ETV Bharat / politics

ରାଜନୀତି ପାରା ବଢାଇଲା ମମତାଙ୍କ ଇସ୍ତଫା: ବିଜେପି କହିଲା ଫିଲ୍ମ ଅଭି ବାକି ହୈ, ବିଜେଡି ଦେଲା ବଡ଼ ବୟାନ - Politics On MAMATA MOHANTA RESIGN

author img

By ETV Bharat Odisha Team

Published : Aug 1, 2024, 5:45 PM IST

Updated : Aug 1, 2024, 7:43 PM IST

BJD BJP and Congress on Mamata Mohanta resign: କାହିଁକି ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ମମତା ? ଦଳୀୟ ଅନ୍ତଃକନ୍ଦଳ ନା ବିଜେପିର ଚାଲ୍‌ରେ ଫସିଗଲେ ? ସତରେ କ'ଣ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି ? ମମତାଙ୍କୁ ନେଇ ଏବେ ରାଜନୀତି ଜୋର୍ ଧରିଥିବାବେଳେ ବଡ଼ ବୟାନ ଦେଇଛି ବିଜେଡି ଓ କଂଗ୍ରେସ ।

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ବିଜେଡି ସହ ସମ୍ପର୍କ ତୁଟାଇ ବିଜେପିରେ ମିଶିଲେ ମମତା ମହାନ୍ତ । ହେଲେ ତାଙ୍କ ଇସ୍ତଫାକୁ ନେଇ ଜୋର୍ ଧରିଛି ରାଜନୀତି । ମମତାଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ରାଜ୍ୟରେ ଏହା ଏକ ବଡ଼ ଧରଣର ରାଜନୈତିକ ଝଡ଼ର ପ୍ରାକ୍ ସୂଚନା ବୋଲି ଆକଳନ କରିଛନ୍ତି ବରିଷ୍ଠ ସାମ୍ବାଦିକ । ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜୋରଦାର ହୋଇଛି । ଚାଲି ନଜାଣି ବାଟର ଦୋଷ, ବିଜେଡି ଆତ୍ମସମୀକ୍ଷା କରୁ ବୋଲି ବିଜେପି କହିଛି । ମମତା କିମ୍ବା ଆଉ କିଛି ନେତା ଦଳ ଛାଡିବା ନୁହେଁ, ଦଳ ସରକାରରୁ ଯିବା ବଡ଼ ବିସ୍ଫୋରଣ ଥିଲା ବୋଲି କହିଛି ବିଜେଡି । ସେପଟେ ବିଜେପି ଅନ୍ୟ ରାଜ୍ୟ ପରି ଓଡିଶାରେ ଘୋଡା ବେପାର ଆରମ୍ଭ କରିଛି ବୋଲି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଏହାରି ମଧ୍ୟରେ ମମତା ମହାନ୍ତ ବିଜେପିରେ ସାମିଲ୍ ହୋଇଛନ୍ତି ।

ରାଜନୀତି ପାରା ବଢାଇଲା ମମତାଙ୍କ ଇସ୍ତଫା (ETV Bharat Odisha)

ଚାଲି ନଜାଣି ବାଟର ଦୋଷ, ବିଜେଡି କରୁ ଆତ୍ମସମୀକ୍ଷା: ବିଜେପି

ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି ଯେ, ଚାଲି ନଜାଣି ବାଟର ଦୋଷ ଭଳି ବିଜେଡି ପ୍ରତିକ୍ରିୟା ରଖୁଛି । ବିଜେଡି ନିଜ ଘର ରକ୍ଷା କରିପାରୁନାହିଁ । ଦଳ ଭିତରେ ଅଲୋଡ଼ା ହୋଇଗଲି ବୋଲି ମମତା ଖୋଲାଖୋଲି କହିଛନ୍ତି । ନିର୍ଦ୍ଦିଷ୍ଟ ଏକ ଜାତିକୁ ମମତା ପ୍ରତିନିଧିତ୍ୱ କରୁଥିଲେ । ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ଵରର କୁଡ଼ମୀ ସମ୍ପ୍ରଦାୟରୁ 25 ଲକ୍ଷ ଲୋକଙ୍କର ସେ ପ୍ରତିନିଧି ଥିଲେ । କୁଡ଼ମୀ ସମ୍ପ୍ରଦାୟର ବିକାଶ ଲାଗି ମମତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା । ଶାସକ ଦଳରେ ଥିବାରୁ ମମତା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେବା ସ୍ୱାଭାବିକ କଥା । ଦଳ ପରିଚାଳନାରେ ତ୍ରୁଟି ଥିବାରୁ ଏମିତି ହେଉଥିବ । ବିଜେଡି ଆତ୍ମସମୀକ୍ଷା କରିବା ଦରକାର । ଦଳୀୟ ନେତାଙ୍କୁ ବିଜେଡି ଟେଣ୍ଟ ବନ୍ଧା ଓ ଟ୍ରାଫିକ ପୋଲିସ କରିଛି । ଜଣେ ଅଧିକାରୀ ଭାଷଣ ଦେଉଥିଲେ ଆଉ ସେବେର କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକ ଷ୍ଟେଜ ତଳେ ବସି ତାଳି ମାରୁଥିଲେ ।

ବିଜେପି କହିଲା ଫିଲ୍ମ ଅଭି ବାକି ହୈ:

ଆସ୍କା ବିଧାୟକ ସରୋଜ ପାଢୀ କହିଛନ୍ତି, ‘ବିଜେଡିରେ ବିସ୍ଫୋରଣ ହେବ । ମମତା ହେଲେ ଟ୍ରେଲର, ଫିଲ୍ମ ଅଭି ବାକି ହୈ । କାଲି ବୋମା ଫୁଟିଲା ଆଗକୁ ବଡ ବିସ୍ଫୋରଣ ହେବ । ବିଜେଡିର ଇଏ ଅୟ ଆରମ୍ଭ । ଏହାପରେ ବହୁତ କିଛି ଘଟିବାକୁ ଯାଉଛି । ବିଜେଡି ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଲାଣି । ବିଜେପି ବିଜେଡିକୁ କାହିଁ ଭାଙ୍ଗିବ । ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଅଛି ।

ମମତାଙ୍କ ଇସ୍ତଫାରେ କ'ଣ କହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ:

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ କହିଛନ୍ତି, ବିଜେଡି ମମତା ଓ ତାଙ୍କ କୁଡୁମୀ ସଂପ୍ରଦାୟଙ୍କୁ ଅବହେଳା କରିଛି । କୁଡୁମୀ ସଂପ୍ରଦାୟ ପାଇଁ ମମତାଙ୍କ ଦାବି ତତ୍କାଳୀନ ବିଜେଡି ସରକାର ଶୁଣିଲେନି । ଦଳର ଅନ୍ତଃକନ୍ଦଳ ପାଇଁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ବିଜେପି କେବେ ବିଜେଡିକୁ ଭାଙ୍ଗିନି କି ଆମର ଆବଶ୍ୟକତା ନାହିଁ ।

ନେତା ଦଳ ଛାଡିବା ନୁହେଁ, ସରକାରରୁ ଯିବା ବଡ଼ ବିସ୍ଫୋରଣ: ବିଜେଡି

ବିଜେଡି ନେତା ସୁଧୀର ସାମଲ କହିଛନ୍ତି, ‘ମମତା ମହାନ୍ତ ଦଳ ଓ ରାଜ୍ୟସଭାରୁ ଇସ୍ତଫାର ଉଦ୍ଦେଶ୍ୟ ମୁଁ ଜାଣିନାହିଁ । ବିଜେଡି ଘର ଭାଙ୍ଗିନାହିଁ କିମ୍ବା ଭାଙ୍ଗିବାର ସମ୍ଭାବନା ମଧ୍ୟ ନାହିଁ । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ କଥା କହି ସାରିଛନ୍ତି । ନବୀନଙ୍କ ବକ୍ତବ୍ୟ ଓ ଉଚ୍ଚାରଣରୁ ଦଳ ଆଗକୁ ଆହୁରି ଶାଣିତ ଆଉ ଶକ୍ତିଶାଳୀ ହେବ ବୋଲି ଜଣାପଡୁଛି । ଘର ଲୋକ ଆମର ସମସ୍ତେ ଏକଜୁଟ ହୋଇ ଅଛନ୍ତି । ଦୀର୍ଘ 24 ବର୍ଷ ପରେ ଆମେ ବିରୋଧୀକୁ ଆସିଛୁ । ନବୀନ ଦାୟିତ୍ୱରେ ଥିବା ଯାଏଁ ଦଳ ଅଛି ଓ ରହିବ ।’

ବିଜେଡି ଏକ ଆଞ୍ଚଳିକ ଦଳ ଓ ଭଲ ଅବସ୍ଥାରେ ଅଛି । କୌଣସି ଆଞ୍ଚଳିକ ଦଳ ମାଟିରେ ମିଶିବା ନଜିର କୌଣସି ରାଜ୍ୟରେ ଦେଖିବାକୁ ମିଳିନାହିଁ । ବିଭିନ୍ନ କ୍ଷେତ୍ରରେ ଉତ୍ଥାନ ଓ ପତନ ରହିଛି । ରାଜ୍ୟର ସେବା ପାଇଁ ନବୀନ ବାବୁ କାମ ଚଳାଉଛନ୍ତି । ଶାସନରେ ଥାଇ ଆଙ୍ଗୁଳି ଦେଖାଇବା ସହଜ । ହେଲେ ବିରୋଧୀରେ ରହି ଆଙ୍ଗୁଠି ଉଠାଇବା କଷ୍ଟ । ଆମ ପ୍ରତି ବିମୁଖ ହୋଇ ଜନସାଧାରଣ ଆମକୁ ବିରୋଧୀ ଦଳରେ ବସାଇଛନ୍ତି, ଏହା ହିଁ ବଡ଼ ବିସ୍ଫୋରଣ । ଏହାଠାରୁ ବଡ଼ ବିସ୍ଫୋରଣ ଆଉ କିଛି ହୋଇନପାରେ । ବିଜେଡିର କିଛି ନେତାଙ୍କୁ ନେଇ ବିଜେପିରେ ମିଶାଇ ପାରନ୍ତି । ଯେଉଁମାନେ ବିଗତ ଦିନରେ ଦଳ ଛାଡିଛନ୍ତି, ସେମାନେ ପଛ ଧାଡିରେ ବସିଛନ୍ତି । ଯଦି ସେମାନଙ୍କର ପଛରେ ବସିବାକୁ ଇଚ୍ଛା ସେମାନେ ଦଳ ଦିଆଁ ମାରି ପଛରେ ବସି ପାରିବେ ।

ଘୋଡା ବେପାରରେ ବିଶ୍ବାସ କରେ ବିଜେପି: କଂଗ୍ରେସ

ବିଜେଡିରୁ ମମତାଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ମମତା ବିଜେଡିରୁ ଇସ୍ତଫା ଦେବା ତାହା ଦଳୀୟ ଓ ବ୍ୟକ୍ତିଗତ ବ୍ୟାପାର । ଆମେ ମତାମତ ରଖିବା ଠିକ କଥା ନୁହେଁ । ବିଜେପି ଘୋଡ଼ା ବେପାରରେ ବିଶ୍ଵାସ କରେ । ସେହି ଭାବନା ନେଇ ବିଜେପି ଓଡିଶାରେ ଏବେ ସେହି କାର୍ଯ୍ୟ କରୁଛି । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ।

କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ, ବିଜେଡି ଏଥର ସରକାରରୁ ଗଲା ପରେ ବିଜେପିର ଡ଼ବଲ ଇଞ୍ଜିନ ସରକାର ପ୍ରତି ସେମାନେ ବେଶୀ ଆଗ୍ରହୀ ହୋଇପଡିଛନ୍ତି । ବିଜେପି ଓଡ଼ିଶାରେ କିପରି ନିଜର କାୟା ବିସ୍ତାର କରିବ ଲାଗିପଡ଼ିଛି । ଆଗରୁ ବିଜେପି-ବିଜେଡି ଯେଉଁ ବନ୍ଧୁତ୍ବ ଥିଲା ଧୀରେ ଧୀରେ ଫିକା ପଡ଼ିବାକୁ ଯାଉଛି ।

ମମତାଙ୍କ ଇସ୍ତଫା ଏବଂ ବିଜେପିରେ ସାମିଲ ଚର୍ଚ୍ଚା ବିଜେଡି ଲାଗି ସତର୍କ ଘଣ୍ଟି: ବରିଷ୍ଠ ସାମ୍ବାଦିକ

ରାଜ୍ୟସଭା ଓ ଦଳରୁ ମମତା ମହନ୍ତଙ୍କ ଇସ୍ତଫା ଏବଂ ବିଜେପିରେ ସାମିଲ ଚର୍ଚ୍ଚା ବିଜେଡି ଲାଗି ସତର୍କ ଘଣ୍ଟି । ବିଜେଡ଼ିର ଆଭ୍ୟନ୍ତରୀଣ ବ୍ୟବସ୍ଥା ଠିକ ନଥିବାର ଏହା ସୂଚନା । ମମିତାଙ୍କୁ ରାଜ୍ୟସଭା ପଠାଇବା ପରେ କେତେକ କ୍ଷେତ୍ରରେ ବିଜେଡି ଫାଇଦା ପାଇଥିଲା । ଦଳରେ ତାଙ୍କୁ ଅଣଦେଖା ସହ ନିଜ ସମ୍ପ୍ରଦାୟର ବିକାଶ ନହେବାରୁ ମମତା ଇସ୍ତଫା ଦେଇଛନ୍ତି । ଗତ କିଛି ବର୍ଷ ହେବ ବିଜେଡ଼ି କ୍ଷମତା ଆଧାରିତ ଦଳ ଭାବେ ଚାଲିଥିଲା । ନବୀନ ପଟ୍ଟନାୟକ ବିଜେଡି ସଭାପତି । କିନ୍ତୁ ଦଳ ସଂଗଠନ ସମ୍ଭାଳୁଛି କିଏ ? ବିଧାନସଭାରେ ବିଜେଡି ବିରୋଧୀ ଦଳ ହେଲେ ମଧ୍ୟ ଦଳର ବାର୍ତ୍ତା କ'ଣ ରହିଛି ? ବିଜେଡିର କୌଣସି ପ୍ରକାର ଆଦର୍ଶ ଭିତ୍ତିଭୂମି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 1, 2024, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.