ETV Bharat / politics

ଧାନବାଦରେ ଖଟିଆରେ ବସି ଲୋକଙ୍କ ସମସ୍ୟା ଶୁଣିଲେ ରାହୁଲ - Jharkhand News

Bharat Jodo Nyay Yatra: 'ଭାରତ ଯୋଡ଼ାେ ନ୍ୟାୟ ଯାତ୍ରା'ରେ ଝାଡ଼ଖଣ୍ଡରେ ପହଞ୍ଚି ଅଞ୍ଚଳବାସୀଙ୍କ ସମସ୍ୟା ଶୁଣିଛନ୍ତି ରାହୁଲ । ସାଧାରଣ ବ୍ୟକ୍ତି ଭଳି ଖଟିଆ ପକାଇ ସେ ଲୋକଙ୍କ ମଝିରେ ବସିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Bharat Jodo Nyay Yatra
Bharat Jodo Nyay Yatra
author img

By ETV Bharat Odisha Team

Published : Feb 4, 2024, 7:06 PM IST

Bharat Jodo Nyay Yatra

ରାଞ୍ଚି: ଝାଡ଼ଖଣ୍ଡର ଧାନବାଦରେ ପହଞ୍ଚିଲା କଂଗ୍ରେସର 'ଭାରତ ଯୋଡ଼ାେ ନ୍ୟାୟ ଯାତ୍ରା' । କେନ୍ଦୁଆଡିହ ଥାନା ଅନ୍ତର୍ଗତ ଗୋଧରରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜଣେ ସାଧାରଣ ଲୋକ ଭଳି ଖଟିଆ ପକାଇ ଅଞ୍ଚଳବାସୀଙ୍କ ନିକଟରେ ସେ ବସିଥିଲେ । ଚାରିପଟେ ନିଆଁ ଜଳୁଥିବାବେଳେ ନିକଟରେ ବସି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ରାହୁଲ । ସମ୍ପୃକ୍ତ ସ୍ଥାନରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ତେବେ ଗ୍ରାମବାସୀମାନେ ରାହୁଲଙ୍କ ନିକଟରେ ବେରୋଜଗାର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ଆଉ ଗ୍ରାମର ମହିଳାମାନେ କହିଥିଲେ , "କଂଗ୍ରେସ ସରକାର ଶେଷ ହେବା ଦିନରୁ ବହୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ।"

ସୂଚନା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ବଢିବାରେ ଲାଗିଛି ଗରିବଙ୍କ ସଂଖ୍ୟା । ଦାରିଦ୍ର୍ୟତା ବଢୁଥିବାବେଳେ ନିଜ ପରିବାରର ଗୁଜରାଣ ମେଣ୍ଟାଇବା ମଧ୍ୟ ଅନେକଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ । ଏଠାକାର ଅଧିକାଂଶ ଲୋକେ କୋଇଲା ସଂଗ୍ରହ କରି ତାକୁ ପୋଡି଼ ପୋଡ଼ା କୋଇଲା ପ୍ରସ୍ତୁତ କରିଥାନ୍ତି । ଆଉ ତା'ପରେ ସେହି ପୋଡ଼ା କୋଇଲାକୁ ନିଜର ସାଇକେଲ ସାହାଯ୍ୟରେ ହୋଟେଲରେ ପହଞ୍ଚାଇଥାନ୍ତି । ସେଥିରୁ ଯାହା ରୋଜଗାର ହୁଏ, କଷ୍ଟେ ମଷ୍ଟେ ପରିବାର ପେଟକୁ ଦାନା ଯାଏ । ଏହା ଅଞ୍ଚଳବାସୀଙ୍କ ପ୍ରମୁଖ ରୋଜଗାର ହୋଇଥିବାବେଳେ ପେଟ ପୋଷିବା ପାଇଁ ଅନ୍ୟ କୌଣସି ଉପାୟ ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ନ୍ୟାୟ ଯାତ୍ରାରେ ପୁଣି ବର୍ଷିଲେ ରାହୁଲ, କହିଲେ ଆଦାନୀଙ୍କୁ ଛାଡି ସମସ୍ତଙ୍କ ସହିତ ଅନ୍ୟାୟ କରୁଛି ବିଜେପି

ଏହା ମଧ୍ୟ ପଢନ୍ତୁ...ରାହୁଲ ଆସିବା ପୂର୍ବରୁ ଟାଣ ହେଉଛି ହାତ ମୁଠା, ପୁରୁଣା ନେତାଙ୍କ ଘର ବାହୁଡା

ଏହା ମଧ୍ୟ ପଢନ୍ତୁ...ବୈଦ୍ୟନାଥ ଧାମରେ ଦେଶବାସୀଙ୍କ ମଙ୍ଗଳ କାମନା କରି ରୁଦ୍ରାଭିଷକ କଲେ ରାହୁଲ, ଦେଖନ୍ତୁ ଫଟୋ

ସେପଟେ ଝାଡ଼ଖଣ୍ଡରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ସମୟରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି, ୩ ଜଣ ପୁଞ୍ଜିପତିଙ୍କୁ ଦେଶର ସମସ୍ତ ପୁଞ୍ଜି ସମର୍ପିତ କରାଯାଇଛି । ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ଖରାପ କରୁଛନ୍ତି । ସମସ୍ତ ପବ୍ଲିକ ସେକ୍ଟର ମୁଷ୍ଟିମେୟଲୋକଙ୍କ ହାତରେ ଥିବାବେଳେ ଅନ୍ୟାୟ ଅତ୍ୟାଚାର ସହୁଛନ୍ତି ଦଳିତ ଓ ଆଦିବାସୀ । ଯଦି କଂଗ୍ରେସ ସରକାରକୁ ଆସିବ ତେବେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରୋଜଗାରର ଗ୍ୟାରେଣ୍ଟି ରହିଛି । ଆଦିବାସୀଙ୍କୁ କେବଳ କଂଗ୍ରେସ ହିଁ ସୁରକ୍ଷା ଦେଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.