ETV Bharat / politics

ଝାରସୁଗୁଡା ଓ ବ୍ରଜରାଜନଗରରେ ପାଣ୍ଡିଆନଙ୍କ ପ୍ରଚାର, ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - Pandian Election Campaign - PANDIAN ELECTION CAMPAIGN

VK Pandian Election Campaign: ଝାରସୁଗୁଡ଼ାର ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ଓ ବରଗଡ଼ ଲୋକସଭା ସାଂସଦ ପ୍ରାର୍ଥିନୀ ପରିଣିତା ମିଶ୍ରଙ୍କ ପାଇଁ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଅଧିକ ପଢ଼ନ୍ତୁ

ଝାରସୁଗୁଡା ଓ ବ୍ରଜରାଜନଗରରେ ପାଣ୍ଡିଆନଙ୍କ ପ୍ରଚାର
ଝାରସୁଗୁଡା ଓ ବ୍ରଜରାଜନଗରରେ ପାଣ୍ଡିଆନଙ୍କ ପ୍ରଚାର (ETV Bharat Odisha)
author img

By ETV Bharat Odisha Team

Published : May 10, 2024, 5:09 PM IST

ଝାରସୁଗୁଡା ଓ ବ୍ରଜରାଜନଗରରେ ପାଣ୍ଡିଆନଙ୍କ ପ୍ରଚାର (ETV Bharat Odisha)

ଝାରସୁଗୁଡା: ଜମୁଛି ବିଜେଡିର ଜୋରଦାର ପ୍ରଚାର । ଦଳର ମାରାଥନ ପ୍ରଚାରର ମଙ୍ଗ ଧରିଥିବା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଝାରସୁଗୁଡା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହାସହ ଝାରସୁଗୁଡ଼ାର ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ଓ ବରଗଡ଼ ଲୋକସଭା ସାଂସଦ ପ୍ରାର୍ଥିନୀ ପରିଣିତା ମିଶ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଝାରସୁଗୁଡ଼ା ଗସ୍ତରେ ଭିକେ ପାଣ୍ଡିଆନ । ଆଜି ଦିନ ୧୨ଟା ସମୟରେ ଝାରସୁଗୁଡ଼ା ସହର ସ୍ଥିତ ଅମଲିପାଲି ପଡ଼ିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପାଣ୍ଡିଆନ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ତାଙ୍କର ସମ୍ବୋଧନରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତା ଯୋଜନା ଏବଂ ଏସଏଚଜି ମହିଳାଙ୍କ ପାଇଁ ପେନସନ ଯୋଜନା, ୧୦୦ ୱାଟ ମାଗଣା ବିଦ୍ୟୁତ ସେବା, ହାର୍ଟ ହସ୍ପିଟାଲ, କ୍ୟାନ୍ସର ହସ୍ପିଟାଲ ଭଳି ବୃହତ କାର୍ଯ୍ୟ କରିଛନ୍ତି । ଏହାସହ ଝାରସୁଗୁଡ଼ାର ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ଓ ବରଗଡ଼ ଲୋକସଭା ସାଂସଦ ପ୍ରାର୍ଥିନୀ ପରିଣିତା ମିଶ୍ରଙ୍କୁ ଡବଲ ଶଙ୍ଖ ଚିହ୍ନରେ ରେକର୍ଡ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ...ଜମୁଛି ନିର୍ବାଚନ ପ୍ରଚାର, ଗାଁ ଗାଁ ବୁଲି ଭୋଟ ମାଗିଲେ ଦୀପାଳି - Election Campaigning In Jharsuguda

ଏହା ମଧ୍ୟ ପଢ଼ନ୍ତୁ...ବେଗୁନିଆ ଓ ଟାଙ୍ଗୀରେ ପାଣ୍ଡିଆନଙ୍କ ପ୍ରଚାର; ମଞ୍ଚ ଉପରୁ ଅପରାଜିତାଙ୍କୁ କଲେ ଟାର୍ଗେଟ - PANDIAN TARGET APARAJITA SARANGI

ତେବେ ଜନସଭାକୁ ସମ୍ବୋଧିତ କରି ଭି.କେ ପାଣ୍ଡିଆନ ପ୍ରଥମେ ସ୍ଵର୍ଗତ ନବ ଦାସଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନବ ଦାସ ବହୁତ କାର୍ଯ୍ୟ କରିଯାଇଛନ୍ତି । କଂଗ୍ରେସରେ ବିଧାୟକ ଥିବା ସମୟରେ ନବ ଦାସଙ୍କୁ ସେ ଭଲ ଭାବେ ଜାଣିଥିଲେ ବୋଲି କହିଛନ୍ତି ପାଣ୍ଡିଆନ । ଝାରସୁଗୁଡା ପାଇଁ ହୋଇଥିବା ବିକାଶମୂଳକ କାମର ହିସାବ ଦେଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ୫ବର୍ଷରେ ଥରେ ସୁଯୋଗ ଆସିଛି, ଏଥର ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଯୋଡି ଶଂଙ୍ଖରେ ଭୋଟ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି । ଝାରସୁଗୁଡାବାସୀଙ୍କ ଗୋଟିଏ ଗୋଟିଏ ଭୋଟ ଓଡ଼ିଶାକୁ ସଶକ୍ତ କରିବ । ଆଗକୁ ଝାରସୁଗୁଡା ସବୁଥିରେ ଏକ ନମ୍ବର ହେବ ବୋଲି କହିଛନ୍ତି ପାଣ୍ଡିଆନ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.