ETV Bharat / politics

ମଣିପୁରର 11ଟି ବୁଥରେ ସାନିମତଦାନ ଆରମ୍ଭ, ମତ ସାବ୍ୟସ୍ତ କରୁଛନ୍ତି ଭୋଟର - Lok Sabha Election 2024 - LOK SABHA ELECTION 2024

Re-polling in Manipur: କଡା ସୁରକ୍ଷା ମଧ୍ୟରେ ମଣିପୁରର11ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ । ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଭୋଟିଂ । ଅଧିକ ପଢନ୍ତୁ

Re polling
Re polling
author img

By ETV Bharat Odisha Team

Published : Apr 22, 2024, 8:38 AM IST

ଇମ୍ଫାଲ: ମଣିପୁରର 11ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ । ହିଂସା ଯୋଗୁଁ ଏପ୍ରିଲ 19 ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଏହି ସବୁ ବୁଥରେ ମତଦାନ ପ୍ରଭାବିତ ହୋଇଥିଲା । କଡା ସୁରକ୍ଷା ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ (I-Inner Manipur Parliamentary ) ନିର୍ବାଚନମଣ୍ଡଳୀର 11ଟି ବୁଥରେ ସକାଳ 7ଟାରୁ ସାନି ମତଦାନ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ।

ସାନି ମତଦାନ ହେଉଥିବା କେନ୍ଦ୍ର: ହିଂସା ଯୋଗୁଁ 11ଟି ବୁଥରେ ଆଜି ସାମି ମତଦାନ ଜାରି ରହିଛି । ସେହି ବୁଥ ଗୁଡି ହେଉଛି, ଖୋରାଇ ବିଧାନସଭା ନିର୍ବାଚନମଣ୍ଡଳୀର ମୋଇରଙ୍ଗକାମ୍ପୁ ସଜିବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଏସ୍ ଇବୋବି ପ୍ରାଥମିକ ବିଦ୍ୟାଳୟ (ଇଷ୍ଟ ୱିଙ୍ଗ), କ୍ଷେତ୍ରିଗାଓଁର ଚାରିଟି ବୁଥ, ଥୋଙ୍ଗଜୁରେ ଗୋଟିଏ, ଉରିପୋକରେ ତିନୋଟି ଏବଂ କନଥୁଜାମର ଗୋଟିଏ ବୁଥ ।

ଏହା ମଧ୍ୟ ପଢନ୍ତୁ-ଆସନ୍ତାକାଲି ମଣିପୁରର 11 ବୁଥରେ ସାନି ମତଦାନ - Repolling In Manipur

ହିଂସା ସତ୍ତ୍ବେ 69.18 ପ୍ରତିଶତ ଭୋଟିଂ: ମଣିପୁରରେ ଦୁଇଟି ଲୋକସଭା ଆସନ ରହିଥିବା ବେଳେ ଏପ୍ରିଲ 19 ତାରିଖରେ ଆଭ୍ୟନ୍ତରୀଣ ମଣିପୁର ଆସନ ପାଇଁ ଭୋଟିଂ ହୋଇଥିଲା । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥିଲା । ରେକର୍ଡ ସଂଖ୍ୟକ 69.18 ପ୍ରତିଶତ ଭୋଟିଂ ହୋଇଥିଲେ ସୁଦ୍ଧା ବିଷ୍ଣୁପୁରରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାଜ୍ୟର ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିବାକୁ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା । ଫଳରେ ନିର୍ବାଚନ କମିଶନ ରବିବାର 11ଟି ବୁଥରେ ସାନି ମତଦାନ ପାଇଁ ତାରିଖ ଘୋଷଣା କରିଥିଲେ । ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ସହ ଏହି ଭୋଟିଂ ପ୍ରକ୍ରିୟା ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆସନ୍ତା 26 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ରହିଛି । ସେହିଦିନ ମଣିପୁର-ବାହ୍ୟ ଆସନରେ ଭୋଟ ଗ୍ରହଣ ହେବ । ସେହିଦିନ କିପରି କୌଣସି ହିଂସା ନଘଟିବ ସେନଇ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । 19 ତାରିଖରେ ସମଗ୍ର ଦେଶରେ ପ୍ରାୟ 62 ପ୍ରତିଶତ ଭୋଟିଂ ହାର ସହ ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିଲା । ଏଥିରେ 21 ରାଜ୍ୟର 102 ଆସନରେ ଭୋଟିଂ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.