISMAL STATE OF ODISHA CONGRESS (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 7:07 PM IST

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ୯ରୁ ୯୦ ସଂକଳ୍ପକୁ ଧୂଳିସାତ କଲା ୨୦୨୪ ସାଧାରଣ ନିର୍ବାଚନର ଜନମତ । ଦଳର ଶୋଚନୀୟ ବିପର୍ଯ୍ୟୟ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ କର୍ମୀଙ୍କୁ ସାନ୍ତ୍ବନା ଦେଲେ, ଆଉ ନୈତିକତା ଦୃଷ୍ଟିରୁ ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କଲେ ଶରତ । ସେପଟେ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କାରଣରୁ ନୀତି ଏବଂ ନୈତିକତାର ଦୃଷ୍ଟିରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଭକ୍ତଙ୍କ ଇସ୍ତଫା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜ ଉପରକୁ ଉତ୍ତରଦାୟିତ୍ବ ନେଇ କେବେ ଇସ୍ତଫା ଦେବେ, ତାକୁ ନେଇ ଏବେ ଦଳରେ ଚାପା ଅସନ୍ତୋଷ ମୁଣ୍ଡ ଟେକିଛି । ଦଳକୁ ସୁସଂଗଠିତ କରିବା ପାଇଁ ଦଳର ପୁନର୍ବିନ୍ୟାସ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

DISMAL STATE OF ODISHA CONGRESS (ETV Bharat Odisha)

ନିର୍ବାଚନରେ ପ୍ରଭାରୀ ଅଜୟ କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସରୁ ବିଦା ହୋଇଥିବା ନେତା ମାନସ ଚୌଧୁରୀଙ୍କୁ ଦଳରୁ ବେଶ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଏହାପରେ ଏବେ ଶରତଙ୍କ ଇସ୍ତଫା କେବେ ବୋଲି ପ୍ରଶ୍ନ ଉଠିଛି । ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ଭୟରେ କେହି ସାହସ କରୁନାହାନ୍ତି ସତ, ହେଲେ ଦଳ ଭିତରେ ଚାପା ଗୁଞ୍ଜରଣର ଆଭାସ ମିଲିଲାଣି । କଂଗ୍ରେସର ଏଭଳି ବିପର୍ଯ୍ୟୟ ପାଇଁ ରାଜ୍ୟ ନେତୃତ୍ବ ଦାୟୀ ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି । ତେବେ ଏହାର ତୁରନ୍ତ ସମାଧାନ ଆବଶ୍ୟକତା ରହିଛି । ଫଳରେ ଆଗାମୀ ଦିନରେ ଦଳ ଅଧିକ ସୁଦୃଢ ହେବ । କାରଣ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ହିଁ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ରବି ଦାସ କହିଛନ୍ତି, "କଂଗ୍ରେସର ପୁନର୍ଗଠିତ କମିଟି ହେଲେ ଦଳ ଅଧିକ ସଂଗଠିତ ହେବ । ଯେଉଁମାନେ ନୂଆକରି ଆସିଛନ୍ତି ସେମାନଙ୍କ ମନୋବଳ ବୃଦ୍ଧି ପାଇବ । ଦଳ ଯେଉଁଭଳି ଭାବରେ ବିପର୍ଯ୍ୟୟର ସମ୍ମୁଖୀନ ହେଲା, ଭକ୍ତ ଦାସ ନିଜ ଦାୟିତ୍ବରୁ ଇସ୍ତଫା ଦେଲେ । ୨୦୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ନିୟମ ହେଉଛି, ଯେଉଁମାନେ ରାଜ୍ୟର ନିର୍ବାଚନ ପରିଚାଳନା ଦାୟିତ୍ବ ନେଇଥିଲେ, ଟିକଟ ବଣ୍ଟନଠାରୁ ସମସ୍ତ ବିଷୟ ବୁଝୁଥିଲେ, ସେମାନେ ପରାଜୟର ଉତ୍ତରଦାୟିତ୍ବ ନେଇ ଇସ୍ତଫା ଦେବା କଥା । ଏପରିକି ଏଆଇସିସି ମଧ୍ୟ ପ୍ରଭାରୀଙ୍କୁ ପ୍ରତ୍ୟାହାର କରି ନୂଆ ପ୍ରଭାରୀ ନିଯୁକ୍ତ କରିବା କଥା । ଏକଥା ନକରିବା ଫଳରେ ଦଳ ଭିତରେ ଅନେକ କଥା ଆଲୋଚନା ହେଉଛି । ଯାହା ଦଳର କ୍ଷତି କରୁଛି । ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ଅର୍ଥ ଦେଲେନାହିଁ, ସମ୍ବଳ ସଂକଟରୁ ଦୟନୀୟ ସ୍ଥିତି ଉପୁଜିଲା । ସାଧାରଣରେ ଦଳର ଛବି ଖରାପ ହେଉଛି । ନିଜଆଡୁ ଦାୟିତ୍ବ ନେବା ଦରକାର । ଓଡ଼ିଶାରେ କଂଗ୍ରେସର ପୁନର୍ବିନ୍ୟାସ ଅତ୍ୟନ୍ତ ଜରୁରୀ । ଓଡ଼ିଶାରେ କଂଗ୍ରେସ ଗତ ନିର୍ବାଚନରେ ବହୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ରାଜନୀତିରେ ରୁଚି ରଖୁଥବା ଯେକୌଣସି ଲୋକ ଅନୁଭବ କରି ପରୁଥିବ ଯେ ଆଗାମୀ ଦିନରେ କଂଗ୍ରେସ ହିଁ ରାଜ୍ୟରେ ଏକ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ହିଁ ଗୃହରେ ମୁଖ୍ୟ ବିରୋଧୀ ଦଳ ଭୂମିକା ଗ୍ରହଣ କରିବ: ତାରା ବାହିନୀପତି - Congress MLA Tara Bahinipati

ସୂଚନା ଥାଉ, ୨୦୧୯ରେ ନିର୍ବାଚନ ଫଳାଫଳ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ନିରଞ୍ଜନ ପଟ୍ଟନାୟକ । ୯ ଜଣ ବିଧାୟକ ଏବଂ ଜଣେ ମାତ୍ର ସାଂସଦ ଜିତିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୧୪ଟି ବିଧାନସଭା କ୍ଷେତ୍ର ଜିତିଛି । ଜଣେ ମାତ୍ର ସାଂସଦ ଭାବେ ପୁନର୍ବାର କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ରରୁ ବିପୁଳ ଭୋଟ ବ୍ୟବଧାନରେ ଜିତିଛନ୍ତି ସପ୍ତଗିରି ଉଲାକା । କଂଗ୍ରେସ ଦଳ ଯେଉଁ ଆଭିମୁଖ୍ୟ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା, ତାହା ବଜାୟ ରଖିପାରିଲେ ନାହିଁ ପିସିସି ନେତୃବୃନ୍ଦ । ବିଜେପି-ବିଜେଡିର ଭିତରି ସମ୍ପର୍କକୁ ଓଡିଶାବାସୀଙ୍କ ପାଖରେ ରଖିବାକୁ ପ୍ରାଣପଣେ ଉଦ୍ୟମ କଲେ, ପ୍ରତିକାତ୍ମକ ଭାବେ ଦୁଇ ଦଳର ବାହାଘର କଲେ, ହେଲେ ଶେଷ ମୁହୂର୍ତ୍ତରେ ଦୁଇ ଦଳକୁ ଆବଶ୍ୟକ ପରିମାଣରେ କାଉଣ୍ଟର କରିପାରିଲେ ନାହିଁ । ଫଳ ଯାହା ମିଳିଲା, ଦଳକୁ ନିରାଶ ହେବାକୁ ପଡିଲା । ତେଣୁ କେଉଁଠି ନା କେଉଁଠି କଂଗ୍ରେସ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବାରେ ପିସିସି ସଭାପତି ଏବଂ ପ୍ରଭାରୀ ବିଫଳ ହେଲେ ବୋଲି ଆଲୋଚନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.