ETV Bharat / politics

ଇତିହାସ ହୋଇ ରହିଗଲା 2024 ସାଧାରଣ ନିର୍ବାଚନ: ଭାଙ୍ଗିଲା ଟ୍ରେଣ୍ଡ, ବଦଳିଲା ସରକାର - Changes After Elections

author img

By ETV Bharat Odisha Team

Published : Jun 9, 2024, 8:30 PM IST

Changes In Odisha Politics:2024 ସାଧାରଣ ନିର୍ବାଚନ ଫଳାଫଳ ଛାଡ଼ିଗଲା ଅନେକ ଛାପ । ଇତିହାସ ହୋଇ ରହିଗଲା ରାଜନୈତିକ ପରିବର୍ତ୍ତନ । ଜାଣନ୍ତୁ କେଉଁ ସବୁ ନୂଆ ଅନୁଭୂତି ପାଇଛି ରାଜ୍ୟ ।

Odisha Politics
Odisha Politics (ETV Bharat Odisha)

ଭୁବନେଶ୍ବର: ଛାପ ଛାଡ଼ିଗଲା 2024 ସାଧାରଣ ନିର୍ବାଚନ । ଇତିହାସ ହୋଇ ରହିଗଲା ଚଳିତ ନିର୍ବାଚନ । ନିର୍ବାଚନୀ ଫଳାଫଳ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ଏଥର ବିଗିଡିଯାଇଛି ରାଜନୈତିକ ଅଙ୍କ । ମୁଖ୍ୟମନ୍ତ୍ରୀ ଇତିହାସ ରଚିବା ପରିବର୍ତ୍ତେ ଇତିହାସ ପାଲଟିଗଲେ । ଅନେକ ବରିଷ୍ଠଙ୍କୁ ଧୂଳି ଚଟାଇ ଯୁବ ବର୍ଗ ବିଜୟର ବାନା ଉଡାଇଛନ୍ତି । ଜନାଦେଶକୁ ସମ୍ମାନ ଜଣାଇ ପ୍ରମୁଖ ରାଜନୈତିକ ଦଳର ଦଳୀୟ ମୁଖିଆମାନେ ହାର ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ 2024 ସାଧାରଣ ନିର୍ବାଚନ ସବୁଦିନ ପାଇଁ ଇତିହାସ ହୋଇ ରହିଗଲା । କାରଣ ଏକାଧିକ ପରିବର୍ତ୍ତନର ସ୍ୱାଦ ଚାଖିଲା ଓଡି଼ଶା । ଏଭଳି ବଡ଼ ପରିବର୍ତ୍ତନ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Odisha Politics (ETV Bharat Odisha)

2024 ସାଧାରଣ ନିର୍ବାଚନରେ କେଉଁ ପରିବର୍ତ୍ତନ ହେଲା?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2000 ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ଏକ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ଉଭା ହୋଇଥିଲେ । 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଶାସନ ଦାୟିତ୍ବ ତୁଲାଇ ରେକର୍ଡ ସୃଷ୍ଟି କରୁଥିଲେ ବି ଏଥର ପରାଜୟ ଦେଖିବାକୁ ପଡ଼ିଛି । ଯାହା ଇତିହାସ ହୋଇ ରହିଗଲା । ନିଜ ରାଜନୈତିକ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସ୍ଥାନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ପାରମ୍ପରିକ ଆସନ ହିଞ୍ଜିଳିକାଟୁରେ ସବୁବେଳେ ବିପୁଳ ପରିମାଣ ଭୋଟରେ ନିର୍ବାଚିତ ହେବାର ଗୌରବ ବହନ କରିଥିଲେ ନବୀନ। ଏକାଧିକ ସ୍ଥାନରେ ନିର୍ବାଚନ ଲଢ଼ି ଜିତି ଇତିହାସ ସୃଷ୍ଟି କରିଥିଲେ ନବୀନ । ହେଲେ ଚଳିତ ନିର୍ବାଚନରେ ହିଞ୍ଜିଳିକାଟୁରେ ମାତ୍ର 4 ହଜାର ଭୋଟରେ ଜିତିବା ଗଞ୍ଜାମରେ ବିଜେଡିର ବିଫଳତା କଥା ପଦାରେ ପକାଇଲା । ସେପଟେ ବଲାଙ୍ଗୀର କଣ୍ଟାବାଞ୍ଜିରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ 16 ହଜାର ଭୋଟରେ ହାରି ଯାଇଛନ୍ତି ।

Odisha Politics
Odisha Politics (ETV Bharat Odisha)

24 ବର୍ଷ ପରେ ପ୍ରଥମ ଥର ପାଇଁ ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ ମିଳିବ ନାହିଁ । ମୋଦି ଲହର ପାଇଁ 20ଟି ସିଟରେ ଭାରତୀୟ ଜନତା ପାର୍ଟିର ସାଂସଦମାନେ ଜିତିଛନ୍ତି । ଆଉ ଗୋଟିଏ କଂଗ୍ରେସ ଖାତାକୁ ଯାଇଛି । ଯାହା ପୁଣି ଏକ ନୂଆ ରେକର୍ଡ । ବିଜେଡିରେ ସଂଗଠନକୁ ସୁଦୃଢ଼ କରିବା ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ ନବୀନ । ହେଲେ ଚଳିତ ଥର ପରାଜୟର ସ୍ବାଦ ଚାଖିବାକୁ ପଡ଼ିଲା ।

୩ ପ୍ରମୁଖ ଦଳର ସଭାପତିଙ୍କ ପରାଜୟ: କଣ୍ଟାବାଞ୍ଜି ଆସନରୁ ନବୀନଙ୍କ ପରାଜୟ ହୋଇଥିବାଳେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ବିଜେଡି ନେତା ବ୍ୟୋମକେଶ ରାୟଙ୍କ ଠାରୁ ହାରିଛନ୍ତି । ସେହିପରି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନୂଆପଡାରେ ତୃତୀୟ ସ୍ଥାନରେ ରହିଲେ । ତେବେ 2024 ସାଧାରଣ ନିର୍ବାଚନ 3 ପ୍ରମୁଖ ରାଜନୈତିକ ଦଳର ସଭାପତିମାନେ ପରାଜୟ ବରଣ କରିବା ମଧ୍ୟ ଇତିହାସର ଆଉ ଏକ ପୃଷ୍ଠାରେ ଲିପିବଦ୍ଧ ରହିବ ।

ପରିବାରବାଦ ରାଜନୀତି ଫେଲ୍: ରାଜ୍ୟ ରାଜନୀତିରେ ପରିବାରବାଦ ରାଜନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ହେଲେ ଏଥର ଏହି ଟ୍ରେଣ୍ଡ ଫେଲ୍ ମାରିଛି । ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ପରାଜୟ ବରଣ କରିଛନ୍ତି । ସେହିପରି ରୁଦ୍ର ପ୍ରସାଦ ମହାରଥୀ ମଧ୍ୟ ଏଥର ଜିତିବାରେ ସକ୍ଷମ ହୋଇନାହାନ୍ତି ।

ହାରିଗଲେ ହେଭିୱେଟ୍: 24 ବର୍ଷର ନବୀନ ସରକାରରେ ଥିବା 11 ଜଣ ମନ୍ତ୍ରୀ ପରାଜୟର ସ୍ୱାଦ ଚାଖିଲେ । ଏଥର ପୂର୍ବ ଅପେକ୍ଷା ମତଦାନ ହାର ବୃଦ୍ଧି ପାଇଛି । ଯୁବ ଏବଂ ନବାଗତ ଭୋଟରମାନେ ସାମିଲ ହୋଇଥିଲେ । ରାଜନୀତି ବିଶେଷଜ୍ଞଙ୍କ ମତରେ, "2024 ନିର୍ବାଚନ ଇତିହାସ ସୃଷ୍ଟି କରିଛି । ପଡ଼ୋଶୀ ରାଜ୍ୟ ଗୁଡିକ ଭଳି ଓଡ଼ିଶାରେ ବିଜେପି ସପକ୍ଷରେ ମତଦାନ ବିଜେପିକୁ ସରକାରକୁ ଖାଲି ଆଣିଲା ତାହା ନୁହେଁ । ବିଜେପିର ଭୋଟ ପ୍ରତିଶତ ମଧ୍ୟ ଉତ୍ସାହଜନକ ଭାବେ ବୃଦ୍ଧି ପାଇଲା । ଓଡ଼ିଶାରେ ବିଜେପି ବିରୋଧରେ କେହି ପ୍ରତିଦ୍ବନ୍ଦ୍ବିତା କରିବା ଭଳି ଦେଖାଯାଉନଥିଲା । ବିଜେଡିର କୌଣସି ରାଜନୈତିକ ପ୍ରଚାର ଦେଖିବାକୁ ମିଳିନଥିଲା । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରେ ହାରିଲେ କାରଣ ମୁଖ୍ୟମନ୍ତ୍ରୀ ପ୍ରଚାର କରିଲେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.