ETV Bharat / politics

କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ, ଓଡ଼ିଶାକୁ ଢେର ମିଳିଛି: ବୈଜୟନ୍ତ - MP Baijayant Panda On Union Budget

author img

By ETV Bharat Odisha Team

Published : Jul 28, 2024, 9:36 PM IST

MP Baijayant Panda calls Union Budget Historical: କେନ୍ଦ୍ର ବଜେଟକୁ ନେଇ ମିଛ ପ୍ରଚାର କରାଯାଉଛି । ହେଲେ ବାସ୍ତବରେ ଓଡ଼ିଶାକୁ ଢେର ମିଳିଛି କହି କେନ୍ଦ୍ର ସରକାରଙ୍କ ବଜେଟକୁ ଐତିହାସିକ କହିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ବଜେଟକୁ ନେଇ ଆଉ କଣ କଣ କହିଲେ ଶୁଣନ୍ତୁ

MP Baijayant Panda On Union Budget
MP Baijayant Panda On Union Budget (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ରରେ ଆଗତ ହୋଇଛି ଆର୍ଥିକ ବର୍ଷ 2024-25ର ବଜେଟ୍‌ । ତେବେ ଓଡ଼ିଶାକୁ କିଛି ମିଳିନାହିଁ ବୋଲି ଚର୍ଚ୍ଚା ଲାଗି ରହିଛି । ଗତ ନିର୍ବାଚନରେ ଓଡ଼ିଶାକୁ ବିଜେପିକୁ 20 ସାଂସଦ ଦେଇଥିବା ବେଳେ ରାଜ୍ୟକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ । ଓଡ଼ିଶାକୁ ବଜେଟରେ କିଛି ମିଳିନାହିଁ ବୋଲି ମିଛ ପ୍ରଚାର ହେଉଛି, ହେଲେ ବାସ୍ତବରେ ରାଜ୍ୟକୁ ଢେର ମିଳିଛି ବୋଲି କହିଛନ୍ତି ବୈଜୟନ୍ତ ।

କେନ୍ଦ୍ର ସରକାରଙ୍କ ବଜେଟ ଐତିହାସିକ, ଓଡ଼ିଶାକୁ ଢେର ମିଳିଛି: ବୈଜୟନ୍ତ (ETV Bharat Odisha)

ବଜେଟକୁ ନେଇ ଏମିତି କହିଲେ ବୈଜୟନ୍ତ:-

UPA ସମୟ ଅପେକ୍ଷା NDA ସମୟରେ ଅଧିକ ବିକାଶ ହୋଇଥିବା ଦମ୍ଭୋକ୍ତି ବାଢି ବୈଜୟନ୍ତ କହିଛନ୍ତି, "୧୦ ବର୍ଷ ତଳେ ହୋଇଥିବା ବଜେଟ ଓ ବର୍ତ୍ତମାନ ବଜେଟ ସବୁ କ୍ଷେତ୍ରରେ ୨/୩ ଗୁଣା ହୋଇଛି ଯାହା ସାରା ପୃଥିବୀରେ ଚର୍ଚ୍ଚା ହେଉଛି । ମୋଦି ସରକାର ଆସିବା ୧୦ବର୍ଷ ପୂର୍ବରୁ ଓଡ଼ିଶାକୁ ୧ଲକ୍ଷ ୧୪ ହଜାର କୋଟି ମିଳିଥିଲା । ହେଲେ ମୋଦି ଆସିବା ପରେ ଓଡ଼ିଶାକୁ ୪ଲକ୍ଷ ୫୭ହଜାର କୋଟି ଟଙ୍କା ମିଳିଛି । ଯାହା ୩ଗୁଣା ଠାରୁ ଅଧିକ । ହେଲେ ମିଛ ପ୍ରଚାର ହୁଏ ଓଡ଼ିଶାକୁ କଣ ମିଳିଲା ବୋଲି, ହେଲେ ଓଡ଼ିଶାକୁ ଢେରମାତ୍ରାରେ ଅନୁଦାନ ମିଳୁଛି । କେନ୍ଦ୍ର ସରକାରଙ୍କ ଜରିଆରେ ଓଡ଼ିଶାର ଅନେକ ବିକାଶ ହୋଇଛି ।"

କେନ୍ଦ୍ର ଯୋଜନାରେ ସାମିଲ ହେବ ଓଡ଼ିଶା:-

ବୈଜୟନ୍ତ ଆହୁରି କହିଛନ୍ତି ଯେ ବହୁତ ଗୁଡ଼ିଏ କେନ୍ଦ୍ର ସରକାରଙ୍କ ଯୋଜନା ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଲାଗୁ କରୁନଥିଲେ ହାଇଜାକ୍‌ କରୁଥିଲେ ତାଙ୍କ ଯୋଜନା କରି । ହେଲେ ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ଏହି ଯୋଜନା ସବୁ ଓଡ଼ିଶାରେ ଲାଗୁ କରାଯିବ। ଆୟୁଷ୍ମାନ ଭାରତ ଯୋଜନା ଓ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କଥା କହି ଉଦାହରଣ ଦେଲେ ସାଂସଦ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି, "ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଛି । ପୂର୍ବ ସରକାର ସମୟରେ ଅନେକ କେନ୍ଦ୍ରୀୟ ଯୋଜନାରୁ ଓଡ଼ିଶା ଲୋକଙ୍କୁ ରାଜନୈତିକ ହୀନ ଉଦ୍ଦେଶ୍ୟ ରଖି ବଂଚିତ କରାଯାଉଥିଲା । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାର ହିତାଧିକାରୀ ଚୟନରେ ମଧ୍ୟ ପାତର ଅନ୍ତର କରାଯାଇ ଗରୀବ ଲୋକଙ୍କୁ ହଇରାଣ କରାଯାଉଥିଲା । ଏବେ ଓଡ଼ିଶାବାସୀ ମୋଦିଙ୍କର ବିକଶିତ ଓଡ଼ିଶା ଗଠନ ପାଇଁ ଆସୁଥିବା ସମସ୍ତ କେନ୍ଦ୍ରୀୟ ସହାୟତାର ଲାଭ ପାଇବେ ।"

'ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବ ପର୍ଯ୍ୟଟନ'

ଚଳିତ ବଜେଟ୍‌ରେ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ଆଗାମୀ ଦିନରେ ଏହା ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ମାଇଲଷ୍ଟୋନ ଭୂମିକା ନେବ ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ।

'କେନ୍ଦ୍ର ବଜେଟ ଐତିହାସିକ'

ବୈଜୟନ୍ତ କହିଛନ୍ତି, "ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ର ବଜେଟ ଅନେକ କ୍ଷେତ୍ରରେ ଐତିହାସିକ ହୋଇରହିଯାଇଛି । ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସଂଗଠନ ନିଜର ସର୍ଭେ ରିପୋର୍ଟରେ ମତ ରଖିଛନ୍ତି ଯେ, ଏପ୍ରିଲ-ମେ ମାସରେ ଦେଶରେ ବେରୋଜଗାର ୩.୨ପ୍ରତିଶତ ଥିଲା, ଯାହା ଐତିହାସିକ ସଫଳତା । ୧୮ବର୍ଷରେ ଏହା ସବୁଠାରୁ କମ୍ ବେରୋଜଗାରୀ ପରିସଂଖ୍ୟାନ । ମୋଦି ସରକାରଙ୍କ ୧୦ବର୍ଷ ଭିତରେ ଦେଶରେ ୧୨.୫କୋଟି ନିଯୁକ୍ତି ସୃଷ୍ଟି ହୋଇଛି । କଂଗ୍ରେସର ୧୦ବର୍ଷ ଭିତରେ ମାତ୍ର ୨.୯କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା । ଚଳିତ ବଜେଟ୍‌ରେ ଆହୁରି ଅଧିକ ନିଯୁକ୍ତି ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଦିଆଯାଇଛି ।"

ଏହା ବି ପଢନ୍ତୁ- ବଜେଟ 2024: ପ୍ରତିରକ୍ଷାରେ ସର୍ବାଧିକ, ସ୍ବାସ୍ଥ୍ୟ-ସାମାଜିକ କଲ୍ୟାଣରେ କମ୍, କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ, ଜାଣନ୍ତୁ ହାଇଲାଇଟ୍ସ

ଏହା ବି ପଢନ୍ତୁ- କେନ୍ଦ୍ରୀୟ ବଜେଟରେ ନିର୍ବାଚନୀ ଫଳାଫଳର ଝଲକ, ହାତଖୋଲା ପ୍ୟାକେଜ ନେଲେ ନୀତିଶ-ଚନ୍ଦ୍ରବାବୁ !

ଏହା ବି ପଢନ୍ତୁ- Union Budget 2024: ସ୍ବତନ୍ତ୍ର ପାହ୍ୟା ନ ଦେଇ ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ !

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.