ETV Bharat / politics

ସଂଗଠନ ସଜାଡ଼ୁଛି କଂଗ୍ରେସ, ଜିଲ୍ଲା ସଭାପତିଙ୍କ ପିସିସି ସଭାପତିଙ୍କ ବୈଠକ - ଜିଲ୍ଲା କଂଗ୍ରେସ ସଭାପତିଙ୍କ ବୈଠକ

Congress DCC Presidents Meeting: ସାଧାରଣ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ୁଛି କଂଗ୍ରେସ । ଏନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ସମସ୍ତ ସାଂଗଠନିକ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଜିଲ୍ଲା ସଭାପତିମାନଙ୍କ ପିସିସି ସଭାପତିଙ୍କ ବୈଠକ

author img

By ETV Bharat Odisha Team

Published : Feb 18, 2024, 10:12 PM IST

ଜିଲ୍ଲା ସଭାପତିମାନଙ୍କ ପିସିସି ସଭାପତିଙ୍କ ବୈଠକ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଦୁର୍ବଳ ହେଉଛି କଂଗ୍ରେସ । ଖାଲି ହେଉଛି ହାତ ମୁଠା । କଂଗ୍ରେସର ହାତ ଛାଡ଼ି ରାଜ୍ୟର ଏକାଧିକ ନେତା ଅଲଗା ଦଳରେ ସାମିଲ ହୋଇସାରିଲେଣି । ଏଭଳି ସ୍ଥିତିରେ ତୃଣମୂଳସ୍ତରରେ ଦଳ ନିଜର ଅସ୍ତିତ୍ବ ସୁଦୃଢ଼ କରିବାକୁ କଂଗ୍ରେସ ଭବନରେ ମାନସ ମନ୍ଥନ ଚଳାଇଛି । ସମସ୍ତ 32 ସାଙ୍ଗଠନିକ ଜିଲ୍ଲାର ସଭାପତି ମାନଙ୍କୁ ଏକାଠି କରି 2024 ସାଧାରଣ ନିର୍ବାଚନ ନେଇ ଖସଡ଼ା ପ୍ରସ୍ତୁତ କରୁଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ଜିଲ୍ଲା ସଭାପତିମାନଙ୍କୁ ନେଇ କଂଗ୍ରେସ ଭବନରେ ଆଜି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଜନତାଙ୍କ ପାଖକୁ ଯିବାକୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସଂଗଠନ ସଜାଡୁଛି କଂଗ୍ରେସ । ୱାର୍‌ ରୁମ୍‌ ଗଠନ ହେବା ସହ ପ୍ରତିଦିନ ଆଞ୍ଚଳିକ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଏବଂ କଂଗ୍ରେସର ଉନ୍ନତି ପାଇଁ ବୈଠକରେ ଆଲୋଚନା ହୋଇଛି । ସଙ୍ଗଠନକୁ ସୁଦୃଢ କରୁଥିବା ଜିଲ୍ଲା ସଭାପତିମାନଙ୍କ ସହ ଆଲୋଚନ ହୋଇଛି । କଣ ସବୁ ସମସ୍ୟା ହେଉଛି ଆଉ ତାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଛି । ନିୟମିତ ଭାବେ ତୃଣମୂଳସ୍ତରରେ ସମୀକ୍ଷା କରାଯିବ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୋଟ ପାଇଁ ମହିଳାଙ୍କୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର: କଂଗ୍ରେସ

ସେହିଭଳି ପିସିସି ସଭାପତି କହିଛନ୍ତି, "ରାଜ୍ୟକୁ ଗରିବ ରାଜ୍ୟରେ ପରିଣତ କରିସାରିଛନ୍ତି ବିଜେଡି ସରକାର । ଯେତେ ବଡ଼ ବଡ଼ ପ୍ରୋଜେକ୍ଟ ବା ଠିକା କାମ ବାହାରର କଣ୍ଟ୍ରାକ୍ଟର ନେଇଯାଉଛନ୍ତି । ନିଯୁକ୍ତି କ୍ଷତ୍ରରେ ଯୁବକମାନଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ସବୁଥିରେ ଫେଲ ମାରିଛନ୍ତି ସରକାର । 30 ଲକ୍ଷ ଯୁବକ ଯୁବତୀ ଦାଦନ ଖଟିବାକୁ ରାଜ୍ୟ ବହରକୁ ଯାଉଛନ୍ତି । ଏଭଳି ରାଜ୍ୟ ସରକାର ଅନେକ ବିଫଳତାକୁ ନେଇ କଂଗ୍ରେସ ଦଳ ଲୋକଙ୍କ ପାଖକୁ ଯିବ । ଏହାସହ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ଆଗାମୀ ଫେବୃଆରୀ 26 ତାରିଖରେ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ଏବଂ ନେତା ଏହି ଘେରାଉରେ ଯୋଗଦେବେ । ସେହିଭଳି ନିର୍ବାଚନ ପାଇଁ ୱାର୍‌ ରୁମ୍‌ ପ୍ରସ୍ତୁତ କରିବ ଦଳ । ପଞ୍ଚାୟତ କମିଟି ସହ ପ୍ରତି ବୁଥରେ କିଭଳି କାର୍ଯ୍ୟକୁ ଅଧିକ ବ୍ୟାପକ କରାଯିବ, ସେନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.