ETV Bharat / politics

ପୋଲାଭରମ ପଲିଟିକ୍ସ: ବିଜେଡି କହିଲା ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଲାଗି ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ - Polavaram Project Politics

author img

By ETV Bharat Odisha Team

Published : Jul 29, 2024, 7:03 PM IST

Polavaram Project Politics: ପୋଲାଭରମ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳ ଜଳମଗ୍ନ ହେବ ଓ ଆଦିବାସୀମାନେ ଜୀବିକା ହରାଇବେ କହି ବର୍ଷିଛି ବିଜେଡି । ଏନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଆଦିବାସୀ କାର୍ଡ ଖେଳିଛି । ପଢନ୍ତୁ ପୂରା ଖବର ।

Polavaram Project Politics
Polavaram Project Politics (ETV Bharat Odisha)

ଭୁବନେଶ୍ବର: 2026 ସୁଦ୍ଧା କାର୍ଯ୍ୟକ୍ଷମ ହେବ ବିବାଦୀୟ ଜାତୀୟ ପ୍ରକଳ୍ପ ପୋଲାଭରମ । ଯାହାକୁ ନେଇ ଆଜି ଶାସକ ବିଜେପି ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରଦୀପ ମାଝୀ କହିଛନ୍ତି,"ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋଟୁ ଅଞ୍ଚଳ ଜଳମଗ୍ନ ହେବ । ଧନଜୀବନ ନଷ୍ଟ ହେବା ଜୀବନ ଜୀବିକା ପ୍ରଭାବିତ ହେବ । ବହୁ ଗ୍ରାମ ଜଳମଗ୍ନ ହେବା ସହ ହଜାର ହଜାର ଲୋକ ବାସହରା ହେବେ । ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଲାଗି ମୁହଁ ନଖୋଲିବା ଦୁର୍ଭାଗ୍ୟଜନକ ।"

ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍:

ବିଜେଡି ମୁଖପାତ୍ର ପ୍ରଦୀପ ମାଝୀ କହିଛନ୍ତି,"ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲାଭରମ ପ୍ରସଙ୍ଗ ଉଠାଇଲେ ନାହିଁ । କିମ୍ବା ଆଲୋଚନା କଲେ ନାହିଁ । ପୋଲାଭରମ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଥିବା ଏହି ଆଭିମୁଖ୍ୟରୁ ସ୍ପଷ୍ଟ ହେଉଛି । ଦୀର୍ଘ ବର୍ଷ ହେଲା ପୋଲାଭରମ ପ୍ରସଙ୍ଗକୁ ନେଇ ଓଡିଶାବାସୀ, ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ଅନୁଷ୍ଠାନ ଓ ବର୍ଗ ବିରୋଧ କରି ଆସୁଛନ୍ତି । ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଅପେକ୍ଷା ଓଡିଶା ଅଧିକ କ୍ଷତିଗ୍ରସ୍ତ ହେବ । ଜୀବନ ଜୀବିକା, ଧନଜୀବନ ପ୍ରଭାବିତ ହେବା ସହ ବହୁ ଗ୍ରାମ ମଧ୍ୟ ଜଳମଗ୍ନ ହେବ । ଏହି ଘଟଣାରେ ସମସ୍ତେ ଚିନ୍ତାପ୍ରକଟ କରୁଛନ୍ତି ।"

'ଓଡ଼ିଶା ସ୍ବାର୍ଥ ନାରା ଦେଇ ସରକାରକୁ ଆସିବା ପରେ ଚୁପ୍'

"ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପୋଲାଭରମ ପ୍ରକଳ୍ପ ଲାଗି ଅନୁଦାନ ଦେବୁ । 4 ଦିନ ତଳେ ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ସଂସଦରେ ଏକ ପ୍ରଶ୍ନରେ କହିଛନ୍ତି ଯେ, ମାର୍ଚ୍ଚ 2026 ସୁଦ୍ଧା ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ । କେନ୍ଦ୍ରରେ ବିଜେପି ସରକାର ଓ ଆନ୍ଧ୍ରପ୍ରଦେଶରେ ମିଳିତ ସରକାର ଯେକୌଣସି ମତେ ପୋଲାଭରମ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବେ । ଓଡିଶା ସ୍ୱାର୍ଥର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପିର ରାଜନୈତିକ ସଂଗଠନ ଓ ରାଜ୍ୟ ସରକାର ଚୁପ ରହିଛନ୍ତି" ବୋଲି କହି ବର୍ଷିଛନ୍ତି ପ୍ରଦୀପ ।
ଏହା ବି ପଢନ୍ତୁ...ବଜେଟରେ ପୋଲାଭରମ ପ୍ରକଳ୍ପକୁ ଅନୁଦାନ; ତାତିଲେ ବିଜେଡି-କଂଗ୍ରେସ, ପ୍ରକଳ୍ପ ହେଲେ ବୁଡିଯିବ ଓଡ଼ିଶାର ଅନେକ ଗାଁ

ସରକାରଙ୍କୁ ଜବାବ ମାଗିଲା ବିଜେଡି:
ପୋଲାଭରମ ପ୍ରକଳ୍ପ ଲାଗି ମାଲକାନଗିରି ବହୁ ଅଞ୍ଚଳ ଜଳମଗ୍ନ ହେବ । ଏନେଇ ଏଯାଏଁ ଶାସକ ଦଳ ଓ ଓଡିଶା ସରକାରଙ୍କ ପ୍ରତିକ୍ରିୟା ଆସିପାରୁନାହିଁ ବୋଲି କହି ବର୍ଷିଛି ବିଜେଡି । ଏହାସହ ଦଳ ପକ୍ଷରୁ କୁହାଯାଇଛି ଯେ, "ବିଜେଡି ଜବାବ ମାଗୁଛି, କାହିଁକି ଶାସକ ଦଳ ଓ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉନାହିଁ । ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ମୋଟୁ ଭଳି ଆଦିବାସୀ ଅଞ୍ଚଳ ଜଳମଗ୍ନ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ ଚୁପ ରହିବା ସମସ୍ତଙ୍କୁ ଦୁଃଖିତ କରୁଛି । ଆମେ ଅନୁରୋଧ କରୁଛୁ, ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.