ETV Bharat / politics

ମୋଦିଙ୍କ ଫୋକସରେ ଓଡିଶା: ଗୋଟିଏ ସପ୍ତାହରେ 2 ଥର ଗସ୍ତ, ରୋଡ ସୋ’ ଓ ପ୍ରଚାର କରିବେ - PM MODI ODISHA VISIT - PM MODI ODISHA VISIT

PM Modi to campaign in Odisha: ଗୋଟିଏ ସପ୍ତାହରେ 2 ଥର ଓଡିଶା ଆସିବେ ମୋଦି । ଆସନ୍ତାକାଲି ଓ ମେ’ 10ରେ ଆସୁଛନ୍ତି ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ସଭାକୁ କରିବେ ସମ୍ବୋଧନ । 10ରେ ଭୁବନେଶ୍ବରରେ କରିବେ ରୋଡ ସୋ’ । ଅଧିକ ପଢନ୍ତୁ

PM MODI VISIT ODISHA
PM MODI VISIT ODISHA (Etv Bharat)
author img

By ETV Bharat Odisha Team

Published : May 4, 2024, 1:23 PM IST

Updated : May 4, 2024, 3:35 PM IST

PM MODI ODISHA VISIT (Etv Bharat)

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପାଇଁ ବ୍ରହ୍ମପୁରରେ କରିବେ ହାଇଭୋଲଟେଜ ପ୍ରଚାର । ନବରଙ୍ଗପୁରରେ ମଧ୍ୟ ବିଶାଳ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ଆସନ୍ତାକାଲି (ରବିବାର) ରାତି 9ଟା 30ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିବେ । ସୋମବାର ଦିନ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରି ସେଠାରେ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନବରଙ୍ଗପୁରରେ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ତେବେ ପୂର୍ବରୁ ମୋଦି ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ ଓ ସଂସ୍କୃତି ବିପଦରେ ପଡ଼ିଥିବା କଥା କହି ବିଜେଡିକୁ ଟାର୍ଗେଟ କରିଥିଲେ । ଏବେ ତାଙ୍କର ଓଡ଼ିଶା ଗସ୍ତକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ରବିବାର ରାତିରେ ଏୟାରପୋର୍ଟରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ସେଠାରୁ ରାଜଭବନ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ।

PM MODI ODISHA VISIT
PM MODI ODISHA VISIT (Etv Bharat)

ଆସନ୍ତା ମେ' 13 ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । 4ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟରେ ହେବ ନିର୍ବାଚନ । 28 ଟି ବିଧାନସଭା ଆସନ ପାଇଁ ମଧ୍ୟ ପଡିବ ଭୋଟ । ଏଥିପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀ । ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶାକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ବାରମ୍ବାର ଓଡିଶା ଗସ୍ତରେ ଆସି କରୁଛନ୍ତି ପ୍ରଚାର । ଆଜି ବୈଦେଶିକ ମନ୍ତ୍ରୀ ଭୁବନେଶ୍ବରରେ ଆସି ପହଞ୍ଚିଥିବା ବେଳେ ଆସନ୍ତାକାଲି ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜ୍ୟ ଗସ୍ତ କରିବେ ।

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ, 3ଟି କାର୍ଯ୍ୟକ୍ରମରେ ହେବେ ସାମିଲ - EAM Jaishankar Visit Odisha

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଗତକାଲି ପହଞ୍ଚିବା ପରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ । ଏହା ପରେ ସିଧା ରାଜଭବନ ଅଭିମୁଖେ ଯାତ୍ରା କରି ସେଠାରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । 6 ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରି ଯିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ । ତାପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଉଦବୋଧନକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ ଓ ସଂସ୍କୃତି ବିପଦରେ ପଡ଼ିଥିବା କଥା ମୋଦି କହି ସାରିଛନ୍ତି ।

ଏଥିସହ ଆସନ୍ତା 10 ତାରିଖରେ ମଧ୍ୟ 2 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମେ’ 10ରେ ଭୁବନେଶ୍ବରରେ ରୋଡ ସୋ’ କରିବେ ଏବଂ ମେ’ 11ରେ ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେବେ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବେ ନଡ୍ଡା: ସେହିପରି ଆସନ୍ତାକାଲି ଆସିବ ଓଡ଼ିଶା ବିଜେପିର ନିର୍ବାଚନୀ ଇସ୍ତାହାର । ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରବିବାର ଅପରାହ୍ନ 3ଟା ବେଳେ ଓଡିଶାରେ ପହଞ୍ଚିବେ । ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନୀ ରଣନୀତି ନେଇ ମଧ୍ୟ ଆଲୋଚନା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ତାପରେ କଟକ ଯାଇ ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ନଡ୍ଡା ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଜେପି କେଉଁ ପ୍ରସଙ୍ଗକୁ ନେଇ ନିର୍ବାଚନୀ ମଇଦାନରେ ଲୋକଙ୍କ ପାଖକୁ ଯିବ ସେ ନେଇ ବାର୍ତ୍ତା ଦେବେ ଜେପି ନଡ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 4, 2024, 3:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.