ETV Bharat / politics

ସରିଲା ପ୍ରାକ ବଜେଟ ବୈଠକ: କେଉଁ ବର୍ଗକୁ ମିଳିଛି ଗୁରୁତ୍ବ ? କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Pre Budget Consultation Meeting

author img

By ETV Bharat Odisha Team

Published : Jul 12, 2024, 9:04 PM IST

Pre Budget Consultation Meeting:ବଜେଟ ପାଇଁ ସରିଲା ପ୍ରାକ ବଜେଟ ବୈଠକ । ପ୍ରାକ ବଜେଟ ବୈଠକ ପରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢ଼ନ୍ତୁ

Pre Budget Consultation Meeting
Pre Budget Consultation Meeting (ETV Bharat Odisha)

ଭୁବନେଶ୍ବର: ନୂଆ ସରକାରଙ୍କ ବଜେଟ ସଜବାଜ । ଆଜି ରାଜ୍ୟ ସରକାର 2024-25 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ସବୁବର୍ଗର ଜନସାଧାରଣଙ୍କୁ ସୁହାଇଲା ଭଳି ବଜେଟ ଆଣିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରାକ ବଜେଟ ବୈଠକ । ଏହି ବୈଠକରେ ନାଗରିକ ସମାଜ, ଅର୍ଥନୈତିକ ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ସାମିଲ ହୋଇଥିଲେ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ ।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ଆମ ସରକାର ଲୋକଙ୍କ ସରକାର । ଲୋକଙ୍କ ବଜେଟ୍ ପ୍ରସ୍ତୁତ କରିବ । ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ । ଆମ ବଜେଟ୍ ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି । ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରିଛୁ । ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ଆମର ପରମ୍ପରା ଜାରି ରହିବ । ଲୋକଙ୍କ ପାଇଁ ବଜେଟ ଆସିବ । ଅନଲାଇନରେ ଲୋକଙ୍କ ମତାମତ ମଗାଯାଇଥିଲା । ବର୍ତ୍ତମାନ ସୁଦ୍ଧା 12 ହଜାର ମତାମତ ଆସିଛି । ଯାହାକି ପୂର୍ବ ବର୍ଷ ତୁଳନା 6 ଗୁଣା ଅଧିକ । ଆଜି ବୈଠକରେ ମଧ୍ୟ ଦେଢ଼ ଶହରୁ ଅଧିକ ବିଶେଷଜ୍ଞଙ୍କ ମତାମତ ନିଆଯାଇଛି ।"

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ବଜେଟ ପ୍ରସ୍ତୁତିରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ । ଆମ ସରକାର ପ୍ରଥମରୁ ହିଁ ଲୋକଙ୍କ ସରକାର ଭାବରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ବ ଦେଇ ଆସୁଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଅନଲାଇନ ଜରିଆରେ ଲୋକଙ୍କ ମତାମତ ସଂଗ୍ରହ କରିଥିଲୁ । ଲୋକଙ୍କ ଏପରି ବ୍ୟାପକ ଅଂଶଗ୍ରହଣ ଆମ ପାଇଁ ଉତ୍ସାହଜନକ ରହିଛି । ଆଜି ମଧ୍ୟ ଏହି ପ୍ରାକ ବଜେଟରେ ପାଖାପାଖି ପ୍ରାୟ ୨୧୫୦ରୁ ଅଧିକ ଲୋକେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ସମାଜରେ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହିଥିଲେ । ଏହି ବଜେଟ ଆଗାମୀ ଦିନରେ ଓଡି଼ଶାକୁ ନୂଆ ଓଡି଼ଶା ଗଠନ କରିବାରେ ସହାୟକ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ମୋହନ ସରକାରକୁ ମାସେ; ଆରମ୍ଭରୁ ଝୁଣ୍ଟିଲେ ! ଆଗକୁ ସୁଭଦ୍ରା ଯୋଜନା ଓ ଧାନର MSP ବଡ଼ ଚ୍ୟାଲେଞ୍ଜ - one month to cm Mohan majhi govt

ଆଜି ଲୋକସେବା ଭବନର କନଭେନ୍ସାନ ହଲରେ ଅନୁଷ୍ଠିତ ଏହି ପ୍ରାକ ବଜେଟର ବୈଠକରେ ବିଭିନ୍ନ ନାଗରିକ ସମାଜ (Civil Society), ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବ ଗଣ, RBIର ଆଞ୍ଚଳିକ ନିର୍ଦ୍ଦେଶକ, ନାବାର୍ଡ ଜେନେରାଲ ମ୍ୟାନେଜର ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୬ ଜଣ ବିଶିଷ୍ଠ ବ୍ୟକ୍ତି ସେମାନଙ୍କ ମତାମତ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.