ETV Bharat / politics

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା; ଗୃହ ହୁଲୁସ୍ତୁଲ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ - Day 2 of 17th Odisha Assembly - DAY 2 OF 17TH ODISHA ASSEMBLY

Day 2 of 17th Odisha Assembly: ସପ୍ତଦଶ ବିଧାନସଭା ଅଧିବେଶନର ଦ୍ବିତୀୟ ଦିନରେ ବି କମ୍ପିଲା ଗୃହ । ଧୋଇଗଲା ଶୂନ୍ୟକାଳ ପ୍ରଶ୍ନକାଳ । ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ହୋହାଲ୍ଲା । ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ । ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

Day 2 of 17th Odisha Assembly
Day 2 of 17th Odisha Assembly (ETV Bharat Odisha)
author img

By ETV Bharat Odisha Team

Published : Jul 23, 2024, 8:22 PM IST

ଭୁବନେଶ୍ବର: ସପ୍ତଦଶ ବିଧାନସଭା ଅଧିବେଶନର ଆଜି ଦ୍ବିତୀୟ ଦିନରେ ଗୃହ ଭିତରେ ପ୍ରବଳ ହଟ୍ଟଗୋଳ । ଗୃହକୁ ଚଲେଇ ଦେଲେନାହିଁ ବିରୋଧୀ । ଧୋଇଗଲା ଶୂନ୍ୟକାଳ ପ୍ରଶ୍ନକାଳ । ଦ୍ବିତୀୟ ଦିନରେ ବି ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କମ୍ପିଥିଲା ଗୃହ । ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ଏହି ପ୍ରସଙ୍ଗରେ ସରକାରଙ୍କ ଓଡିଆ ଅସ୍ମିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ହୋହାଲ୍ଲା ଭିତରେ ବାଚସ୍ପତି ସୁରମା ପାଢ଼ୀଙ୍କ ପୋଡିୟମ ନିକଟକୁ ଯାଇ ମାଇକ୍‌କୁ ଟାଣି ଭାଙ୍ଗି ଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ । ଅନ୍ୟପଟେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ଆଣି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଦ୍ବିତୀୟ ଦିନରେ ଗୃହ ହୁଲୁସ୍ତୁଲ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ (ETV Bharat Odisha)

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ:-

ରାଜ୍ୟପାଳଙ୍କ ପୁଅ ଲଳିତ ଦାସ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଓ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ । ହୋ ହାଲ୍ଲା ଭିତରେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତି ସୁରମା ପାଢ଼ୀଙ୍କ ପୋଡ଼ିୟମ ନିକଟକୁ ଯାଇ ତାଙ୍କ ମାଇକ୍ ଟାଣି ଆଣିଥିଲେ । ଫଳରେ ମାଇକଟି ତଳେ ପଡ଼ି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।

ନବୀନ ପଟ୍ଟନାୟକଙ୍କୁ ଗିରଫ ଦାବି:-

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ବିଧାନସଭାରେ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୃହ ଭିତରେ ନବୀନ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା ପାଇଁ ଗିରଫ ଦାବି କରିଛନ୍ତି ମୁକେଶ । ସେପଟେ ଏ ନେଇ ଧାମନଗର ବିଧାୟକ ତଥା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, " ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଶୃଙ୍ଖଳିତ ଆଚରଣ ଗ୍ରହଣ କରାଯାଇ ପାରିବନାହିଁ । ନିୟମରେ ଦଣ୍ଡବିଧାନ ମଧ୍ୟ ରହିଛି । ପାର୍ଲାମେଣ୍ଟ ରୁଲ୍ସ ଆଣ୍ଡ ପ୍ରୋସିଜ୍ୟୁଅର ନିୟମ ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଶୃଙ୍ଖଳିତ ଆଚରଣ କରାଯାଇପାରିବନାହିଁ । ତେବେ ଯାହା ଘଟିଲା ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜଣେ ଦାୟିତ୍ବବାନ ବିରୋଧୀ ଦଳ ନିକଟରୁ ଏହା ଆଶା କରାଯାଏନାହିଁ ।"

ନବୀନଙ୍କ ଗିରଫ ଦାବି ନେଇ ବିଜେଡି ରଖିଲା ଜବାବ:-

ସେପଟେ ଏହାର ଜବାବ ରଖିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଗିରଫ ଦାବି ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ଯେହେତୁ ବିଜେପି ନୂଆ କରି ସରକାର ଆସିଛନ୍ତି, ବିଧାନସଭା ରୁଲ୍ସ ଆଣ୍ଡ ପ୍ରୋସିଜ୍ୟୁଅର ନେଇ ଜ୍ଞାନ ନଥିବାରୁ ସେମାନେ ଗୃହ ଚଲାଇ ପାରୁନାହାନ୍ତି । ସରକାରୀ ଦଳର ପରମ ଦାୟିତ୍ବ ବିଧାନସଭାକୁ ଭଲରେ ଚଲାଇବା । ସେଥିଲାଗି ବିଜେନସ ଆଡଭାଇଜରି କମିଟି ଗଢାଯାଏ । ହେଲେ ଏପରି ହୋଇନାହିଁ । ସେମାନେ ଯାହା ରେଫର କଲେ ସେମାନଙ୍କର ଅନଭିଜ୍ଞତାର ପରିଚୟ ଦେଲେ । ବିଧାନସଭା କି ପାର୍ଲାମେଣ୍ଟର ପ୍ରୋସିଡିଂ ଭିତରେ ଗିରଫ ନେଇ କେବେ ମୁଁ ଇତିହାସରେ ଦେଖିନାହିଁ । ଏଭଳି କରି ନିଜର ଅନଭିଜ୍ଞତାର ପରିଚୟ ଦେଇ ନିଜକୁ ହାସ୍ୟାସ୍ପଦ ନ କରିବାକୁ ଅନୁରୋଧ ।"

ପ୍ରଥମ ଦିନରେ ବି କମ୍ପିଥିଲା ଗୃହ:-

ଗତକାଲି ସପ୍ତଦଶ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବି ଚାଲିପାରିନଥିଲା ଗୃହ । ଦେଖିବାକୁ ମିଳିଥିଲା ASO ମାଡ଼ ଝଡ଼ । ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ କେବେ କାର୍ଯ୍ୟାନୁଷ୍ଠାନ ନେଇ ନବୀନ ମୋହନ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗ ତାଙ୍କୁ ଓ ତାଙ୍କ ଦଳକୁ ଆଘାତ ଦେଇଥିଲା ବୋଲି କହି କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ମଧ୍ୟ କକ୍ଷତ୍ୟାଗ କରିଥିଲା । ଯେପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଇନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ।

କଣ ଥିଲା ASO ମାଡ଼ ମାମଲା ?

ଗତ ରଥଯାତ୍ରା ସମୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ପୁରୀ ରାଜଭବନରେ ରଘୁବର ଦାସଙ୍କ ପୁଅ ଲଳିତ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠଙ୍କ ପତ୍ନୀ । ସଂସଦୀୟ ବ୍ୟାପାର ବିଭାଗର ଏଏସ୍‌ଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପୁରୀରେ ରଥଯାତ୍ରା ଦିନ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ । ଘଟଣାରେ ଗଭୀର ଭାବେ ଆହତ ମଧ୍ୟ ହୋଇଥିଲେ ବୈକୁଣ୍ଠ । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୀତି ଜୋର ଧରିଥିଲା ।

ପଢନ୍ତୁ ଅନ୍ୟ କିଛି ଖବର

ଗୃହରେ ASO ମାଡ଼ ଝଡ: ନବୀନଙ୍କ ନିଶାନାରେ ମୋହନ ସରକାର, ଆଇନ ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧର

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: ପୁରିଲା ମହଲତ ମିଳିଲାନି ନ୍ୟାୟ, ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠିଲା ପ୍ରଶ୍ନ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.