ETV Bharat / politics

୨୪ ବର୍ଷର ସରକାରର ପତନ; ଅପ୍ରତିଦ୍ବନ୍ଦ୍ବୀ ନବୀନଙ୍କ ଅପ୍ରତ୍ୟାଶିତ ପରାଜୟ, ଓଡ଼ିଶାରେ ଫୁଟିଲା ପଦ୍ମ - Odisha Assembly Results 2024

author img

By ETV Bharat Odisha Team

Published : Jun 4, 2024, 9:48 PM IST

Odisha Lok Sabha And Assembly Election Results 2024: ଓଡ଼ିଶାରେ ଭାଙ୍ଗିଲା ଦୀର୍ଘ ୨୪ ବର୍ଷର ସରକାର । ସବୁ କଳ୍ପନାଜଳ୍ପନା, ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜୟର ଗେରୁଆ ବାନା ଉଡାଇଲା ବିଜେପି । ୧୪୭ ଆସନରୁ ବିଜେପି ୮୦ ଆସନ ଜିତି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ଏହାରି ସହିତ ଓଡ଼ିଶାରେ ପ୍ରଥମ ଥର ସରକାର ଗଢିବାକୁ ଯାଉଛି । ଅଧିକ ପଢନ୍ତୁ

୨୪ ବର୍ଷର ସରକାରର ପତନ; ଅପ୍ରତିଦ୍ବନ୍ଦୀ ନବୀନଙ୍କ ଅପ୍ରତ୍ୟାଶିତ ପରାଜୟ, ଓଡ଼ିଶାରେ ଫୁଟିଲା ପଦ୍ମ
୨୪ ବର୍ଷର ସରକାରର ପତନ; ଅପ୍ରତିଦ୍ବନ୍ଦୀ ନବୀନଙ୍କ ଅପ୍ରତ୍ୟାଶିତ ପରାଜୟ, ଓଡ଼ିଶାରେ ଫୁଟିଲା ପଦ୍ମ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ଦୀର୍ଘ ଅଢେଇ ଦଶନ୍ଧିର ସରକାରର ପତନ । ଧ୍ବଂସ ହେଲା ବିଜେଡିର ଅଭେଦ୍ୟ ଗଡ଼ । ପଶ୍ଚିମରୁ ଉପକୂଳ... ସବୁଠି ଫୁଟିଛି ପଦ୍ମ । ବିଗତ ୨୪ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ ଉପରେ ଭାରିପଡିଛି ୨୪ ଫଳାଫଳ । ସବୁ କଳ୍ପନାଜଳ୍ପନା ଓ ଆକଳନକୁ ପଛରେ ପକାଇ ଅପ୍ରତ୍ୟାଶିତ ଭାବେ ଓଡ଼ିଶାରେ ବଡ଼ ବିଜୟ ରେକର୍ଡ କରିଛି ବିଜେପି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳକୁ ବୃହତ୍ ପରାଜୟର ସାମ୍ନା କରିବାକୁ ପଡିଛି । ଏହାରି ସହିତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବାର ସ୍ବପ୍ନ ଅଧୁରା ରହିଛି ନବୀନଙ୍କର । ଉଭୟ ଲୋକସଭା ସମେତ ବିଧାନସଭା ଆସନରେ ଉଲ୍ଲେଖନୀୟ ସଫଳତା ସହ ଓଡ଼ିଶାରେ ସରକାର କରିବାକୁ ଯାଉଛି ବିଜେପି । ବିଧାନସଭାରୁ ୧୪୭ ଆସନରୁ ୭୮ ଏବଂ ୨୧ ଲୋକସଭା ଆସନରୁ ୨୦ ଆସନ ଜିତି ବିଜେପି ରୋମାଞ୍ଚକର ବିଜୟ ହାସଲ କରିଛି ।

୨୦୨୪ ଓଡ଼ିଶା ନିର୍ବାଚନର ଫଳାଫଳ ଖୁବ୍ ଉତ୍ସାହଜନକ ରହିଛି । ୨୪ ବର୍ଷ ଧରି ରାଜ୍ କରୁଥିବା ବିଜେଡି ହାତରୁ କ୍ଷମତା ଡୋର୍ ଛଡାଇ ନେଇଛି ବିଜେପି । ଭାରତୀୟ ଜନତା ପାର୍ଟିର ଏହି ବୃହତ୍ ବିଜୟ ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ବିଜେଡିର ଶୀର୍ଷ ନେତା ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସ ଏବଂ ଏକାଧିକ ହେଭିୱେଟ ନେତାମନ୍ତ୍ରୀ ପରାଜିତ ହୋଇଛନ୍ତି । ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଭଳି ଗଡ଼ ଖସିଯାଇଛି ବିଜେଡି ହାତରୁ ।

୨୪ ବର୍ଷର ସରକାରର ପତନ
୨୪ ବର୍ଷର ସରକାରର ପତନ (ETV Bharat Odisha)

ନିର୍ବାଚନରେ ପରାଜିତ ବିଜେଡି ମନ୍ତ୍ରୀ: ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, ଗଞ୍ଜାମ ଭଳି ବିଜେଡିର ଅଭେଦ୍ୟ ଗଡ଼ ଧ୍ବଂସ କରିଦେଇଛି ବିଜେପି । ମୋଦି ଲହରରେ ଦଳର ବଡ଼ ବଡ଼ ମନ୍ତ୍ରୀମାନେ ମାଟି କାମୁଡିଛନ୍ତି । ଟିଟିଲାଗଡରେ ମନ୍ତ୍ରୀ ଟୁକୁନି ସାହୁ ହୁଅନ୍ତୁ କି ଭଞ୍ଜନଗରରେ ୬ ଥରର ବିଧାୟକ ବିକ୍ରମ କେଶରୀ ଆରୁଖ ଅବା ବୌଦ୍ଧରେ ପ୍ରଦୀପ ଅମାତ, ଏକାମ୍ରରେ ଅଶୋକ ପଣ୍ଡା, ସୁକିନ୍ଦା ଆସନରେ ପ୍ରୀତିରଞ୍ଜନ ଘଡେଇ, ମହାକାଳପଡାରେ ଅତନୁ ସବ୍ୟସାଚୀ ନାୟକ ଭଳି ଏକାଧିକ ମନ୍ତ୍ରୀ ପରାସ୍ତ ହୋଇଛନ୍ତି ।

ଏହାସହିତ ବିଜେଡିର ଅନେକ ପୁରୁଖା ନେତା ଏବଂ ପ୍ରମୁଖ ଚେହେରା ମଧ୍ୟ ହାରି ଯାଇଛନ୍ତି । ବଡମ୍ବାରେ ଦେବୀ ମିଶ୍ର, ଭଟଲିରେ ସୁଶାନ୍ତ ସିଂ, କୋରେଇରେ ସନ୍ଧ୍ୟାରାଣୀ ଦାସ, ବଡଚଣାରେ ବର୍ଷା ପ୍ରିୟଦର୍ଶିନୀ, ପିପିଲିରେ ରୁଦ୍ର ପ୍ରତାପ ମହାରଥୀ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି ପ୍ରମୁଖଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ: ବିଜେଡି ହାତରୁ ଖସୁଛି ଗଞ୍ଜାମ ଗଡ଼, ୧୩ ଆସନରୁ ୧୧ରେ ଆଗୁଆ ବିଜେପି -Odisha Lok Sabha Election Results 2024

ହିଞ୍ଜିଳିରେ ଜିତିଲେ, କଣ୍ଟାବାଞ୍ଜିରେ ହାରିଲେ ନବୀନ: ନିଜର ରାଜନୈତିକ କ୍ୟାରିୟର ଆରମ୍ଭରୁ ଅପ୍ରତିଦ୍ବନ୍ଦ୍ବୀ ରହିଥିଲେ ନବୀନ । ଥରେ ସାଂସଦ ଏବଂ ପାଞ୍ଚ ଥର ବିଧାନସଭା ନିର୍ବାଚନ ଲଢି ୨୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ହେଲେ ୨୪ ଫଳାଫଳ ନବୀନଙ୍କୁ ଶକ୍ତ ଧକ୍କା ଦେଇଛି । କେବଳ ରାଜ୍ୟରେ ବିଜେଡି ସରକାରର ପତନ ହୋଇନି, ବରଂ ଅପ୍ରତିଦ୍ବନ୍ଦ୍ବିତ୍ବର ଯେଉଁ ରେକର୍ଡ ତାଙ୍କ ନାଁରେ ଥିବା ତାହା ମଧ୍ୟ ଆଜି ଭାଙ୍ଗିଛି । ପ୍ରଥମ ଥର ପାଇଁ ନିର୍ବାଚନରେ ପରାସ୍ତ ହୋଇଛନ୍ତି ନବୀନ । ନିଜର ପାରମ୍ପରିକ ହିଞ୍ଜିଳି ଆସନରେ ସେ ଜିତିଥିଲେ ହେଁ କଣ୍ଟାବାଞ୍ଜି ଆସନରେ ତାଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଛି । ବିଜେପିର ଲକ୍ଷ୍ମଣ ବାଗଙ୍କ ଠାରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ନବୀନ ପରାଜିତ ହୋଇଛନ୍ତି ।

୨୦୧୯ରେ ସ୍ବିପ୍, ୨୦୨୪ରେ ଫ୍ଲପ୍ ବିଜେଡି:

୨୦୧୯ ନିର୍ବାଚନରେ ବିଜେଡି ୧୪୭ ଆସନରୁ ୧୧୨ ଆସନ ଜିତି ନିରଙ୍କୁଶ ଶାସନ କ୍ଷମତା ବଜାୟ ରଖିଥିଲା । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ନବୀନ ପଟ୍ଟନାୟକ । ଲୋକସଭାରେ ମଧ୍ୟ ବିଜେଡି ୨୧ରୁ ୧୨ଟି ଆସନ ସହ ସ୍ବିପ୍ କରିଥିଲା । ହେଲେ ୨୪ର ଚିତ୍ର ପୁରା ଓଲଟପାଲଟ ହୋଇଯାଇଛି । ଲୋକସଭାରେ ବିଜେଡି ଖାତା ଖୋଲି ପାରିନି । ବିଜେପି ୨୦ଟି ଆସନରେ ବାଜିମାତ୍ କରିଥିବାବେଳେ କଂଗ୍ରେସ ଗୋଟିଏରେ ସୀମିତ ରହିଛି । ବିଧାନସଭାରେ ବିଜେପି ୭୮ଟି ଆସନ ପାଇଛି । ବିଜେଡି ୫୧ ଏବଂ କଂଗ୍ରେସ ୧୪ଟି ଆସନରେ ସୀମିତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.