ETV Bharat / politics

ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା କଂଗ୍ରେସ କରିବ ପ୍ରାର୍ଥୀ ଘୋଷଣା - General Election 2024

author img

By ETV Bharat Odisha Team

Published : Mar 26, 2024, 10:11 PM IST

OPCC Will Declare Candidates List With In 2nd Week Of April: ଆସନ୍ତା ନିର୍ବାଚନ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ରାଜନୈତିକ ଦଳ । ସେଣ୍ଟ୍ରାଲ ଇଲେକସନ କମିଟି ଦ୍ବାରା ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା କଂଗ୍ରେସ ଘୋଷଣା କରିବ ପ୍ରଥମ ପର୍ଯାୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ

ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା କଂଗ୍ରେସ କରିବ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବାଜି ସାରିଛି ନିର୍ବାଚନୀ ବିଗୁଲ । ନିର୍ବାଚନର ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ତେବେ ରାଜ୍ୟରେ ତିନି ଦଳ ମଧ୍ୟ ରେ ବିଜେପି ନିଜର ୧୮ଟି ସାଂସଦ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡିରେ ତୁହାକୁ ତୁହା ନବୀନ ନିବାସରେ ବୈଠକ ଚାଲିଛି । କିଏ ପ୍ରାର୍ଥୀ ହେବେ ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ବିଜେଡ଼ି ପକ୍ଷରୁ ଇସାରା ଦିଆଯାଉଛି । ସେଭଳି କଂଗ୍ରେସ ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର କରିଛି । କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛି । କିନ୍ତୁ କେନ୍ଦ୍ରୀୟ ନିର୍ବାଚନୀ ଆଳ ଦେଖାଇ ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବ କରୁଛି କଂଗ୍ରେସ । ସିଇସି ଚୂଡାନ୍ତ ନିଷ୍ପତ୍ତି ନେବ ଆଉ ନାଁ ଉପରେ ମୋହର ମାରିବ । 30 ରୁ ଉର୍ଧ୍ବ ପ୍ରାର୍ଥୀ ତାଲିକା ଚୂଡାନ୍ତ ସରିଛି ବୋଲି ଦୀର୍ଘଦିନ ଧରି ପ୍ରଭାରୀ ଅଜୟ କୁମାର କହି ଆସୁଛନ୍ତି , ହେଲେ ପଦ୍ମ ଘୁଞ୍ଚି ଘୁଂଚି ଯିବା ଭଳି କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବ ହେଉଛି ।

ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ବିଜେପି ଏବଂ ବିଜେଡି ଉଭୟ ମିଶି କରି ୨୦୨୪ ନିର୍ବାଚନ ଲଢିବାକୁ ଯାଉଛନ୍ତି । ବିଜେପି ନିଜର ପୂରା ୨୧ ସଂସଦ ପ୍ରାର୍ଥୀ ମାନଙ୍କ ତାଲିକା ପ୍ରକାଶ କରିଥିବା ବେଳେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା ସମ୍ପର୍କ ରେ ନିରବ ରହିଛି । ବୋଧହୁଏ ଉଭୟ ଦଳ ମଧ୍ୟରେ ହିସାବ କିତାବ ଜାରି ରହିଛି । ଆମ ଦଳରେ ବୁଥ , ପଞ୍ଚାୟତ ଆଦି ସ୍ତରରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଜାରି ରହିଛି । ସେଣ୍ଟ୍ରାଲ ଇଲେକସନ କମିଟି ହିଁ ପ୍ରାର୍ଥୀ ସଂକ୍ରାନ୍ତରେ ଶେଷ ନିଷ୍ପତ୍ତି ଜଣାଇବେ ।

ଏହା ମଧ୍ୟ ପଢନ୍ତୁ ... ମୋ ପୁଅ ଯଦି ଅନ୍ୟ ଦଳକୁ ଯାଏ, ତଥାପି ମୋ ଭୋଟ କଂଗ୍ରେସକୁ ଦେବି: ସୁର ରାଉତରାୟ - Sura Routray Will Vote For Congress

ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା କଂଗ୍ରେସ ଘୋଷଣା କରିବ ପ୍ରଥମ ପର୍ଯାୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା । ବିଜେଡି ଏବଂ ବିଜେପିର ଯେଉଁ ସ୍ଥାନରେ ଶକ୍ତିଶାଳୀ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ଆମେ ମଧ୍ୟ ସେହି ସ୍ଥାନରେ ଶକ୍ତିଶାଳୀ ପ୍ରାର୍ଥୀ ଦେବୁ। ରାଜ୍ୟରେ ସରକାରୀ ଦଳ ଏବଂ ବିରୋଧୀ ଦଳ ମିଶିଯାଇଛନ୍ତି ତେଣୁ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ଦଳ ବୋଲି କହିଛନ୍ତି ପିସିସି ସଭାପତି। ପୂର୍ବରୁ କଂଗ୍ରେସ 9 ରୁ 90 ସଂକଳ୍ପ ନେଇ ନିର୍ବାଚନ ପ୍ରସ୍ତୁତି ଜୋରଦାର କରୁଥିଲା। ହେଲେ ବିଜେଡି ବିଜେପି ମେଣ୍ଟ ଘୋଷଣା ନହୋଇ ବିଜେପି ଏକାକୀ ଲଢ଼ିବାକୁ ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତି ଧିମା ପରିଲକ୍ଷିତ ହେଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.