ETV Bharat / politics

ଏଥର ଇରାନୀଙ୍କ ବିପକ୍ଷରେ ଭଦ୍ରା ! ପ୍ରାର୍ଥୀ ଘୋଷଣା କରୁନି କଂଗ୍ରେସ, ଲାଗିଲାଣି ଭଦ୍ରାଙ୍କ ପୋଷ୍ଟର - LS polls 2024 - LS POLLS 2024

Posters of Robert Vadra surface in Amethi: ଆମେଠୀରେ ପ୍ରାର୍ଥୀ ଘୋଷଣା କରୁନି କଂଗ୍ରେସ, ଲାଗିଲାଣି ଭଦ୍ରାଙ୍କ ପୋଷ୍ଟର । ଗତକାଲି ଭିଣୋଇଙ୍କ ନଜର ଥିବା କହିଥିଲେ ଇରାନୀ । ଆଜି ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର । ଅଧିକ ପଢନ୍ତୁ

ଇରାନୀଙ୍କ ବିରୋଧରେ ଭଦ୍ରା ! ପ୍ରାର୍ଥୀ ଘୋଷଣା କରୁନି କଂଗ୍ରେସ, ଲାଗିଲାଣି ଭଦ୍ରାଙ୍କ ପୋଷ୍ଟର

author img

By ETV Bharat Odisha Team

Published : Apr 24, 2024, 12:38 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚର୍ଚ୍ଚିତ ଆସନ ଆମେଠୀରେ ହୁଏତ ଏଥର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଟିକେଟରେ ଦେଖିବାକୁ ମିଳିନପାରେ । କେନ୍ଦ୍ରମନ୍ତ୍ରୀ ତଥା ଚଳିତ ନିର୍ବାଚନର ବିଜେପି ପ୍ରାର୍ଥୀ ସ୍ମୃତି ଇରନୀଙ୍କ ପ୍ରତିଦ୍ବନ୍ଦ୍ବୀ ହୋଇପାରନ୍ତି ରାହୁଲଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା । କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବ ସାଙ୍ଗକୁ ଏପରି କିଛି ଚର୍ଚ୍ଚା ଗତ କିଛି ଦିନ ଧରି ଲାଗି ରହିଥିବା ବେଳେ ଏହାକୁ ଆହୁରି ଘନୀଭୂତ କରିଛି ରବର୍ଟ ଭଦ୍ରାଙ୍କ ନାମରେ ଲାଗିଥିବା ପୋଷ୍ଟର । କଂଗ୍ରେସର ଦଳୀୟ ‘ଚିହ୍ନ’ କିମ୍ବା ରଙ୍ଗ ନଥିଲେ ସୁଦ୍ଧା ଏକାଧିକ ସ୍ଥାନରେ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ପୋଷ୍ଟର ଲାଗିଛି । ‘ଏଥର ରବର୍ଟ ଭଦ୍ରା’ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି ।

ଏଥର ଇରାନୀଙ୍କ ବିପକ୍ଷରେ ଭଦ୍ରା ! ପ୍ରାର୍ଥୀ ଘୋଷଣା କରୁନି କଂଗ୍ରେସ, ଲାଗିଲାଣି ଭଦ୍ରାଙ୍କ ପୋଷ୍ଟର

ଗତକାଲି ସ୍ମୃତି ଇରାନୀ ଏହି ପ୍ରସଙ୍ଗରେ କଂଗ୍ରେସ ଓ ଗାନ୍ଧୀ ପରିବାରକୁ କଟାକ୍ଷ କରିଥିଲେ । ନାମ ନନେଇ ଏହି ଆମେଠୀ ଆସନରେ ଭିଣୋଇଙ୍କ ନଜର ରହିଛି, ଶାଳକ କ’ଣ କରିବେ ବୋଲି କଟାକ୍ଷ ଛଳରେ କହିଥିଲେ । ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ କଂଗ୍ରେସ କାହିଁକି ପ୍ରାର୍ଥୀ ଘୋଷଣା ବିଳମ୍ବ କରଛି ବୋଲି ପ୍ରଶ୍ନ କରିଥିଲେ । ଏହି ଆସନ ଉପରେ ଏବେ ଭିଣୋଇ ଭଦ୍ରାଙ୍କ ନଜର ଥିବା ପରୋକ୍ଷରେ କହିଥିଲେ ସ୍ମୃତି । ଗତକାଲି ଇରାନୀଙ୍କ ମନ୍ତବ୍ୟ ପରେ ଆଜି ସହରରେ ଏକାଧିକ ସ୍ଥାନରେ ଭଦ୍ରାଙ୍କ ପୋଷ୍ଟର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମବଙ୍ଗରୁ ଓଡ଼ିଶା ବ୍ରାଉନସୁଗାର କାରବାର: କୋଟିଏ ଟଙ୍କାର ହେରୋଇନ ଜବତ, ୨ ଗିରଫ - Brown Sugar Seized

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ନିର୍ବାଚନରେ ରାହୁଲ 3ଥର ସାଂସଦ ହୋଇଥିବା ଆମେଠୀ ଆସନ ସହ କେରଳର ଓ୍ବାଇନାଡରୁ ମଧ୍ୟ ନିର୍ବାଚନ ଲଢିଥିଲେ । ହେଲେ କଂଗ୍ରେସର ଏହି ପାରମ୍ପରିକ ଆସନ ଆମେଠୀରୁ ରାହୁଲଙ୍କୁ ପରାଜିତ ହେବାକୁ ପଡିଥିଲା । ହେଲେ ଏଥର ରାହୁଲ ଓ୍ବାଇନାଡରୁ ନିର୍ବାଚନ ପାଇଁ ନାମାଙ୍କନ ଭରିସାରିଛନ୍ତି । ଆସନ୍ତା 26 ତାରିଖରେ ଏହି ଆସନରେ ଭୋଟିଂ ମଧ୍ୟ ହେବାକୁ ଯାଉଛି । ମାତ୍ର ଆମେଠୀ ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ନିକଟରେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତ କାର ଦେଇ ରବର୍ଟ ଭଦ୍ରା ନିଜେ ଆମେଠୀରୁ ନିର୍ବାଚନୀ ଡେବ୍ୟୁ କରିବା ନେଇ ପରୋକ୍ଷ ସଙ୍କେତ ଦେଇଥିଲେ । ସ୍ଥାନୀୟ ଲୋକେ ସ୍ମୃତି ଇରାନୀଙ୍କୁ ଭୋଟ ଦେଇ ପଶ୍ଚାତାପ କରୁଛନ୍ତି । ସେମାନେ ଗାନ୍ଧୀ ପରିବାରରୁ କେହି ନିର୍ବାଚନ ଲଢନ୍ତୁ ବୋଲି ଚାହାନ୍ତି ବୋଲି ଭଦ୍ରା କହିଥିଲେ । ଏହା ପରେ ରାହୁଲଙ୍କ ପରିବର୍ତ୍ତେ ଭଦ୍ରା ଆମେଠୀରୁ ନିର୍ବାଚନ ଲଢିବା ଚର୍ଚ୍ଚା ଜୋର ଧରିଥିଲା । ଯାହା ପରବର୍ତ୍ତୀ ସମୟରେ ଏକାଧିକ ଘଟଣାକ୍ରମରେ ଆହୁରି ଘନୀଭୁତ ହେବାରେ ଲାଗିଛି । ଏବେ ଭଦ୍ରାଙ୍କ ପୋଷ୍ଟର ମଧ୍ୟ ବିଭିନ୍ନ ସ୍ଥାନରେ ସାମ୍ନାକୁ ଆସିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.