ETV Bharat / politics

ଆସନ ବଦଳିବା ପରେ ରୋହିତ କହିଲେ, ମୁଁ ନବୀନ ପଟ୍ଟନାୟକଙ୍କ ସୈନିକ... - Prasanna And Rohit Has Been Swapped

BJD inter-changed candidature: ଗତ ଏପ୍ରିଲ 11 ତାରିଖରେ ସମ୍ବଲପୁର ବିଧାନସଭା ଆସନ ପାଇଁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଥିଲା । ହେଲେ ଏବେ ସେଥିରେ ପରିବର୍ତ୍ତନ କରାଯାଇ ସମ୍ବଲପୁରରୁ ରୋହିତ ଓ ରେଢାଖୋଲରୁ ପ୍ରସନ୍ନଙ୍କୁ ପ୍ରାର୍ଥୀ କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 17, 2024, 4:03 PM IST

BJD Candidate Swapped
BJD Candidate Swapped
BJD Candidate Swapped

ସମ୍ବଲପୁର: ବଦଳିଲେ ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ । ସମ୍ବଲପୁର ବିଧାନସଭା ଆସନ ପାଇଁ ରୋହିତ ପୂଜାରୀ ଓ ରେଢ଼ାଖୋଲ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି । ଗତ ଏପ୍ରିଲ 11 ତାରିଖରେ ସମ୍ବଲପୁର ବିଧାନସଭା ଆସନ ପାଇଁ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେହିପରି ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଇଂ ରୋହିତ ପୂଜାରୀଙ୍କୁ ବିଜେଡି ଟିକେଟ ଦେଇଥିଲା । ହେଲେ ଆଜି ବିଜେଡି଼ ପକ୍ଷରୁ ଉଭୟ ସମ୍ବଲପୁର ଓ ରେଢାଖୋଲ ଆସନର ପ୍ରାର୍ଥୀ ଅଦଳ ବଦଳ କରାଯାଇଛି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରକୁ ଆସୁନଥିବାବେଳେ ଏନେଇ ସମ୍ବଲପୁରରେ ରାଜନୈତିକ ଛକାପଞ୍ଝା ଜାରି ରହିଥିଲା । ସମ୍ବଲପୁର ବିଜେଡିର କିଛି ପ୍ରମୁଖ ନେତାଙ୍କ ସମର୍ଥକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରାର୍ଥୀତ୍ବ ନେଇ ଅସନ୍ତୋଷ ଜାହିର କରିଥିଲେ । ଏଭଳି ସ୍ଥିତିରେ ପ୍ରସନ୍ନ ସମ୍ବଲପୁରର ଟିକେଟ ନେଇ ଅସନ୍ତୋଷ ଥିବା ସହ ଭୁବନେଶ୍ୱରରେ ରହି ରେଢ଼ାଖୋଲ ସିଟ୍ ପାଇଁ ଲବି କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା ।

ଆଜି ଦଳ ସବୁ କଳ୍ପନା ଜଳ୍ପନାର ଅନ୍ତ କରି ରେଢ଼ାଖୋଲ ପାଇଁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ପାଇଁ ରୋହିତ ପୂଜାରୀଙ୍କ ପ୍ରାର୍ଥୀତ୍ବ ଘୋଷଣା କରିଛି । ଏନେଇ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ନିଜର ପତିକ୍ରିୟା ରଖି କହିଛନ୍ତି " ମୁଁ ନବୀନ ପଟ୍ଟନାୟକଙ୍କ ଜଣେ ସୈନିକ ଅଟେ । ବିଗତ ଦିନରେ ମୋତେ ଯାହା ଦାୟିତ୍ୱ ଦିଆଯାଇଛି ତାକୁ ନିଷ୍ଠାର ସମ୍ପନ୍ନ କରିଆସିଛି । ପୂର୍ବରୁ ମତେ ରେଢ଼ାଖୋଲ ଦାୟିତ୍ୱ ଦିଆଯାଇଥିଲା, ବର୍ତ୍ତମାନ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି । ତାକୁ ନେଇ ମୁଁ ପ୍ରସ୍ତୁତ ରହିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ବଜାୟ ରଖିବି ବୋଲି ମୋର ଦୃଢ ବିଶ୍ୱାସ ରହିଛି । ମୁଁ ସମ୍ବଲପୁର ଆସନକୁ ଜିତି ଆମର ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସକୁ ମଧ୍ୟ ବିଜୟୀ କରିବାରେ ସହାୟକ ହେବି ।"

ଏହା ବି ପଢନ୍ତୁ...ପ୍ରସନ୍ନଙ୍କ ପାଇଁ କଣ୍ଟକିତ ସମ୍ବଲପୁର ଆସନ, ରୋହିତଙ୍କ ପାଇଁ ସୁଗମ ରେଢ଼ାଖୋଲ ! - Sambalpur Assembly Constituency

ସେ ଆହୁରି କହିଛନ୍ତି, "ମୋର ଶେଷ ନିଶ୍ୱାସ ଯାଏ ରେଢ଼ାଖୋଲ, ସମ୍ବଲପୁର ବିଧାନସଭା ସଭା ଆସନ ସହ ସମଗ୍ର ସମ୍ବଲପୁର ଜିଲ୍ଲାର ସେବା କରିବି । ଦଳ ଯେଉଁଠି ଯେତେବେଳେ ମୋତେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ସେଠାରେ ସମର୍ପିତ ହୋଇ କାମ କରିଛି ଆଉ ଆଗକୁ ମଧ୍ୟ କରିବି । ମୁଁ ଜିଲ୍ଲା ସଭାପତି ରହିଛି, ସମ୍ବଲପୁର ମୋ ପାଇଁ ନୂଆ ନୁହେଁ । ତେଣୁ ମୋର ବିଶ୍ୱାସ ରହିଛି ଯେ, ଆଗାମୀ ନିର୍ବାଚନରେ ଲୋକେ ମୋ ଉପରେ ଆସ୍ଥା ପ୍ରକଟ କରି ଆଶୀର୍ବାଦ ଦେବେ । ଦଳର ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୋତେ ଯେଉଁଠି ବ୍ୟବହାର କରିବେ ମୁଁ ସେଠି ସୈନିକ ଭାବରେ ଲଢ଼ିବି ବୋଲି କହିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.