ETV Bharat / politics

କଂଗ୍ରେସ ବିଧାୟକ ଦଳ ନେତା ବାଛିବ AICC, 2 ଜଣଙ୍କ ନାମ ସୁପାରିସ - CONGRESS MLA MEETING

author img

By ETV Bharat Odisha Team

Published : Jun 20, 2024, 10:44 AM IST

Congress Legislator Party Meeting: କିଏ ହେବ କଂଗ୍ରେସର ବିଧାୟକ ଦଳ ନେତା ? ବିଧାୟକ ଦଳ ବୈଠକରେ ଏଆଇସିସିକୁ ଦୁଇ ଜଣଙ୍କ ନାମ ପଠାଯାଇଛି । ଅଧିକ ପଢନ୍ତୁ

CONGRESS MEETING
CONGRESS MEETING (ETV BHARAT ODISHA)

ଭୁବନେଶ୍ୱର: ଶେଷ ହୋଇଛି କଂଗ୍ରେସର ବିଧାୟକ ଦଳ ବୈଠକ । କିନ୍ତୁ କିଏ ହେବ ବିଧାୟକ ଦଳ ନେତା ସେନେଇ ନିଷ୍ପତ୍ତି ହୋଇ ହୋଇନାହିଁ । ଏଆଇସିସି ବାଛିବ ବିଧାୟକ ଦଳ ନେତା । 5 ଥରର ବିଧାୟକ ତାରା ପ୍ରସାଦ ବାହିନୀପତି ଓ 3 ଥର ବହୁମତ ପାଇଥିବା ରାମଚନ୍ଦ୍ର କାଡ଼ାମଙ୍କ ନାମ ଏଆଇସିସିକୁ ପଠାଯାଇଛି । ଯାହା ନାମ ଉପରେ ଏଆଇସିସି ମୋହର ମାରିବେ ସେ ହିଁ ହେବେ କଂଗ୍ରେସ ଦଳର ନେତା । ପିସିସି ସଭାପତି ଶରତ ପଟ୍ଟନାୟକ ବୈଠକ ପରେ ଏପରି କହିଛନ୍ତି ।

CONGRESS MEETING (ETV BHARAT ODISHA)

ବୁଧବାର ହୋଟେଲ କଳିଙ୍ଗ ଅଶୋକାରେ କଂଗ୍ରେସ ଦଳର ବୈଠକ ବସିଥିଲା । ରାଜ୍ୟରେ ନୂଆ ସରକାର ଆରମ୍ଭ ହୋଇଥିବା ବେଳେ ବିଧାନସଭାରେ କଂଗ୍ରେସର ରଣନୀତି କଣ ରହିବ, କିଭଳି ନେତାଙ୍କ ଉପସ୍ଥାନ ରହିବ ଓ କେଉଁ ପ୍ରସଙ୍ଗ ଦଳ ଉଠାଇବ ଓ ବିଧାୟକ ଦଳ ନେତା କିଏ ମଧ୍ୟ ହେବ ସେନେଇ ଆଲୋଚନା ହୋଇଥିଲା । ବୈଠକ ଶେଷ ହେବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ''କଂଗ୍ରେସ ଦଳ ଠିକଣା ଭାବରେ ରାଜ୍ୟର ସ୍ବାର୍ଥ ପାଇଁ ଲଢେ଼ଇ କରୁଛି ଓ କରିବ । ବିଜେଡିକୁ ଯେଉଁଭଳି ବିରୋଧ ହେଉଥିଲା ବିଜେପିକୁ ମଧ୍ୟ ସେହିଭଳି ବିରୋଧ ହେବ ।''

ଏହା ମଧ୍ୟ ପଢନ୍ତୁ-କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା, ଜୋର ଧରିଲା ଚର୍ଚ୍ଚା - ODISHA CONGRESS MLA LEADER RACE

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ''ବିଜେଡି ଏଠାରେ ବିଜେପିକୁ ବିରୋଧ କରିପାରିବ ନାହିଁ । କାରଣ ବିଜେଡିକୁ ଚିଟ ଫଣ୍ଡ, ଖଣି ଦୁର୍ନୀତିରେ ଇଡି ଓ ସିବିଆଇ ଭୟ ଅଛି । ତେଣୁ ସେ ବିରୋଧ କରି ପାରିବ ନାହିଁ । ଏଠାରେ କଂଗ୍ରେସ ହେବ ପ୍ରକୃତ ଦଳ । ବାକି ବିଧାୟକ ଦଳ ନେତା ଯିଏ ହେବ ସେ ତାହାକୁ ସମର୍ଥନ କରିବେ ।" ସୋଫିଆ କହିଛନ୍ତି, ''ବିଜେଡି ସହିତ ବିଜେପିର ମେଣ୍ଟ ସରକାର 9 ବର୍ଷ ରହିଥିଲା । ତେଣୁ ବିଜେଡି ପ୍ରକୃତ ବିରୋଧୀ ଦଳ ନୁହେଁ, ରାଜ୍ୟରେ ପ୍ରକୃତ ବିରୋଧୀ ଦଳ ଭୂମିକା ନେବ କଂଗ୍ରେସ ।''

ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ସମୀକ୍ଷା କରିବ କଂଗ୍ରେସ: ଓଡ଼ିଶାରେ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ନେଇ ଏଆଇସିସି ଚିନ୍ତା ପ୍ରକଟ କରିଛି । ତର୍ଜମା ପାଇଁ ଏକ ଦୁଇ ଜଣିଆ ତଥ୍ୟ ଅନୁସନ୍ଧାନ ଟିମ ଗଠନ କରିଛି । ଫୋକସରେ ରହିଛି ଓଡିଶା କଂଗ୍ରେସ। କଂଗ୍ରେସ ଚଳିତ ନିର୍ବାଚନରେ 14ଟି ବିଧାନସଭା ସିଟରେ ବିଜୟୀ ହୋଇଥିବା ବେଳେ ଲୋକସଭାରେ ଗୋଟିଏ ସିଟ ଜିତିଛି । ଏଆଇସିସି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଅଜୟ କୁମାରଙ୍କ ନିର୍ବାଚନ ପରିଚାଳନାକୁ ନେଇ ଅସନ୍ତୋଷ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ସେଥିପାଇଁ ଉଭୟ କେନ୍ଦ୍ରୀୟ ନେତା ଓଡିଶା ଆସି ବିଭିନ୍ନ ନେତାଙ୍କ ସହ ଆଲୋଚନା କରିବେ । କାହିଁକି ଦଳର ଏଭଳି ପଦର୍ଶନ ହେଲା, କଂଗ୍ରେସ କାହିଁକି ଓଡିଶାବାସୀଙ୍କ ମନ ଜିଣି ପାରିଲା ନାହିଁ ତାର କାରଣ ଖୋଜିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.