ETV Bharat / politics

କଂଗ୍ରେସର ପରାଜୟ ପରେ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ - Bhakta Das quits his post

author img

By ETV Bharat Odisha Team

Published : Jun 10, 2024, 3:12 PM IST

Bhakta Das quits his post: ଏଥର ନିର୍ବାଚନରେ ୯ରୁ ୯୦ ନାରା ଦେଇଥିଲା ଓଡ଼ିଶା କଂଗ୍ରେସ । ହେଲେ ଦଳ ଆଶାନୁରୂପ ସଫଳତା ପାଇନି । ତେଣୁ ନୈତିକତା ଦୃଷ୍ଟିରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଭକ୍ତ ଚରଣ ଦାସ । ଅଧିକ ପଢ଼ନ୍ତୁ

Bhakta Das quits his post
Bhakta Das quits his post (ETV Bharat Odisha)

ଭୁବନେଶ୍ବର: କଂଗ୍ରେସ ପ୍ରଚାର କମିଟି ସଭାପତି ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ । ନିଜର ଇସ୍ତଫା ପତ୍ର ଏଆଇସିସିକୁ ପଠାଇଛନ୍ତି ଭକ୍ତ । ଏଥର ନିର୍ବାଚନରେ ପ୍ରଦେଶ କଂଗ୍ରେସ ଆଶାତୀତ ସଫଳତା ପାଇନଥିବାରୁ ନୈତିକତା ଦୃଷ୍ଟିରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତ ଦାସ । ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦେଇଥିଲା ଦଳ । ନିର୍ବାଚନରେ ଦଳର ଯେଉଁ ଆଭିମୁଖ୍ୟ ଥିଲା, ତାହା ସଫଳ ହୋଇପାରିଲା ନାହିଁ । ତେଣୁ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତ ।

୨୦୨୪ ସାଧାରଣ ନିର୍ବାଚନରେ ୯ରୁ ୯୦ ଡାକରା ଦେଇଥିଲା ପ୍ରଦେଶ କଂଗ୍ରେସ । ହେଲେ ପ୍ରଚାର କ୍ଷେତ୍ରରେ ବିଜେପି ଓ ବିଜେଡି ଠାରୁ ଦଳ ବହୁ ପଛରେ ପଡ଼ିଯାଇଥିବା ପରି ମନେ ହୋଇଥିଲା । କଂଗ୍ରେସ ଗତଥର ପାଇଥିବା ଆସନ (୯) ଏଥର ରଖିପାରିବ କି ନାହିଁ, ସେନେଇ ଉପୁଜିଥିଲା ସନ୍ଦେହ । ଏହା ସତ୍ତ୍ବେ ଓଡ଼ିଶାରେ ପରିବର୍ତ୍ତନର ହାୱା କଂଗ୍ରେସକୁ କିଛିମାତ୍ରାରେ ସୁହାଇଥିଲା । ୯ଟି ଆସନରୁ ବଢ଼ି ଏଥର ୧୪ଟି ବିଧାୟକ ଜିତିଛି ଦଳ । ଏହା ସହିତ ପ୍ରଖର ମୋଦି ହାୱା ସତ୍ତ୍ବେ ଗତଥର ଜତିଥିବା ଗୋଟିଏ ସଂସାଦ ପଦ ଏଥର ମଧ୍ୟ ନିଜ ହାତରେ ରଖିଛି କଂଗ୍ରେସ । ହେଲେ କଂଗ୍ରେସ ଆଶାନୁରୂପ ଫଳ ନପାଇବାରୁ ନୈତିକତା ଦୃଷ୍ଟିରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତ ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ମାନସଙ୍କୁ ବହିଷ୍କାର ପରେ ତେଜିଲା ଦଳୀୟ କନ୍ଦଳ, ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ - expulsion of Manas Chowdhury

ଭକ୍ତଙ୍କ ଇସ୍ତଫା ପରେ ଏବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନେ କଂଗ୍ରେସର ପରାଜୟ ପାଇଁ ଉତ୍ତରଦାୟିତ୍ବ ନେଇ ଇସ୍ତଫା ଦେବେ କି ? ସେମାନଙ୍କର ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ, ସେନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ପ୍ରକାଶ ଥାଉ, କଂଗ୍ରେସର ଏଭଳି ପରାଜୟ ପରେ ଦଳରେ କନ୍ଦଳ ବଢ଼ିଛି । ଶୃଙ୍ଖଳା ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯିବା ପରେ ତୀବ୍ର ହୋଇଛି ଅସନ୍ତୋଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.