ETV Bharat / politics

ଆସୁଛନ୍ତି ରାହୁଲ, ଫେବୃଆରୀ ୬ରୁ ଓଡ଼ିଶାରେ ନ୍ୟାୟ ଯାତ୍ରା - Bharat Jodo Nyay Yatra in Odisha

Rahul Gandhi's Bharat Jodo Nyay Yatra: ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଫବୃଆରୀ ୬ରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ପହଞ୍ଚିବେ । ଓଡ଼ିଶାରେ ପ୍ରାୟ ୨୦୦ କିମି ରୋଡ ଶୋ ନେଇ ସୂଚନା ଦେଲେ ପିସିସି ସଭାପତି । ଅଧିକ ପଢ଼ନ୍ତୁ

ଫେବୃଆରୀ ୬ରୁ ଓଡ଼ିଶାରେ ନ୍ୟାୟ ଯାତ୍ରା
ଫେବୃଆରୀ ୬ରୁ ଓଡ଼ିଶାରେ ନ୍ୟାୟ ଯାତ୍ରା
author img

By ETV Bharat Odisha Team

Published : Jan 31, 2024, 7:08 PM IST

ଫେବୃଆରୀ ୬ରୁ ଓଡ଼ିଶାରେ ନ୍ୟାୟ ଯାତ୍ରା

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧୀ । ଆସନ୍ତା ୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀ ପହଞ୍ଚିବେ । ଏଠାରେ ତାଙ୍କୁ ପିସିସି ପକ୍ଷରୁ ଭବ୍ୟ ସ୍ବାଗତ କରାଯିବ । ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ସେପଟେ ସବୁ କାର୍ଯ୍ୟକୁ ତଦାରଖ କରିବା ପାଇଁ ରାହୁଲଙ୍କ ଅଫିସରୁ ଏଥିପାଇଁ 2ଟି ଟିମ୍‌ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ।

ଫେବୃଆରୀ ୬ରେ ପହଞ୍ଚି ବେଦବ୍ୟାସ ଠାରେ ରାତ୍ରି ଯାପନ କରିବେ ରାହୁଲ ଗାନ୍ଧୀ । 7 ତାରିଖ ସକାଳେ ରାଉରକେଲା, ପରେ ରାଜଗାଙ୍ଗପୁର, ଉତ୍ତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭା ହେବ । ପରେ ଝାରସୁଗୁଡାରେ ରାତ୍ରୀ ଯାପନ କରିବେ ରାହୁଲ । 8 ତାରିଖରେ ବ୍ରଜରାଜ ନଗର, ବେଲପାହାଡ଼ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ । ତେବେ ଓଡ଼ିଶାରେ ରାହୁଲଙ୍କ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ତାଙ୍କ ଅଫିସରୁ 2ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଗୋଟିଏ ଟିମ ସୁନ୍ଦରଗଡ଼ ଓ ଅନ୍ୟ ଟିମ ବର୍ତ୍ତମାନ ଭୁବନେଶ୍ବରରେ ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ପଶ୍ଚିମବଙ୍ଗରେ ରାହୁଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ନ୍ୟାୟ ଯାତ୍ରା

ସେପଟେ ରାହୁଲଙ୍କ କାର୍ଯ୍ୟକ୍ରମକୁ ଓଡ଼ିଶାରେ ସଫଳ କରାଇବା ପାଇଁ ଓପିସିସି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି । ଏହାର ଚେୟାରମ୍ୟାନ ଭାବେ ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ରହିଥିବା ବେଳେ ସହଯୋଗ ପାଇଁ ଭାଇସ୍‌ ଚେୟାରମ୍ୟାନ୍‌ ଭାବରେ ଯୁବନେତା ନବଜ୍ୟୋତି ପଟ୍ଟନାୟକଙ୍କୁ ଦାୟିତ୍ବ ମିଳିଛି । ଏହି କମିଟିର କନଭେନର ଭାବେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଦାୟିତ୍ବ ଦିଆଯାଇଛି । ସମସ୍ତ ୯ ବିଧାୟକଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି । ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏଥିରେ ସହଯୋଗ କରିବେ । ରାଜ୍ୟରେ ପ୍ରାୟ 200 କିଲୋମିଟର ରୋଡ୍‌ ଶୋ କରିବେ ରାହୁଲ ଗାନ୍ଧୀ । ସେପଟେ ପ୍ରଭାରୀ ଅଜୟ କୁମାର ମଧ୍ୟ ଏହାର ତଦାରଖ କରୁଛନ୍ତି । ଆଜି ଅପରାହ୍ନରେ କଂଗ୍ରେସ ଭବନରେ ଏନେଇ ଏକ ପ୍ରସ୍ତୁତି ବୈଠକ ବସିଛି । ପିସିସି ସଭାପତି ଓ ପ୍ରଭାରୀଙ୍କ ସମେତ ସମସ୍ତ ୯ ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଅନ୍ୟାନ୍ୟ ପଦ ପଦବୀରେ ରହିଥିବା ନେତା ଏହି ପ୍ରସ୍ତୁତି ବୈଠକରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.