ETV Bharat / politics

ମିଳିବ କି ସଂରକ୍ଷଣ ? ଓବିସିଙ୍କୁ ନିଯୁକ୍ତିରେ 27%, ଉଚ୍ଚଶିକ୍ଷା କ୍ଷେତ୍ରରେ SC STଙ୍କୁ 38.75% ଦାବି - Reservation Issue In Odisha

author img

By ETV Bharat Odisha Team

Published : Aug 24, 2024, 11:11 PM IST

Reservation Issue In Odisha: ଓବିସିଙ୍କୁ ନିଯୁକ୍ତି ଓ ଏସସି ଏବଂ ଏସଟିଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି ଜୋର ଧରିଛି । ଏନେଇ ଦାବି କରିଛି ସାମାଜିକ ନ୍ୟାୟ ଯୁବ ଛାତ୍ର ସଂଘ । ଓବିସି ଗଣନା ରିପୋର୍ଟ ସାର୍ବଜନୀନ କରିବାକୁ ମଧ୍ୟ ଦାବି ହେଉଛି । ଅଧିକ ପଢନ୍ତୁ

Reservation Issue In Odisha
Reservation Issue In Odisha (ETV Bharat Odisha)

ଭୁବନେଶ୍ବର: ଜୋର ଧରିବାରେ ଲାଗିଛି ଓବିସିଙ୍କୁ ନିଯୁକ୍ତି ଓ ଏସସି ଏବଂ ଏସଟିଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ । ସରକାରୀ ଚାକିରିରେ ପଛୁଆବର୍ଗଙ୍କ ପାଇଁ 27% ସଂରକ୍ଷଣ ଓ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ 38.75% ସଂରକ୍ଷଣ ଦାବି ହେଉଛି। ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଶୀଘ୍ର ନିଷ୍ପତ୍ତି ହେଲେ ବହୁ ବର୍ଗର ଛାତ୍ରଛାତ୍ରୀ ପାଇପାରିବେ ସାମ୍ବିଧାନିକ ଅଧିକାର । ଏନେଇ ଦାବି କରିଛି ସାମାଜିକ ନ୍ୟାୟ ଯୁବ ଛାତ୍ର ସଂଘ । ସେହିପରି ଓବିସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନକୁ ସଚଳ ଓ ପୂର୍ବ ସରକାରରେ ହୋଇଥିବା ଓବିସି ଗଣନା ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହେଉଛି ।

ସଂରକ୍ଷଣ ଥିଲେ କେଉଁ ସୁବିଧା ମିଳିଥାନ୍ତା?

ଚଳିତ ଶିକ୍ଷା ବର୍ଷ 2024/ 25ରେ ଡାକ୍ତରୀ ଶିକ୍ଷାରେ ମୋଟ ସିଟ୍ ସଂଖ୍ୟା ରହିଛି 2525 । ନିଟ୍ ଓ ଏକକ ବିଶ୍ୱବିଦ୍ୟାଳୟର କୋଟା ବାଦ ପରେ ରାଜ୍ୟ ସରକାର ହାତରେ 1 ହଜାର 684 ସିଟ୍ । ରାଜ୍ୟର ମୋଟ ଜନସଂଖ୍ୟାର 54 ପ୍ରତିଶତ ଓବିସି ବର୍ଗ ହୋଇଥିବାରୁ ସଂରକ୍ଷଣ 27 ପ୍ରତିଶତ ହୋଇଥିଲେ ପାଇଥାନ୍ତେ ପ୍ରାୟ 454 ସିଟ୍ । ସଂରକ୍ଷଣ ନଥିବାରୁ ପ୍ରତ୍ୟେକ ବର୍ଷ ଏହି ପରିମାଣର ସିଟ୍ ସେମାନେ ହରାଉଛନ୍ତି । ମୋଟ ଜନସଂଖ୍ୟାର 38.75 ପ୍ରତିଶତ ହେଉଛନ୍ତି ଏସସି ଏବଂ ଏସଟି । ଏହି ଅନୁସାରେ ସଂରକ୍ଷଣ ମିଳିଲେ 653 ସିଟ ମିଳିବା କଥା । ସଂରକ୍ଷଣ 20 ପ୍ରତିଶତ ଥିବାରୁ ସେମାନେ ପାଉଛନ୍ତି 337 ସିଟ୍, ହରାଉଛନ୍ତି 316 ସିଟ୍ । ସେହିପରି ସାଧାରଣ ବର୍ଗର ଜନସଂଖ୍ୟା ମାତ୍ର 6 ପ୍ରତିଶତ ରହିଛି । ସଂରକ୍ଷଣ ପାଉଛନ୍ତି EWS ବା ଆର୍ଥିକ ଦୁର୍ବଳ ଶ୍ରେଣୀର 10 ପ୍ରତିଶତ । ସିଟ ସଂଖ୍ୟା 168 ।

ତାମିଲନାଡୁରେ ଓବିସି ବର୍ଗଙ୍କୁ 69 ପ୍ରତିଶତ ସଂରକ୍ଷଣ :

ସାମାଜିକ ନ୍ୟାୟ ଯୁବ ଛାତ୍ର ସଂଘର ଆବାହକ ଚିଦାନନ୍ଦ ଜେନା କହିଛନ୍ତି, "ସବୁ ମାନକରେ ଉନ୍ନତ ହୋଇପାରିଲେ ଗୋଟିଏ ବର୍ଗ ସମାଜରେ ଆଗକୁ ବଢିପାରିବ । ବହୁ ପୂର୍ବରୁ ଦେଶର ପ୍ରଗତିଶୀଳ ରାଜ୍ୟ କେରଳ, କର୍ଣ୍ଣାଟକ, ହରିୟାଣା, ତାମିଲନାଡୁ ଓ ଅନ୍ୟାନ୍ୟ ଉତ୍ତର ଭାରତ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂରକ୍ଷଣ ପ୍ରଦାନ କରାଯାଇଛି । ତାମିଲନାଡୁରେ ଓବିସି ବର୍ଗଙ୍କୁ 69 ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି । ଓଡି଼ଶା ଏକ ସ୍ୱତନ୍ତ୍ର ରାଜ୍ୟ ଯେଉଁଠାରେ ପ୍ରାୟ 54 ପ୍ରତିଶତ ଓବିସି ରହିଛନ୍ତି । ସେହିପରି ଏସସି ଏବଂ ଏସଟିଙ୍କ ସଂଖ୍ୟା ପ୍ରାୟ 39 ପ୍ରତିଶତ । ସାଧାରଣ ବର୍ଗଙ୍କ ସଂଖ୍ୟା ମାତ୍ର 6 ପ୍ରତିଶତ ।"

ଓବିସି ବର୍ଗରୁ ବାହାରୁନାହାନ୍ତି ଅଧିକ ଡାକ୍ତର ଓ ଇଞ୍ଜିନିୟର :

ଚିଦାନନ୍ଦ ଆହୁରି ମଧ୍ୟ କହିଛନ୍ତି, "OBC ବର୍ଗରୁ ଅଧିକ ସଂଖ୍ୟକ ଡାକ୍ତର ଓ ଇଞ୍ଜିନିୟର ବାହାରୁ ନାହାନ୍ତି । ଏହାର ଅର୍ଥ କଦାପି ନୁହେଁ, ଓବିସି ବର୍ଗର ପିଲାଙ୍କ ପାଖରେ ଦକ୍ଷତା ନାହିଁ । ସେମାନଙ୍କ ଲାଗି ଅବଶ୍ୟକ ଲେଭଲ ପ୍ଲେଇଂ ଫିଲଡ୍ ସଂରକ୍ଷଣ ଦ୍ୱାରା ହୋଇପାରିବ । ଓବିସିଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେବା କଥା । କିନ୍ତୁ ସଂରକ୍ଷଣ ମିଳୁଛି ମାତ୍ର 11.2 ପ୍ରତିଶତ । ସେମାନେ ପ୍ରାୟ 16 ପ୍ରତିଶତ ସଂରକ୍ଷଣ ହରାଉଛନ୍ତି । ଯାହା ଫଳରେ କୌଳିକ ବୃତ୍ତିଧାରୀ 50 ହଜାର ଓବିସି ବର୍ଗର ଚଷା, ଖଣ୍ଡାୟତ, ଯାଦବ, ମହାରଣା ପରିବାରର ପିଲା ସଂରକ୍ଷଣରୁ ବଞ୍ଚିତ ହେଉଛନ୍ତି । ମେଡିକାଲ ଓ ଇଞ୍ଜିନିୟରିଂ ପାଠପଢାରେ SC STଙ୍କ ଲାଗି 20 ପ୍ରତିଶତ ସଂରକ୍ଷଣ ରହିଛି । ସେମାନଙ୍କୁ 38 ପ୍ରତିଶତ ମିଳିବା କଥା, କିନ୍ତୁ ସେମାନେ 18 ପ୍ରତିଶତ ସଂରକ୍ଷଣ ହରାଉଛନ୍ତି । କିନ୍ତୁ ଏ କ୍ଷେତ୍ରରେ ଓବିସିଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ ।"

ମାନବ ସମ୍ବଳ ସୃଷ୍ଟିରେ ରାଜ୍ୟର ଉନ୍ନତି :

ସେ ଆହୁରି ମଧ୍ୟ କହିଛନ୍ତି, "ସାଧାରଣତଃ SC, ST, OBC ପିଲାମାନେ ବ୍ୟୟବହୁଳ କୋଚିଂ ନେଇପାରୁନାହାନ୍ତି । ସରକାର ଯଦି ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କର ବିକାଶ କରିବାକୁ ଚାହୁଁଛନ୍ତି, ତେବେ ରାଜ୍ୟର ସେମାନଙ୍କ ସଶକ୍ତିକରଣ କରିବାକୁ ପଡିବ । ସେମାନଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେବାକୁ ପଡିବ । ଏହାହେଲେ ରାଜ୍ୟ ଅଧିକ ଡାକ୍ତର ଓ ଇଞ୍ଜିନିୟର ପାଇପାରିବା । କୋଠାବାଡ଼ି କରିଦେଲେ ଡାକ୍ତର ଓ ଇଞ୍ଜିନିୟର ସୃଷ୍ଟି ହୋଇଯିବେ ନାହିଁ । କେରଳରେ ପ୍ରାୟ 30 ହଜାର ନର୍ସିଂ ଷ୍ଟାଫ ଅଛନ୍ତି । ଆମର ଅଭାବ ରହିଛି । ଓଡିଶାକୁ ପ୍ରଥମେ ମାନବ ସମ୍ବଳ ସୃଷ୍ଟି କରିବାକୁ ପଡିବ । ମାନବ ସମ୍ବଳ ସୃଷ୍ଟି ହେଲେ ହିଁ ରାଜ୍ୟର ଉନ୍ନତି ହୋଇପାରିବ ।"

ରାଜ୍ୟ ସରକାର ଏହି ବର୍ଗ ଉପରେ ଦେଉଛନ୍ତି ଧ୍ୟାନ :

ଶାସକ ଦଳର ଓବିସି ସେଲ ମୁଖ୍ୟ ସୁରଥ ବିଶ୍ୱାଳ କହିଛନ୍ତି, "ରାଜ୍ୟରେ ରହିଛନ୍ତି ପ୍ରାୟ 54 ପ୍ରତିଶତ OBC । ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏନେଇ ଅବଗତ କରାଯାଇଛି । ଶିକ୍ଷାରେ ସଂରକ୍ଷଣ କେନ୍ଦ୍ର ଓ ଅନ୍ୟାନ୍ୟ ରାଜ୍ୟ ସରକାର ଦେଉଛନ୍ତି । କିନ୍ତୁ ଓଡ଼ିଶାର ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହେଉଛନ୍ତି । ଗତ ସରକାର ଅମଳରେ ଓବିସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଅଚଳ ହୋଇପଡିଛି । ପ୍ରଶିକ୍ଷଣ, ଋଣ, ଆତ୍ମ ନିଯୁକ୍ତିର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା ଥିଲେ ବି ଚାଲିଲା ନାହିଁ । ଏହାକୁ କାର୍ଯ୍ୟକ୍ଷମ କଗାଯାଉ । ଗତ ସରକାରରେ ଓବିସି ବର୍ଗଙ୍କର ହୋଇଥିବା ସର୍ଭେ ରିପୋର୍ଟ ସାର୍ବଜନୀନ ହେଉ । ରାଜ୍ୟ ସରକାର ଏହି ବର୍ଗ ଉପରେ ଧ୍ୟାନ ଦେଉଛନ୍ତି ।"

ରିପୋର୍ଟ ସାର୍ବଜନୀନ ବିଳମ୍ବ ହେଲେ କୈଫିୟତ :

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ଓବିସି ଗଣନା ଲାଗି ଜୋରଦାର ଦାବି ହୋଇଥିଲା । ଚାପର ସମ୍ମୁଖୀନ ହେବା ପରେ ବିଳମ୍ବରେ ହେଲେ ମଧ୍ୟ ନବୀନ ସରକାର ଓବିସି କମିଶନ ଗଠନ କରିଥିଲେ । କମିଶନ ଓବିସି ଗଣନା କଲେ କିନ୍ତୁ ସରକାର ରିପୋର୍ଟକୁ ସାର୍ବଜନୀନ କଲେ ନାହିଁ । ରାଜନୈତିକ ଦୃଷ୍ଟିକୋଣରୁ ଏହା ହୋଇନାହିଁ । ପରିବର୍ତ୍ତିତ ପରିସ୍ଥିତିରେ ଓବିସି ଗଣନା ରିପୋର୍ଟ ସାର୍ବଜନୀନ ହେଉ । ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି OBC ବର୍ଗର ବ୍ୟକ୍ତି । ଓବିସି ରିପୋର୍ଟ ସାର୍ବଜନୀନ ହେବ ନା ନାହିଁ ମୋହନ ସରକାରଙ୍କ ଉପରେ ନିର୍ଭର କରେ । ଯେତେ ବିଳମ୍ବ ହେବ ମୋହନ ସରକାରଙ୍କୁ ସେତେ କୈଫିୟତ ଦେବାକୁ ପଡିବ ।"

ବିଜେପି ଦେଉଛି ଓବିସି ଓ ଆଦିବାସୀଙ୍କୁ ଗୁରୁତ୍ୱ:

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି,"ଭାରତବର୍ଷର ଅନେକ ରାଜ୍ୟରେ OBC ମାନଙ୍କର ସଂରକ୍ଷଣ ଲାଗି ବ୍ୟବସ୍ଥା ହୋଇଛି । ବିଗତ 24 ବର୍ଷରେ ଓଡିଶାରେ ଶିକ୍ଷା, ଚାକିରି କ୍ଷେତ୍ରରେ ସଂରକ୍ଷଣ ହୋଇପାରିନାହିଁ । ଓବିସିଙ୍କୁ ପ୍ରତାରଣା କରାଯାଇଛି । ସେମାନଙ୍କୁ ସଂରକ୍ଷଣ ଦିଆଯାଇନାହିଁ। ବିଜେପି ସରକାର ଓବିସି ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଉଛନ୍ତି । କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ଆଦିବାସୀଙ୍କ ଲାଗି ମନ୍ତ୍ରଣାଳୟ ଖୋଲିଥିଲେ । ଆଦିବାସୀ ପୁଅ ଜୁଏଲ ଓରାମ ବିଭାଗୀୟ ମନ୍ତ୍ରୀ ହୋଇଥିଲେ । ନରେନ୍ଦ୍ର ମୋଦି ସରକାର ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦରେ ବସାଇଛନ୍ତି । ସେହିପରି ବିଜେପି ଜଣେ ଆଦିବାସୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିଛି । "

ଏହା ବି ପଢନ୍ତୁ...ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ; ବିଜେଡି କହିଲା ଅଦୃଶ୍ୟ ଶକ୍ତି ଅଟକାଉଛି, ବାଚସ୍ପତିଙ୍କୁ ଅପମାନ ଘଟଣାରେ କ୍ଷମା ଦାବି କଲା ବିଜେପି - reservation issue Odisha Assembly

କୋଭିଡ ଲାଗି ଘୁଞ୍ଚିଥିଲା OBC ଗଣନା :

ରାଜ୍ୟରେ ପଛୁଆ ବର୍ଗଙ୍କ ସର୍ଭେ କରାଇବା ପାଇଁ ଓବିସି କମିଶନଙ୍କୁ ଗତ 2021 ଫେବୃୟାରୀ 26 ତାରିଖରେ ବିଜେଡି ସରକାର ଅନୁମତି ଦେଇଥିଲେ । 2021 ମେ’ ମାସରୁ ଓବିସି ଗଣନା ଆରମ୍ଭ ପାଇଁ ମଧ୍ୟ କମିଶନ ପ୍ରସ୍ତୁତି ହୋଇଥିଲେ । କିନ୍ତୁ କୋଭିଡ ଯୋଗୁଁ ଏହି ସର୍ଭେକୁ ସ୍ଥଗିତ ରଖାଯାଇଥିଲା । ଏହାପରେ 2023 ମେ ମାସରେ ହୋଇଥିଲା ପଛୁଆ ବର୍ଗ ସର୍ଭେ । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ ହୋଇଥିବା ତତ୍କାଳୀନ ସରକାର କହିଥିଲେ । ଓବିସି ବର୍ଗର ଲୋକେ ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ଦାଖଲ କରିଥିଲେ। ଏହି ସର୍ଭେ ସଂକ୍ରାନ୍ତ ତଥ୍ୟ ମଧ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.