ETV Bharat / politics

ଓଡ଼ିଶା ସ୍ବାର୍ଥ ସହ ରାଜନୈତିକ ଫାଇଦା; ବିଜେଡି ପୁଣି ଉଠାଇଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ - Special category State Demand - SPECIAL CATEGORY STATE DEMAND

Special category State Demand For Odisha: ସଂସଦରେ ବିଜେଡି ପୁଣି ଉଠାଇଲା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ତେବେ କାହିଁକି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି ହେଉଛି ଓ ଏହି ପାହ୍ୟା ମିଳିଲେ ରାଜ୍ୟକୁ କଣ ସୁବିଧା ମିଳିବ ଜାଣନ୍ତୁ..

Special category State Demand
Special category State Demand (ETV Bharat Odisha)
author img

By ETV Bharat Odisha Team

Published : Jul 22, 2024, 8:15 PM IST

Updated : Jul 22, 2024, 8:35 PM IST

ଭୁବନେଶ୍ବର: ସଂସଦରେ ପୁଣି ଉଠିଛି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ଗତକାଲି ସର୍ବଦଳୀୟ ବୈଠକ ପରେ ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ ଓ ସସ୍ମିତ ପାତ୍ର । ଆଇନରେ ସଂଶୋଧନ କରି ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଉ ବୋଲି ବିଜେଡି ଦାବି କରିଛି । ସ୍ବତନ୍ତ୍ର ରାଜ୍ୟର ମାନ୍ୟତା କିମ୍ବା ପ୍ୟାକେଜ ମିଳିଲେ ଓଡ଼ିଶାର ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ । ପ୍ରସଙ୍ଗକୁ ଉଠାଇ ବିଜେପି ଠାରୁ ଆମେ ଭିନ୍ନ ବୋଲି ବିଜେଡି ଜଣେଇବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

Special category State Demand (ETV Bharat Odisha)

କାହିଁକି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି:-

ବିଜେଡିର ଦାବି ହେଉଛି ଓଡ଼ିଶା ବାରମ୍ବାର ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସାମନା କରୁଛି । ଯାହାଦ୍ବାରା ରାଜ୍ୟର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡୁଛି । ସେହିପରି ରାଜ୍ୟରେ 480 କିଲୋମିଟର କୋଷ୍ଟଲାଇନ ରହିଛି । ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲେ ଓଡ଼ିଶାରେ ପର୍ଯ୍ୟଟନର ବିପୁଳ ସୁଯୋଗ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ 22 ପ୍ରତିଶତ ଆଦିବାସୀ ରହୁଛନ୍ତି । ତେଣୁ ରାଜ୍ୟରେ ଶାସନ କ୍ଷମତାରେ ଥିବାବେଳେ ବିଜେଡି ସରକାର ଦାବି କରିଆସୁଥିଲେ । ଆଜି ବିରୋଧୀ ଆସନ ବସିଥିବା ବିଜେଡିର ସମାନ ଆଭିମୁଖ୍ୟ ରହିଛି । ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପାଇଁ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିବା ସହ ବିଭିନ୍ନ ଫୋରମରେ ଦାବି ଉଠାଇଛନ୍ତି । ଏହା ସହ ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଜ୍ୟର ସାଂସଦମାନେ ବାରମ୍ବାର ଦାବି ଉଠାଇଛନ୍ତି । ବିରୋଧୀ ଆସନରେ ଥିବା ବିଜେଡି ଏହାକୁ ବଡ଼ ପ୍ରସଙ୍ଗ କରିଛି ।

Special category State Demand
Special category State Demand (ETV Bharat Odisha)

11 ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ରାଜ୍ୟ ପାହ୍ୟା:-

1969 ମସିହାରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯାଇଥିଲା । ପ୍ରଥମେ ଜମ୍ମୁ-କଶ୍ମୀର, ଆସାମ ଓ ନାଗାଲାଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା । ଏହା ପରେ ଆସାମ, ନାଗାଲାଣ୍ଡ, ହିମାଚଳ ପ୍ରଦେଶ, ମଣିପୁର, ମେଘାଳୟ, ସିକିମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମିଜୋରାମ, ଉତ୍ତରାଖଣ୍ଡ ଓ ତେଲେଙ୍ଗାନାଙ୍କୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଛି । 11 ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଛି । ପଞ୍ଚମ ଅର୍ଥ ଆୟୋଗ କେନ୍ଦ୍ରୀୟ ସହାୟତା ଆକାରରେ କେତେକ ଅବହେଳିତ ରାଜ୍ୟକୁ ଅଗ୍ରାଧିକାର ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ । ସେହିପରି 1979 ମସିହାରେ ପ୍ରଥମ ଥର ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଥିଲା । ଜାତୀୟ ଉନ୍ନୟନ ପରିଷଦ ବା ଏନଡିସିରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଥିଲା । 1990 ଦଶକରେ ଦଶମ ଓ ଏକାଦଶ ଓଡ଼ିଶା ବିଧାନସଭାରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସଂକଳ୍ପ ଗୃହୀତ ହୋଇଥିଲା ।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ 2 ଦଶନ୍ଧି ଧରି ହେଉଛି ଦାବି:-

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେଡି ଦାବି କରି ଆସୁଛି । 2002/03ରେ ବିଜେପି ଓ ବିଜେଡିର ମେଣ୍ଟ ଥିବା ବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ଦାବିକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିଥିଲା । ସେତେବେଳେ ଉତ୍ତରାଖଣ୍ଡର ଦାବି ଶୁଣାଯାଇଥିଲା । ଓଡ଼ିଶାର ଦାବି ଯଥାର୍ଥ ନୁହେଁ ବୋଲି ସେବେ ଯୋଜନା ଆୟୋଗ ମଧ୍ୟ ପକ୍ଷରୁ କୁହାଯାଇଥିଲା । ମେଣ୍ଟ ଭାଙ୍ଗିବା ପରେ 2013ରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ଗୃହୀତ ହୋଇଥିଲା । ଓଡ଼ିଶାର ବିକାଶ ପାଇଁ ଅତିରିକ୍ତ କେନ୍ଦ୍ରୀୟ ଅନୁଦାନ ଓ ଆର୍ଥିକ ପ୍ରୋତ୍ସାହନ ଦାବି କରାଯାଇଛି । 2018ରେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ବୈଠକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଦୋହରାଇଥିଲେ ।

2019ରେ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି:-

ଓଡ଼ିଶାକୁ ସ୍ବତନ୍ତ୍ର ମାନ୍ୟତା ଦେବାକୁ ଦାବି କରି 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ । ଓଡ଼ିଶା କ୍ରମାଗତ କେନ୍ଦ୍ର ସରକାରଙ୍କ ଅବହେଳା ଏବଂ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବୋଲି ନବୀନ ଚିଠିରେ ଦର୍ଶାଇଥିଲା । ସେହିପରି 2022ରେ ବିଜେଡି ପକ୍ଷରୁ ସଂସଦରେ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଥିଲେ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନିୟମରେ ସଂଶୋଧନ କରି ଓଡ଼ିଶାକୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ଓଡ଼ିଶା ଦାବି ଜାରି ରହିଛି ।

ଏହା ବି ପଢନ୍ତୁ- ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ; ଏଭଳି କହିଲା ବିଜେଡି, ସେପଟେ ବିଜେପିର କାଉଣ୍ଟର ଆଟାକ୍‌

ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲେ କେନ୍ଦ୍ରୀୟ ଅନୁଦାନ ବଢିବ । କେନ୍ଦ୍ର ଓ ରାଜ୍ୟ ଅନୁଦାନ ଅନୁପାତ ବୃଦ୍ଧି ହେବ । ଶିଳ୍ପ ପ୍ରତିଷ୍ଠା ହେଲେ ଟିକସ ରିହାତି ଆସିବ । ଫଳରେ ପୁଞ୍ଜିନିବେଶ ବଢିବ । ବିଜେଡିର ଦାବି ହେଉଛି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଅ ନହେଲେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କର । ବିଜେପି ଠାରୁ ଆମେ ଭିନ୍ନ ବୋଲି ବିଜେଡି ଜଣେଇବାକୁ ଚାହୁଁଛି । ଆମେ ରାଜ୍ୟ ଲାଗି ଅଧିକ ଅଙ୍ଗୀକାରବଦ୍ଧ । କ୍ଷମତାରୁ ଗଲେ ମଧ୍ୟ ଆମେ ରାଜ୍ୟ ଲାଗି ଲଢ଼ିବୁ ବୋଲି ବାର୍ତ୍ତା ଦେବ ।"

କେଉଁ ମାପଦଣ୍ଡରେ ମିଳେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ?

  • ପାର୍ବତ୍ୟ ଓ ଦୁର୍ଗମ ଭୌଗୌଳିକ ସ୍ଥିତିରେ ଥିବା ରାଜ୍ୟ
  • କମ ଜନସଂଖ୍ୟା କିମ୍ବା ଅଧିକ ସଂଖ୍ୟକ ଜନଜାତି ଥିବା ରାଜ୍ୟ
  • ଅନ୍ତର୍ଜାତୀୟ ସୀମାବର୍ତ୍ତୀ ରଣନୈତିକ ସ୍ଥାନ
  • ଆର୍ଥିକ ଓ ଢାଞ୍ଚାଗତ ଦୃଷ୍ଟିରୁ ପଛୁଆ
  • ପ୍ରତି ବ୍ୟକ୍ତି ପିଛା କମ ଆୟ
  • ଯଦି ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ଥାଏ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ରାଜ୍ୟକୁ କଣ ମିଳେ ଫାଇଦା ?

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଥିବା ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଅନୁଦାନ ମିଳେ । ଉଦାହରଣ ସ୍ବରୂପ, କେନ୍ଦ୍ର ସରକାର ଦେଇଥିବା ରାଶି ମଧ୍ୟରୁ 90% ଏକ ଅନୁଦାନ ହୋଇଥିବାବେଳେ 10% ସୁଧ ବିନା ଋଣ ଭାବରେ ପ୍ରଦାନ କରାଯାଏ । ଅବଶିଷ୍ଟ ରାଜ୍ୟ ଗୁଡିକ (ଯାହାର ସ୍ବତନ୍ତ୍ର ପାହ୍ୟା ନାହିଁ) କେବଳ 30% ଅନୁଦାନ ପାଇଥାଏ ଏବଂ ଅବଶିଷ୍ଟ 70% ଋଣ ଭାବରେ ଦିଆଯାଏ । ଅନୁଦାନ ବ୍ୟତୀତ ସ୍ବତନ୍ତ୍ର ପାହ୍ୟା ଥିବା ରାଜ୍ୟ ଗୁଡିକ ଆୟକର, ଏକ୍ସାଇଜ୍ ଏବଂ କର୍ପୋରେଟ୍ ଟ୍ୟାକ୍ସରେ ମଧ୍ୟ ରିହାତି ପାଇଥାନ୍ତି । ସବୁଠାରୁ ବଡ କଥା ହେଉଛି ଯେ ସ୍ବତନ୍ତ୍ର ରାଜ୍ୟ ଗୁଡିକୁ କେନ୍ଦ୍ର ବଜେଟରେ ଯୋଜନାବଦ୍ଧ ବ୍ୟୟ ପାଇଁ ସ୍ଥିର ହୋଇଥିବା ଅର୍ଥର 30 ପ୍ରତିଶତ ପାଇଥାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2024, 8:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.