ETV Bharat / politics

କାହାର ହେବ ଉତ୍ତର-ଉପକୂଳ :  2019ରେ 4-2 ଥିଲେ ବିଜେଡି-ବିଜେପି, ଏଥର ହେବ କି ଫଟୋ ଫିନିସ୍ ? - LAST PHASE ELECTION IN ODISHA - LAST PHASE ELECTION IN ODISHA

Odisha Lok Sabha election 2024, Big fight between BJD, BJP and Congress in Final phase: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ 6 ଲୋକସଭା ଆସନରେ ଭୋଟିଂ । ଉତ୍ତର ଓ ଉପକୂଳରେ ବିଜେଡି ଓ ବିଜେପି ମଧ୍ୟରେ କଡା ଲଢେଇ । 2019ରେ ବିଜେଡି ୪ଟିରେ ଜିତିଥିବା ବେଳେ, ବିଜେପି ଖାତାରେ ପଡ଼ିଥିଲା ୨ । ଏହି ଇଲାକାରେ ହାତ ଖୋଲିପାରିନଥିଲା କଂଗ୍ରେସ ପାର୍ଟି । ନଜର ପକାନ୍ତୁ ପ୍ରତ୍ୟେକ ଆସନର ପ୍ରାର୍ଥୀ ଓ ସ୍ଥିତି ଉପରେ । ପଢନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ ।

ଶେଷ ପର୍ଯ୍ୟାୟରେ ଉତ୍ତର ଓ ଉପକୂଳ
ଶେଷ ପର୍ଯ୍ୟାୟରେ ଉତ୍ତର ଓ ଉପକୂଳ (ETV Bhara Odisha)
author img

By ETV Bharat Odisha Team

Published : May 31, 2024, 2:02 PM IST

Updated : May 31, 2024, 2:34 PM IST

ଶେଷ ପର୍ଯ୍ୟାୟରେ ଉତ୍ତର ଓ ଉପକୂଳ
ଶେଷ ପର୍ଯ୍ୟାୟରେ ଉତ୍ତର ଓ ଉପକୂଳ (ETV Bharat Odisha)

ହାଇଦ୍ରାବାଦ: ଜୁନ ପହିଲାରେ ଦେଶ ଓ ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ । ଓଡିଶାରେ 4ର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ଉତ୍ତର ଓ ଉପକୂଳର 6 ଲୋକସଭା ଆସନ ଓ ଏହା ଅଧୀନ 42 ବିଧାନସଭା ଆସନରେ ଭୋଟିଂ ହେବ । ଏହି ଆସନ ମଧ୍ୟରେ ଉତ୍ତର ଓଡିଶାର ବାଲେଶ୍ବର, ମୟୂରଭଞ୍ଜ ଓ ଉପକୂଳର କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ଭଦ୍ରକରେ ପଡିବ ଭୋଟ । ଏହି ପର୍ଯ୍ୟାୟ ପାଇଁ ଆଜି (30 ତାରିଖ) ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଶେଷ ଭାଗରେ ଗତକାଲି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପାଇଁ ପ୍ରଚାର କରିଛନ୍ତି । ସେହିପରି ଶେଷଦିନରେ (ବୁଧବାର) କଂଗ୍ରେସ ପାଇଁ ମଧ୍ୟ ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାର କରିଛନ୍ତି । 6 ଆସନ ମଧ୍ୟରୁ ବିଜେଡି ନିୟନ୍ତ୍ରଣରେ ସର୍ବାଧିକ 4 ଆସନ ରହିଛି । ବାଲେଶ୍ବର ଓ ମୟୂରଭଞ୍ଜ ଆସନରେ ବିଜେପି ଜିତିଥିଲା । ଏହି ସମସ୍ତ ଆସନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ସିଧା ଲଢେଇ ହେଉଛି । କଂଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତାରେ ନଥିଲେ ସୁଦ୍ଧା ସମସ୍ତ ଆସନରେ ତୃତୀୟ ସ୍ଥାନରେ ରହିଛି ।

ମୟୂରଭଞ୍ଜ:-

ଆଦିବାସୀବହୁଳ ମୟୂରଭଞ୍ଜର ଜନାଦେଶ ଗତଥର ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଥିଲା । ବିଜେପି ସାଂସଦ ବିଶେଶ୍ବର ଟୁଡୁ ମଧ୍ୟ ମୋଦି କ୍ୟାବିନେଟରେ ସ୍ଥାନ ପାଇଥିଲେ । ହେଲେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିବା ବିଶେଶ୍ବରଙ୍କୁ ବିଜେପି ଏଥର ଟିକଟ ଦେଇନି । ତାଙ୍କ ସ୍ଥାନରେ ଟିକଟ ପାଇଛନ୍ତି ନବ ଚରଣ ମାଝି । ଅନ୍ୟପଟେ ବିଜେଡିରୁ ମନ୍ତ୍ରୀ ସୁଦାମ ମାରାଣ୍ଡି ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଘୋଷଣା ନକରି ଦଳୀୟ ’ଇଣ୍ଡିଆ’ ମେଣ୍ଟ ପ୍ରାର୍ଥୀଙ୍କୁ ଲଢାଇଛି । ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନ ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି । ତେଣୁ ଏଠାରେ ପ୍ରାୟତଃ ତ୍ରିମୁଖୀ ଲଢେଇ ହେଉଛି ।

ବାଲେଶ୍ବର:-

ଉତ୍ତର ଓଡିଶାର ପ୍ରମୁଖ ଆସନ ବାଲେଶ୍ବରରେ ମଧ୍ୟ ହାଇ-ଫାଇଟ ଦେଖିବାକୁ ମିଳିଛି । ଗତଥର ଏହି ଆସନରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ବିଜୟ ଲାଭ କରି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ । ସେତେବେଳେ ପ୍ରତାପଙ୍କ ସନ୍ୟାସ ଜୀବନଶୈଳୀକୁ ନେଇ ସାରା ଦେଶରେ ଚର୍ଚ୍ଚାର ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ କ୍ଯାବିନେଟ ଅଦଳବଦଳରେ ମନ୍ତ୍ରୀପଦରୁ ବାଦ ପଡିଥିଲେ । ଏଥର ସେ ପୁଣି ବିଜେପି ଟିକେଟରେ ଲଢୁଛନ୍ତି । ତାଙ୍କ ବିରୋଧରେ ବିଜେଡି ମହିଳା ପ୍ରାର୍ଥୀ ତଥା ବିଜେପି ଛାଡି ଶଙ୍ଖ ଧରିଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ଗୋଟିଏ ଦଳର ସହ କାର୍ଯ୍ୟକର୍ତ୍ତା ଥିବା ପ୍ରତାପ ଓ ଲେଖାଶ୍ରୀ ଏଥର ଦୁଇ ପ୍ରମୁଖ ଦଳରୁ ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦ୍ବୀ ହୋଇଛନ୍ତି । କଂଗ୍ରେସ ମଧ୍ୟ ଏହି ଆସନରେ ଜଣେ ବରିଷ୍ଠ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏଠାରେ ମଧ୍ୟ କୌଣସି ଦଳ ଏକକ ପ୍ରଭାବଶାଳୀ ନଥିବା ବେଳେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ରହିଛି ।

କେନ୍ଦ୍ରାପଡା:-

ଉପକୂଳର ସର୍ବାଧିକ ଚର୍ଚ୍ଚିତ ଆସନ କେନ୍ଦ୍ରାପଡା ବିଜେଡି ତଥା ଅଣ-କଂଗ୍ରେସ ଗଡ ଭାବେ ରାଜ୍ୟ ରାଜନୀତିରେ ନିଜର ପରିଚୟ ରଖି ଆସିଛି । ତୀବ୍ର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ମଧ୍ୟ ବିଜେପି ଗତଥର ଏହି ଆସନ ଦଖଲ କରିପାରିନଥିଲା । ବିଜେପିରେ ସାମିଲ ହେବା ପରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିବା ବୈଜୟନ୍ତ ପଣ୍ଡା ଏଠାରୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ମଧ୍ୟ ବୈଜୟନ୍ତ ପୁଣି ପ୍ରାର୍ଥୀ ହୋଇଛନ୍ତି । ହେଲେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଏଥର ସାଂସଦ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଯୁବ ଚେହେରା ସିଦ୍ଧାର୍ଥ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି । ତେବେ ମୁଖ୍ୟ ଲଢେଇ ବୈଜୟନ୍ତ ଓ ଅଂଶମାନଙ୍କ ମଧ୍ୟରେ ହେଉଛି । ପୂର୍ବରୁ ବୈଜୟନ୍ତ ଏହି ଆସନରେ 2ଥର ସାଂସଦ ହେବାର ଅନୁଭବ ରଖିଛନ୍ତି । ଏପଟେ ବିଜେଡିର ଗଡ ଭାବେ ପରିଚିତ କେନ୍ଦ୍ରାପଡାରେ ଦଳୀୟ ପ୍ରଭାବ ଅଧିକ ରହୁଥିବାରୁ ବିଜେଡି ପ୍ରାର୍ଥୀ ଅଂଶୁମାନଙ୍କ ସ୍ଥିତି ମଧ୍ୟ ଭଲ ରହିଥିବା ଚର୍ଚ୍ଚା ହେଉଛି ।

ଭଦ୍ରକ:-

ପୂର୍ବଥରର ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ପୁଣି ଥରେ ଏହି ଆସନରେ ରିପିଟ୍‌ କରି ବିଜୟ ଧାରା ଅପରିବର୍ତ୍ତିତ ରଖିବାକୁ ପ୍ରୟାସ କରିଛି ବିଜେଡି । ବିଜେପି ମଧ୍ୟ ଅଭିମନ୍ୟୁ ସେଠୀ ଓ କଂଗ୍ରେସ ଅନନ୍ତ ସେଠୀଙ୍କୁ ପ୍ରାର୍ଥୀ କରିଛି । 1996 ରେ ଭଦ୍ରକ ଆସନ କଂଗ୍ରେସ ଦଖଲରେ ଥିଲା । ହେଲେ ଏହା ପରେ ଏହି ଆସନ କ୍ରମାଗତ ବିଜେଡି ନିୟନ୍ତ୍ରଣରେ ରହିଆସିଛି । 1998 ରୁ 2009 ପର୍ଯ୍ୟନ୍ତ ବିଜେଡି ନେତା ଅର୍ଜୁନ ଚରଣ ସେଠୀ ଲଗାତାର ସାଂସଦ ନିର୍ବାଚିତ ହୋଇଥିଲେ । 2019 ରେ ମଞ୍ଜୁଲତା ଅର୍ଜୁନଙ୍କ ସ୍ଥାନରେ ବିଜେଡି ଟିକଟ ନେଇଥିବା ବେଳେ ଦଳୀୟ ବିଜୟଧାରା ପରିବର୍ତ୍ତିତ ରହିଥିଲା । ଏଥର ମଧ୍ୟ ଶଙ୍ଖ ଚିହ୍ନରେ ଗ୍ରାଉଣ୍ଡରେ ରହିଛନ୍ତି ମଞ୍ଜୁଲତା । ଗତଥର ତାଙ୍କର ପ୍ରତିଦ୍ବନ୍ଦୀ ତଥା ଦ୍ବିତୀୟ ସ୍ଥାନରେ ରହିଥିବା ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି । ଅଭିମନ୍ୟୁ ହେଉଛନ୍ତି ଅର୍ଜୁନ ସେଠୀଙ୍କ ପୁଅ ।

ଯାଜପୁର:-

ପୂର୍ବ-ଓଡିଶାର ଅନ୍ୟତମ ରାଜନୈତିକ ଚର୍ଚ୍ଚିତ ଆସନ ଯାଜପୁରରେ ବିଜେଡି ମହିଳା ଚେହେରା ତଥା ବର୍ତ୍ତମାନ ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି । ଭାରତୀୟ ଜନତା ପାର୍ଟି ଏଥର ନୂଆ ଚେହେରା ଭାବ ରବିନ୍ଦ୍ର ନାରାୟଣ ବେହେରାଙ୍କୁ ଟିକେଟ ଦେଇଛି । କଂଗ୍ରେସ ଏଠାରେ ଅଞ୍ଚଳ ଦାସଙ୍କୁ ମୈଦାନକୁ ଓହ୍ଲାଇଛି । 1998ରେ ଶେଷ ଥର ପାଇଁ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସାଂସଦ ନିର୍ବାଚିତ ହୋଇଥିଲେ । ରାମଚନ୍ଦ୍ର ମଲ୍ଲିକ ସେଥର କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ । ଏହାପରେ 1999 ରୁ 2019 ପର୍ଯ୍ୟନ୍ତ ବିଜେଡି ଏହି ଆସନରେ ବିଜୟ ନିଶ୍ଚିତ କରିଆସିଛି । ହେଲେ ପ୍ରତ୍ୟେକ ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବିଜେଡି ଏଥର ବର୍ତ୍ତମାନର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ପୁଣି ପ୍ରାର୍ଥୀ କରିଛି । ଗତଥର (2019) ରେ ଶର୍ମିଷ୍ଠାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକ ଦ୍ବିତୀୟ ସ୍ଥାନରେ ରହିଥିଲେ । ‘ଏନଆଇସି’ ନିର୍ଦ୍ଦେଶକ ପଦରୁ ଅବସର ନେଇଥିବା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଜ୍ଞାନୀ ରବିନ୍ଦ୍ର ନାରାୟାଣ ବେହେରାଙ୍କୁ ବିଜେପି ଏଥର ଶର୍ମିଷ୍ଠାଙ୍କ ବିରୋଧରେ ପ୍ରାର୍ଥୀ କରିଛି ।

ଜଗତସିଂହପୁର:-

ଉପକୂଳର ଅନ୍ୟତମ ଆସନ ଜଗତସିଂହପୁରରେ ସାଂସଦ ଥିବା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ଶାସକ ବିଜୁ ଜନତା ଦଳ । ବିଜେପି ବିଭୁ ପ୍ରସାଜ ତରାଇଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ରବିନ୍ଦ୍ର ସେଠୀଙ୍କୁ ମୈଦାନକୁ ଓହ୍ଲାଇଛି । ଏଠାରେ ମଧ୍ୟ ବିଜେପି ଓ ବିଜେଡି ମଧ୍ୟରେ ସିଧା ଲଢେଇ ହେଉଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । 2014ରେ ବିଭୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀ କୁଳମଣୀ ସାମଲଙ୍କ ଠାରୁ ପରାଜିତ ହେବା ପରେ ବିଜେପିରେ ସାମିଲ ହୋଇଥିଲେ । 2019 ରେ ବିଭୁ ଓ ରାଜଶ୍ରୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । ରାଜଶ୍ରୀ ବିଭୁ ପ୍ରସାଦଙ୍କୁ ପ୍ରାୟ ଅଢେଇ ଲକ୍ଷ ଭୋଟ ବ୍ୟବଧାନରେ ହରାଇଥିଲେ । ଏବେ ପୁଣି ଥରେ ରାଜଶ୍ରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ମଧ୍ୟ ବିଭୁଙ୍କ ଉପରେ ଦ୍ବିତୀୟ ଥର ଆସ୍ଥା ପ୍ରକଟ କରିଛି । ଏଥର ମଧ୍ୟ ରାଜଶ୍ରୀ ଓ ବିଭୁଙ୍କ ମଧ୍ୟରେ ମୁଖ୍ୟ ଲଢେଇ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 31, 2024, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.