ETV Bharat / politics

କଂଗ୍ରେସକୁ ପୁଣି ଝଟ୍‌କା; ହାତ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ - Biswabhusan Das quits Congress

Biswabhusan Das quits Congress: ନିର୍ବାଚନ ତାରିଖ ଯେତିକି ପାଖଉଛି, ଖାଲି ହେବାରେ ଲାଗିଛି କଂଗ୍ରେସ ଶିବିର । ହାତ ଛାଡିଲେ ଆଉ ଜଣେ ନେତା । କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ । ଅଧିକ ପଢନ୍ତୁ

କଂଗ୍ରେସକୁ ପୁଣି ଝଟ୍‌କା; ଇସ୍ତଫା ଦେଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ

author img

By ETV Bharat Odisha Team

Published : Apr 5, 2024, 11:54 AM IST

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଆଉ ଏକ ଝଟ୍‌କା । ହାତ ଛାଡିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ । ସେ ଆଜି (ଶୁକ୍ରବାର) ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ପିସିସି ମୁଖ୍ୟ ଶରତ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ବିଶ୍ବଭୂଷଣ ଗତ ନିର୍ବାଚନରେ କାକଟପୁର ବିଧାନସଭା ଆସନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିଲେ । ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ ୨୦୦୯ ଓ ୨୦୧୯ରେ କାକଟପୁର ନିର୍ବାଚନ ମଣ୍ଡଳୀରୁ ଲଢି ଦୁଇଥର ଯାକ ପରାଜିତ ହୋଇଥିଲେ । ୨୦୦୯ ନିର୍ବାଚନରେ ୫୮ ହଜାର ୮୯୩ ଏବଂ ୨୦୧୯ରେ ୪୬ ହଜାର ୨୦୬ ଖଣ୍ଡ ଭୋଟ ପାଇ ବିଜେଡିର ତୁଷାରକାନ୍ତି ବେହେରାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିଲେ ।

ବିଶ୍ବଭୂଷଣ ଦାସ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଥିଲେ । ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । ନିର୍ବାଚନର ଦିନ କେଇଟା ପୂର୍ବରୁ ତାଙ୍କର ଇସ୍ତଫା କଂଗ୍ରେସ ପାଇଁ ବଡ ଝଟକା ହୋଇଛି । ତିନୋଟି ଯାକ ଦଳ କାକଟପୁର ଆସନରେ ଅଦ୍ୟାବଧି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଏବେ ବିଶ୍ବଭୂଷଣ କଂଗ୍ରେସ ଛାଡି କେଉଁ ଦଳକୁ ଯିବେ ତା' ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସକୁ ପୁଣି ଝଟ୍‌କା; ଇସ୍ତଫା ଦେଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ
କଂଗ୍ରେସକୁ ପୁଣି ଝଟ୍‌କା; ଇସ୍ତଫା ଦେଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ଛାଡିଲେ ବାପି ସର୍ଖେଲ, ନିକଟରେ ସ୍ତ୍ରୀ ଧରିଥିଲେ ଶଙ୍ଖ - Bapi Sarkhel Quits Congress

ବିଧାନସଭା ଓ ଲୋକସଭା ନିର୍ବାଚନ ତାରିଖ ଯେତେକି ପାଖେଇ ଆସୁଛି, ଖାଲି ହେବାରେ ଲାଗିଛି କଂଗ୍ରେସ ଶିବିର । ଦଳର ବଡ ବଡ ନେତାମାନେ ହାତ ଛାଡି ଚାଲିଯାଉଛନ୍ତି । ଗତକାଲି ଜଗତସିଂହପୁରର ହେଭିୱେଟ ନେତା ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ତେବେ କେବଳ କଂଗ୍ରେସ ନୁହେଁ, ବିଜେପି ଓ ବିଜେଡିରେ ମଧ୍ୟ ଦଳ ଡିଆଁ ପର୍ବ ଜୋର ଧରିଛି । ହେଲେ ଉଭୟ ଦଳରେ ସେହି ମାତ୍ରାରେ ବହୁ ନେତା ଓ କର୍ମୀ ଯୋଗ ଦେଉଥିବା ବେଳେ କଂଗ୍ରେସର ସ୍ଥିତି କିନ୍ତୁ ଦୁର୍ବଳ ହେବାରେ ଲାଗିଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.