ETV Bharat / politics

ତାଳଚେର ପାଇଁ ପ୍ରଫୁଲ୍ଲ ଦାସ କଂଗ୍ରେସର ପ୍ରାର୍ଥୀ, ଅଞ୍ଚଳର ମୌଳିକ ସମସ୍ୟା ହେବ ମୁଖ୍ୟ ମୁଦ୍ଦା - Talcher Assembly Constituency

Congress MLA Candidate For Talcher: ତାଳଚେର ଆସନ ପାଇଁ ପ୍ରଫୁଲ୍ଲ କୁମାର ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଲୋକଙ୍କ ପାଖକୁ ଯାଇ କଂଗ୍ରେସର ଇସ୍ତାହାର ସମ୍ପର୍କରେ ଅବଗତ କରାଇବାକୁ ପ୍ରଫୁଲ୍ଲଙ୍କ ଲକ୍ଷ୍ୟ । ଅଧିକ ପଢନ୍ତୁ

ତାଳଚେର ପାଇଁ ପ୍ରଫୁଲ୍ଲ ଦାସ କଂଗ୍ରେସର ପ୍ରାର୍ଥୀ, ଅଞ୍ଚଳର ମୌଳିକ ସମସ୍ଯା ହେବ ମୁଖ୍ୟ ମୁଦ୍ଦା

author img

By ETV Bharat Odisha Team

Published : Apr 15, 2024, 11:09 PM IST

ତାଳଚେର ପାଇଁ ପ୍ରଫୁଲ୍ଲ ଦାସ କଂଗ୍ରେସର ପ୍ରାର୍ଥୀ, ଅଞ୍ଚଳର ମୌଳିକ ସମସ୍ଯା ହେବ ମୁଖ୍ୟ ମୁଦ୍ଦା

ଅନୁଗୋଳ: ଗତକାଲି କଂଗ୍ରେସ ପ୍ରକାଶ କରିଛି ୭୫ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । କଂଗ୍ରେସ ଅନୁଗୋଳ ଜିଲ୍ଲାର ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏଥର ଆଠମଲ୍ଲିକ ବ୍ୟତୀତ ଅନ୍ୟ ୩ଟି ଆସନରେ ନୂଆଁ ମୁହଁ ଦେଇଛି ଦଳ । ତାଳଚେର ଆସନ ପାଇଁ ପୁରୁଣା କର୍ମୀ ପ୍ରଫୁଲ୍ଲ କୁମାର ଦାସଙ୍କୁ ସୁଯୋଗ ଦେଇଛି ଦଳ । ଏଥି ପାଇଁ ସେ ବରିଷ୍ଠ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି । ତେଣୁ ଏହି ସୁଯୋଗକୁ ହାତଛଡା ନକରି ଲୋକଙ୍କ ପାଖକୁ ଯାଇ କଂଗ୍ରେସର ଇସ୍ତାହାର ସମ୍ପର୍କରେ ଅବଗତ କରାଇବା ସହ ତାଳଚେର ଅଞ୍ଚଳର ବିକାଶ କରିବାକୁ ପ୍ରତିଶୃତି ଦେଇ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଫୁଲ୍ଲ ।

ଲୋକଙ୍କ ଅସୁବିଧାରେ ଛିଡା ହେବାଠାରୁ ଆରମ୍ଭ କରି ଖଣି ଅଞ୍ଚଳରେ ହେଉଥିବା ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସେ ଆନ୍ଦୋଳନ କରି ଆସିଛନ୍ତି । ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବା ସହ ଦଳ ପକ୍ଷରୁ ଯାହା ବି କାର୍ଯ୍ୟ ଦିଆଯାଉଥିଲା ତାହା କରି ଆସୁଥିଲେ । ସେ କହିଛନ୍ତି ଯେ, ତାଳଚେରରେ ରାସ୍ତାଘାଟ, ମେଡିକାଲ, ରେଲୱେ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଖଣି ଖାଦାନ ଅଞ୍ଚଳ ହୋଇ ମଧ୍ୟ ୩୦ ବର୍ଷ ହେଲା କୌଣସି ପ୍ରକାରର ବିକାଶ ହୋଇ ପାରିନାହିଁ ।

ଏହା ମଧ୍ୟ ପଢନ୍ତୁ... ମହାବୀର ଜୟନ୍ତୀରେ ବିଶାଳ ହିନ୍ଦୁ ଶୋଭାଯାତ୍ରା, ମୃଦୁପାନୀୟ ଦେଇ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ମୁସଲିମ ଭାଇ - Hanuman Jayanti Celebration

ଏଠାରେ ବ୍ରିଟିଶ ଆତଙ୍କରାଜ ଚାଲିଛି । କାରଖାନା ନିର୍ମାଣ ପାଇଁ ଜମି ହରାଇ ବିସ୍ଥାପିତ ଭାବେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକ । ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିପାରୁନାହିଁ । ଜମି ହରେଇ ମଧ୍ୟ କମ୍ପାନୀରେ ଚାକିରୀ ମିଳୁନି ସ୍ଥାନୀୟ ଲୋକଙ୍କୁ । ଏଠାରେ ଷ୍ଟାଡିୟମ, ପାର୍କ, ମ୍ୟୁଜିୟମ ଭଳି ବ୍ୟବସ୍ଥା ନାହିଁ । ନାଲକୋର ପ୍ରଦୂଷିତ ପାଣି ପିଇବାକୁ ଲୋକ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ । ଏଠାରେ ବାକି ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡି ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିଛି । ପ୍ରଫୁଲ୍ଲ ବିଭିନ୍ନ ସମୟରେ ଲୋକଙ୍କ ସହ ରହି କାର୍ଯ୍ୟ କରୁଥିବାରୁ ତାଙ୍କୁ ଲୋକେ ଏଥର ସମର୍ଥନ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.