ETV Bharat / politics

ହାଇକୋର୍ଟଙ୍କ ରାୟ ପରେ ମୋକିମଙ୍କୁ ଦେବାଶିଷଙ୍କ ଟାର୍ଗେଟ, ଉପର କୋର୍ଟକୁ ଯିବି କହିଲେ ମୋକିମ

author img

By ETV Bharat Odisha Team

Published : Mar 4, 2024, 8:29 PM IST

High Court Verdict on Moquim: 2019 ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ମହମ୍ମଦ ମୋକିମଙ୍କ ବିଧାୟକ ପଦ୍ଦ ରଦ୍ଦ କରିଛନ୍ତି ହାଇକୋର୍ଟ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ମୋକିମ । ସେପଟେ ମୋକିମ ଜଣେ କ୍ରିମିନାଲ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଅଧିକ ପଢ଼ନ୍ତୁ

High Court Verdict on Moquim
High Court Verdict on Moquim
High Court Verdict on Moquim

ଭୁବନେଶ୍ବର/କଟକ: ନିର୍ବାଚନ ପୂର୍ବରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଲାଗିଛି ହାଇକୋର୍ଟଙ୍କ ଝଟ୍‌କା । ପୂର୍ବ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ପୂର୍ବତନ ବିଧାୟକ ତଥା ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବ ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ନେଇ କୌଣସି ତଥ୍ୟ ଦେଇନଥିଲେ ମୋକିମ୍‌ । ଏହି ମାମଲାରେ ତାଙ୍କ ନିର୍ବାଚନକୁ ଅବୈଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ତେବେ ଆଗାମୀ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ମୋକିମ । ସେପଟେ ମୋକିମ ଜଣେ କ୍ରିମିନାଲ ବୋଲି ସାଧାସଳଖ କହିଛନ୍ତି ଦେବାଶିଷ ।

ହାଇକୋର୍ଟଙ୍କ ରାୟ ନେଇ ମୋକିମ କହିଛନ୍ତି, "ମୁଁ ଏପର୍ଯ୍ୟନ୍ତ କୋର୍ଟଙ୍କ ପକ୍ଷରୁ କୌଣସି ଜଜମେଣ୍ଟ ପାଇନାହିଁ । ପାଇଲା ପରେ ଆଲୋଚନା କରିବି । ଯଦି ଉପର କୋର୍ଟଙ୍କ ଦ୍ବାରସ୍ଥ ନେଇ ପ୍ରୋଭିଜନ ଥିବ ତାହେଲେ ଉପର କୋର୍ଟ ଯିବି । ତେବେ ମୁଁ ପୁଣି ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବି । ହାଇକୋର୍ଟଙ୍କ ରାୟର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ନାହିଁ ।" ସେପଟେ ମୋକିମଙ୍କ ସପକ୍ଷରେ ବାହାରିଛି ପ୍ରଦେଶ କଂଗ୍ରେସ । ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ ରଦ୍ଦ ନେଇ ହାଇକୋର୍ଟଙ୍କ ରାୟ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, "ହାଇକୋର୍ଟଙ୍କ ରାୟ କଂଗ୍ରେସ ପାଇଁ ଝଟ୍‌କା ନୁହେଁ । ହାଇକୋର୍ଟଙ୍କ ରାୟ ପରେ ଉପର କୋର୍ଟକୁ ଯିବାକୁ ସମୟ ରହିଛି । ମୋକିମଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବୁ ।"

ଏହା ମଧ୍ୟ ପଢ଼ନ୍ତୁ...ମୋକିମଙ୍କୁ ହାଇକୋର୍ଟ ଝଟ୍‌କା, ବିଧାୟକ ପଦକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

ଅନ୍ୟପଟେ ଏହି ଘଟଣାରେ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ଗତ ନିର୍ବାଚନରେ ମୋକିମଙ୍କ ଠାରୁ ପରାଜିତ ହୋଇଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, "ମହମ୍ମଦ ମୋକିମ ଜଣେ କ୍ରିମିନାଲ । ତାଙ୍କର ନିର୍ବାଚନ ଜିତିବା କେବଳ ଧୂଆଁବାଣ । ମିଛ ସତ୍ୟପାଠରେ ବିଧାୟକ ହୋଇ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି । 2019 ସାଧାରଣ ନିର୍ବାଚନ ସମୟରେ ଲୋକମାନଙ୍କୁ କହିଥିଲି ମହମ୍ମଦ ମୋକିମଙ୍କଠାରୁ ଟିକିଏ ସଚେତନ ଥିବେ । ଲୋକମାନଙ୍କ ବିଶ୍ବାସରେ ଧୂଳି ଦେଇ ସେ ଗତ ନିର୍ବାଚନରେ ବିଧାୟକ ହେଲେ । ବାସ୍ତବରେ ନିର୍ବାଚନ କମିଶନଙ୍କ ନିୟମକୁ ମାନିନାହାନ୍ତି । ତେଣୁ ସେ ଏକପ୍ରକାର ଲୋକଙ୍କ ବିଶ୍ବାସ ଓ ଭାବନା ସହ ଖେଳିଛନ୍ତି । ମୋକିମ ପରବର୍ତ୍ତୀ ନିର୍ବାଚନ ଲଢ଼ି ପାରିବେ, କିନ୍ତୁ ଏଣିକି ମୋକିମ ଆଉ ନିଜକୁ ପୂର୍ବତନ ବିଧାୟକ ବୋଲି ମଧ୍ୟ ବିବେଚନା କରି ପାରିବେ ନାହିଁ ।" ତେବେ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ଦେବାଶିଷ ।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.