ETV Bharat / politics

ବିଜେଡିକୁ ବିଜେପିର ଜବାବ,୨୪ ବର୍ଷର କାମକୁ ୨୪ ଦିନରେ କରି ଦେଖାଇଛୁ - BJP Slams BJD - BJP SLAMS BJD

BJP Slams BJD: 'ଲକ୍ଷ୍ମୀ ବସ'ର ନାଁ ଓ ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲା ବିଜେଡି । ଯାହାର ଜବାବ ରଖି ବିଜେପି କ'ଣ କହିଛି ଜାଣନ୍ତୁ ।

BJP Slams BJD
BJP Slams BJD (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 10:30 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍ ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । "ବିଜେଡି ନେତାନେତ୍ରୀଙ୍କ ପ୍ରତିକ୍ରିୟା ହାସ୍ୟସ୍ପଦ । ଓଡ଼ିଶା ରାଜ୍ୟ ପରିବହନ ନିଗମର କ୍ଷତି ପାଇଁ କିଏ ଦାୟୀ ? କେଉଁ ସରକାର ସମୟରେ OSRTCର ମୂଲ୍ୟବାନ ଜମିକୁ ସାଗ ମାଛ ଦରରେ କିଏ ବିଭିନ୍ନ ଘରୋଇ କମ୍ପାନୀକୁ ବିକ୍ରି କଲା ? ଓଡ଼ିଶାବାସୀଙ୍କ ଟଙ୍କାକୁ ନିଜ ସ୍ବାର୍ଥ ପାଇଁ କିଏ ବ୍ୟବହାର କଲା ?" ବୋଲି ପ୍ରଶ୍ନ କରିଛନ୍ତି ତେଜେଶ୍ବର ।

BJP Slams BJD (ETV Bharat Odisha)

ସେ ଆହୁରି କହିଛନ୍ତି, "କେନ୍ଦ୍ର ସରକାରଙ୍କ ଅର୍ଥରେ ଆସିଥିବା ବସକୁ ନିଜ ନାମରେ କରିକି ଚଳେଇବା ଯୋଜନା କାହାର ଥିଲା ବିଜେଡି ଉତ୍ତର ରଖୁ । ରାଜନୈତିକ ଉଦ୍ଦେଶ୍ୟ ରଖି ଲକ୍ଷ୍ମୀ ବସ୍ କଲେ, ଯେଉଁଥିରେ ଯାତ୍ରୀ ନୁହେଁ ବିଜେଡି କର୍ମୀଙ୍କୁ ବୁହାଯାଉଥିଲା । ପାଣ୍ଡିଆନଙ୍କ ସଭା ପାଇଁ ବ୍ୟବହାର ହେଉଥିଲା ବସ୍ । ଯାହାର ପ୍ରତିଫଳନ ନିର୍ବାଚନରେ ଦେଖିଲେ ଓଡ଼ିଶାବାସୀ ।"

ଏହା ବି ପଢନ୍ତୁ...ନବୀନ ସରକାର ଯୋଜନା ଭୁଲାଇବାକୁ ରଙ୍ଗ ବୋଳୁଛି ନୂଆ ସରକାର: ବିଜେଡି - BJD Targets State Govt

"ଲକ୍ଷ୍ମୀ ବସକୁ ଷ୍ଟିକରିଂ କରାଯାଇଥିଲା । ଅର୍ଥାତ୍ ଯଦି ବିଜେଡି ସରକାରର ଆସିଥାନ୍ତା ତେବେ ଏହି ଯୋଜନାକୁ ବନ୍ଦ କରି ଦିଆଯାଇଥାନ୍ତା । ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ବାଟମାରଣା 'ଲକ୍ଷ୍ମୀ ବସ୍' ନାଁରେ ହୋଇଛି । ଏବେ ୨୪ ବର୍ଷର କାମକୁ ୨୪ ଦିନରେ କରି ଦେଖାଇଛି ବିଜେପି । କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର ବୋଲି କହି ମାର୍କେଟିଂ କରିଛି ବିଜେଡି । ଚାରି ଦ୍ବାର ଫିଟିବା ଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ପ୍ରସଙ୍ଗ ଯାଏଁ ସମାଧାନ କରୁଛି ବିଜେପି । ରତ୍ନ ଭଣ୍ଡାର ଖୋଲିବା ନେଇ ବୈଠକ ହେଲା । ୯ ତାରିଖରେ ଖୁସି ଖବର ଶୁଣିବେ ରାଜ୍ୟବାସୀ । ବିଜେଡିର ନୁହେଁ ଲୋକଙ୍କ ସାର୍ଟିଫିକେଟ ମିଳିବ" ବୋଲି କହିଛି ବିଜେପି ।

ଆଜି ପ୍ରେସମିଟ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, "ପରିବର୍ତ୍ତନର ନାରା ଦେଇ ରାଜ୍ୟରେ ବିଜେପି ସରକାରରେ ଆସିଛି । ବିକଶିତ ଓଡି଼ଶା ଗଠନ ଲାଗି ଆଶା ଓ ଭରସା ଦେଇଥିଲେ । ଓଡିଶାବାସୀଙ୍କ ଲାଗି ନୂଆ ନୂଆ ଯୋଜନା କରିବୁ । ସାଧାରଣ ଲୋକଙ୍କୁ ପୂର୍ବ ସରକାରଙ୍କ ଅପେକ୍ଷା ଅଧିକ ସେବା ଯୋଗାଇବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.