ETV Bharat / politics

ବିଜେପି ସଂକଳ୍ପ ପତ୍ର: ବଲାଙ୍ଗୀରରେ ନିଯୁକ୍ତି, ଶିଳ୍ପ ଓ ଜଳସେଚନ ଭଳି କ୍ଷେତ୍ରରେ ହେବ ବିକାଶ - BJP manifesto

author img

By ETV Bharat Odisha Team

Published : May 8, 2024, 10:40 AM IST

BJP Manifesto: ବଲାଙ୍ଗୀର ବିଜେପି ପକ୍ଷରୁ ଅଭିଯୋଗ ଓ ସଂକଳ୍ପ ପତ୍ର ଜାରି । ବଲାଙ୍ଗୀର ପାଇଁ ନିଯୁକ୍ତି, ଶିଳ୍ପ ଓ ଜଳସେଚନର ବିକାଶ ନେଇ ପ୍ରତିଶ୍ରୁତି ଦେଲା ବିଜେପି । ଅଧିକ ପଢନ୍ତୁ

BJP Manifesto
BJP Manifesto (ETV Bharat Odisha)
BJP Manifesto (ETV Bharat Odisha)

ବଲାଙ୍ଗୀର: ୨୪ ନିର୍ବାଚନ ନେଇ ବଲାଙ୍ଗୀର ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି । ଯେଉଁଥିରେ ଓଡ଼ିଶାର ବିକାଶର ରୂପରେଖ ସହିତ ବଲାଙ୍ଗୀର ପାଇଁ ନିଯୁକ୍ତି, ଶିଳ୍ପ ଓ ଜଳସେଚନ ଭଳି କ୍ଷେତ୍ରରେ ବିକାଶ କରାଯିବା ନେଇ ପ୍ରତିଶ୍ରୁତି ଦେଇଛି ବିଜେପି । ଅନ୍ୟପଟେ ୨୪ବର୍ଷର ସରକାରରେ ବିଜେଡି ସରକାରଙ୍କ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛି ଦଳ ।

ବଲାଙ୍ଗୀରରେ ମଙ୍ଗଳବାର ଦିନ ବିଜେପି ଅଭିଯୋଗ ଓ ସଂକଳ୍ପ ପତ୍ର ଜାରି କରିଛି । ଏକ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟ ବ୍ରତ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶରେ ଅନେକ ବିକାଶ ସମ୍ଭବ ହୋଇଛି । ୫୦ କୋଟି ବ୍ୟାଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ୪୩ କୋଟି ମୁଦ୍ରା ଋଣ, ୮୦ କୋଟି ଲୋକଙ୍କୁ ମାଗଣା ରାସନ, ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତି, ୧୦ କୋଟି ଲୋକଙ୍କୁ କରୋନା ଟିକା, ଗୃହହୀନଙ୍କ ପାଇଁ ୪ କୋଟି ଘର, ୧ କୋଟି ଘରକୁ ପାଇପ ଯୋଗେ ସୁଦ୍ଧ ପାନୀୟ ଜଳ ଯୋଗାଣ, ୧୦ କୋଟି ଘରକୁ ଗ୍ୟାସ କନେକସନ, ୩୩ କୋଟି ସ୍ୱାସ୍ଥ୍ୟ କାର୍ଡ ସମ୍ଭବ କରି ଏକ ବିକଶିତ ଭାରତ ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ସଫଳତା ସହ କାମ କରିଛି ।"

ସେ ଆଉମଧ୍ୟ କହିଛନ୍ତି, "୨୦୧୪ ମସିହାରେ ଭାରତୀୟଙ୍କର ମୁଣ୍ଡପିଛା ଆୟ ୩୮୦୦ ଟଙ୍କା ଥିଲା ବେଳେ ବର୍ତ୍ତମାନ ତାହା ୬୪୦୦ ଟଙ୍କାର ପହଞ୍ଚିଛି । ୨୦୧୪ରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ୩୦୫ ବିନିୟନ ଡଲାର ଆଜି ୬୫୦ ବିନିୟନ ଡଲାରରେ ପହଞ୍ଚିଛି । ୭୪ଟି ବିମାନ ବନ୍ଦର ଥିଲା ଏବେ ହୋଇଛି ୧୪୯ଟି ବିମାନ ବନ୍ଦର । ମେଟ୍ରୋ ଯୋଗ ସଂଯୁକ୍ତ ସହରର ସଂଖ୍ୟା ୫ ଥିଲା ବେଳେ ଏବେ ୨୦ ହୋଇଛି । ୨୦୧୪ ମସିହାରେ ୨୧୦୦୦ କିମି ରେଳପଥର ବିଦ୍ୟୁତିକରଣ ହୋଇଥିବା ବେଳେ ବର୍ତ୍ତମାନ ୬୨ହଜାର କିଲୋମିଟର ବିଦ୍ୟୁତିକରଣ ହୋଇଛି ଭଳି ସେ ସୂଚନା ଦେଇଛନ୍ତି ।"

ଏହାମଧ୍ୟ ପଢନ୍ତୁ.. ବିଜେପିର ମିଛ ଇସ୍ତାହାର; ଧର୍ମେନ୍ଦ୍ରଙ୍କ ଗ୍ୟାରେଣ୍ଟି, ନା କାମ କରିବି ନା କରେଇ ଦେବି: ବିଜେଡି - BJD On BJP Manifesto

ଅନ୍ୟପଟେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାରଙ୍କ ଉପରେ ବର୍ଷିଛି ବିଜେପି । ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି," କେନ୍ଦ୍ର ପ୍ରଦାନ କରିଥିବା ୨୯.୨୮ ଲକ୍ଷ ପକ୍କା ଘରକୁ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ୬.୬୦ ଲକ୍ଷ ଘର ନିର୍ମାଣ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ୩.୨୫ କୋଟି ଓଡିଆକୁ ମାଗଣା ରାସନ ଦେଉଥିଲା ବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୬ ଲକ୍ଷ ଲୋକଙ୍କୁ ଚାଉଳ ଯୋଗାଇ ପାରୁନାହାନ୍ତି । ଜଳ ଜୀବନ ମିଶନରେ କେନ୍ଦ୍ର ସରକାର ୧୦ହଜାର ୨୦୦ କୋଟି ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ଲୋକଙ୍କ ଘରେ ଟ୍ୟାପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ନବୀନ ବାବୁଙ୍କ ସରକାର ବିଫଳ ହୋଇଛନ୍ତି । ୧୯୧ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି । ଅଣ ଓଡିଆ ଠିକାଦାର ୯୦% ବିଲ ଉଠାଇ ଫେରାର ହୋଇଯାଉଛନ୍ତି । "

ସେ ଆଉମଧ୍ୟ କରିଛନ୍ତି, "ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଚାଷୀଙ୍କ ଠାରୁ ପ୍ରତି କ୍ୱିଣ୍ଟାଲ ୩୧୦୦ ଟଙ୍କାର କିଣାଯିବ । ପଶ୍ଚିମ ଓଡିଶାରେ ତିନୋଟି ମେଗା ଟେକ୍ସଟାଇଲ ହବ୍ ପ୍ରତିଷ୍ଠା କରାଯିବ । ଘରକରଣା ଖର୍ଚ୍ଚ ପାଇଁ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଯୋଗାଇ ଦିଆଯିବ । କେନ୍ଦ୍ରପତ୍ର ସଂଗ୍ରହ ‘କେରି’ ପ୍ରତି ଦର ୨ ଟଙ୍କା ରଖାଯିବ ଓ ପତ୍ର ତୋଳାଳି ବିଡା ବାନ୍ଧୁଥିବା ତୋଳାଳିଙ୍କୁ ଯଥାକ୍ରମେ ୩୫% ଓ ୪୦% ବୋନସ ପ୍ରଦାନ କରାଯିବ । ଅଧାରୁ ସ୍କୁଲ ଛାଡୁଥିବା ଆଦିବାସୀ ଓ ଦଳିତ ଛାତ୍ର ଛାତ୍ରୀଙ୍କ ବାର୍ଷିକ ୫ହଜାର ଟଙ୍କା ସହିଦ ମାଧୋସିଂ ବୃତ୍ତି ପ୍ରଦାନ କରାଯିବ । ରତ୍ନ ଭଣ୍ଡାର ର ଚାବି ଖୋଲି ମହାପ୍ରଭୁଙ୍କ ହିସାବ ଆକଳନ କରାଯିବ । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲି ଭକ୍ତଙ୍କ ସୁବିଧା ଦର୍ଶନର ବ୍ୟବସ୍ଥା କରାଯିବ । ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କର ଭତ୍ତା ୩ହଜାର ଟଙ୍କାରୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।"

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ସଂସଦ କ୍ଷେତ୍ର ସଂଯୋଜକ ଦିନେଶ ଶର୍ମା ଓ ଯଜ୍ଞେଶ୍ୱର ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.