ETV Bharat / politics

ଇଭିଏମ ଭାଙ୍ଗିନାହାନ୍ତି ପ୍ରଶାନ୍ତ ! ଭାଇରାଲ ହେଲା ବୁଥ ଭିତର ସିସିଟିଭି ଫୁଟେଜ - Twist In Prashant Jagdev Case

author img

By ETV Bharat Odisha Team

Published : May 28, 2024, 7:00 PM IST

Twist In Prashant Jagdev Controversy: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭାଙ୍ଗିବା ଘଟଣାରେ ଆସିଛି ନୂଆ ମୋଡ଼ । ସିସିଟିଭି ଫୁଟେଜରେ ପୂର୍ବରୁ ଇଭିଏମ ଭଙ୍ଗା ହୋଇଥିବା ନେଇ ଆସିଲା ଚିତ୍ର । ଅଧିକ ପଢନ୍ତୁ

Twist In Prashant Jagdev Controversy
Twist In Prashant Jagdev Controversy (ETV Bharat Odisha)

ଖୋର୍ଦ୍ଧା: ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭଙ୍ଗା ଘଟଣା ନେଇ ଆସିଛି ନୂଆ ଟ୍ବିଷ୍ଟ । ଗତ ୨୫ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭାଙ୍ଗିବା ଘଟଣାରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ କରାଯାଇଥିଲା । ଆଜି 114ନଂ ବୁଥର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉକ୍ତ ଭିଡିଓରେ ପ୍ରଶାନ୍ତ ଜଗଦ୍ଦେବ ଏମପି ବୁଥରେ ଭୋଟ ଦେଇ ବିଧାନସଭା ବୁଥକୁ ଭୋଟ ଦେବାକୁ ଯାଉଥିବା ପୂର୍ବରୁ ବିଧାନସଭା ଇଭିଏମ ମେସିନଟିକୁ ଜଣେ କେହି ଭାଙ୍ଗି ଦେଇଥିବାର ସିସିଟିଭିରେ ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ପ୍ରଶାନ୍ତ ଜଗଦ୍ଦେବ ସେହି ଇଭିଏମ ପାଖକୁ ଯାଇ ନାହାଁନ୍ତି । କିନ୍ତୁ ଇଭିଏମ ଭଙ୍ଗାଯିବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅଭିଯୁକ୍ତ କରି ପୋଲିସ ତାଙ୍କୁ ଜେଲ ପଠାଇଛି ।

Prashant Jagdev Controversy (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ... ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଡରିଗଲା କି ବିଜେଡି: ଅପରାଜିତା ଷଡଙ୍ଗୀ

ଆଜି ଏହି ଘଟଣାକୁ ନେଇ ଖୋର୍ଦ୍ଧା ଏସପି ତଥା ଡିଆଇଜି ଅବିନାଶ କୁମାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ କୌଣସି ସିସିଟିଭି ଫୁଟେଜ ଆମର ହସ୍ତଗତ ହୋଇନାହିଁ । କେବଳ ସେତିକି ନୁହେଁ ବିବାଦୀୟ ଏସଡିପିଓ ଦିଲୀପ ଦାସଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି । ଘଟଣା ଦିନ ସାଂସଦ ଅପରାଜିତାଙ୍କ ଗାଡି ଡ୍ରାଇଭର ବନମାଳୀଙ୍କୁ ପୋଲିସ ମାଡ ମାରି ପ୍ରଶାନ୍ତ ଇଭିଏମ ଭାଙ୍ଗୁଥିବା ସମ୍ପର୍କରେ ବୟାନ ଦେବାକୁ ହୋଇଥିବା ଅଭିଯୋଗ ସଂପର୍କରେ ଏସପି ସ୍ପଷ୍ଟ କରିଛନ୍ତି ଯେ ବନମାଳୀ ଏହି ଘଟଣାର କୌଣସି ସାକ୍ଷୀ ନୁହଁନ୍ତି ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ

ତେଣୁ ଖୋର୍ଦ୍ଧା ପୋଲିସ ପକ୍ଷରୁ ତାଙ୍କୁ କୌଣସି ପଚରାଉଚରା କରାଯାଇନାହିଁ । ଯଦି ବନମାଳୀ କୌଣସି ଅଭିଯୋଗ ଆଣୁଛନ୍ତି ତେବେ ଥାନାରେ ଏତଲା ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପ୍ରଶାନ୍ତଙ୍କ ଓକିଲ ପ୍ରଭାତ କୁମାର ଦାଶ ଏହି ଘଟଣା ଏକ ଷଡଯନ୍ତ୍ର କହିବା ସହିତ ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଦଫା ଅଯୁକ୍ତିକ ବୋଲି ଦର୍ଶାଇଛନ୍ତି । ଆସନ୍ତା 31 ତାରିଖରେ ପ୍ରଶାନ୍ତଙ୍କ ବେଲ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସମସ୍ତ ତଥ୍ୟ ପ୍ରମାଣ ସହ କୋର୍ଟଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି । ସିସିଟିଭି ଫୁଟେଜ ଭାଇରଲ ପରେ ଏହି ସମୁଦାୟ ଘଟଣାଟି ଏଵେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.