ETV Bharat / politics

ହିନ୍ଦୁମାନେ ବିଜେପି ହିନ୍ଦୁ ଓ ସନାତନୀ ହିନ୍ଦୁ ଭାବେ ଦୁଇ ଭାଗରେ ବାଣ୍ଟି ହୋଇଛନ୍ତି: ଅଜୟ କୁମାର

author img

By ETV Bharat Odisha Team

Published : Jan 23, 2024, 9:42 PM IST

Updated : Jan 23, 2024, 9:52 PM IST

Odisha Congress In Charge Ajoy Kumar: ବିଜେପି ଓ ବିଜେଡି ଉପରେ ପୁଣି ବର୍ଷିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । କଂଗ୍ରେସକୁ ବିକଳ୍ପ ଦଳ ଭାବେ ଚୟନ କରିବାକୁ ରାଜ୍ୟବାସୀଙ୍କୁ କଲେ ଅପିଲ । ଅଧିକ ପଢ଼ନ୍ତୁ

ଓଡ଼ିଆଙ୍କ ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବେ ଖଡ୍‌ଗେ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିବାବେଳେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଭାରୀ ଡଃ ଅଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି 3 ବରିଷ୍ଠ ନେତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ଏହା ସହିତ ଅନେକ ବରିଷ୍ଠ ନେତା, ଯେଉଁମାନେ କୌଣସି ମତାନ୍ତର କାରଣରୁ କଂଗ୍ରେସରୁ ଦୂରେଇ ଯାଇଛନ୍ତି ଓ ଦଳକୁ ଫେରିବାକୁ ଚାହୁଁଛନ୍ତି, ସେମାନେ ଆସି ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟ ପ୍ରଭାରୀ । ତେବେ ଆଗାମୀ 29 ତାରିଖରେ ଓଡ଼ିଶାରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଅଜୟ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅଜୟ କହିଛନ୍ତି, "ରାଜ୍ୟରେ ଯେପରି ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି, ସେଥୁରୁ ସ୍ପଷ୍ଟ ଯେ ଓଡ଼ିଶାର ଅସ୍ମିତା ଏକ ସଂକଟକାଳ ଦେଇ ଗତି କରୁଛି । ଦିନକୁ ଦିନ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି, ଯେପରି ବିଜେଡି ପୋଷ୍ଟରରୁ ବିଜୁଙ୍କ ଫଟୋକୁ ଆଉଟ୍‌ କରି ପାଣ୍ଡିଆନ୍‌ଙ୍କ ଫଟୋକୁ ଇନ୍‌ କରାଯାଉଛି, ଆଗାମୀ ଦିନରେ ନବୀନଙ୍କ ଫଟୋ ମଧ୍ୟ ଗାଏବ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ରାଜ୍ୟରେ ଅଣଓଡ଼ିଆ ଶାସନର ମଙ୍ଗ ଧରିବା, ଖଣିଖାଦାନକୁ ଲୁଟ୍ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ହାତରେ ଓଡ଼ିଶାକୁ ଟେକିଦେବା ଆଦି ଘଟଣା ସ୍ଵାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି । ଓଡ଼ିଶା ଓଡ଼ିଆଙ୍କର, ଓଡ଼ିଆଙ୍କ ଦ୍ବାରା ଏବଂ ଓଡ଼ିଆଙ୍କ ପାଇଁ ସର୍ବୋପରି ଓଡ଼ିଶାର ଅସ୍ମିତା ପ୍ରତ୍ୟେକ ଓଡ଼ିଆଙ୍କ ଧେୟ ହେବା ଉଚିତ ।"

ଏହା ମଧ୍ୟ ପଢ଼ନ୍ତୁ...ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମୋକିମ, ଚିରଞ୍ଜୀବ ଓ କୃଷ୍ଣ ସଗରିଆ

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଗସ୍ତ ସୂଚନା ଦେଇ ସେ କହିଛନ୍ତି, "ଆଗାମୀ 29 ତାରିଖ ଦିନ ଓଡ଼ିଆଙ୍କ ଅସ୍ମିତା ପାଇଁ ହେଉଥିବା ଲଢେଇରେ ସାମିଲ ହେବେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏହି କାର୍ଯ୍ୟକ୍ରମରେ ପ୍ରତିଟି ସ୍ଵାଭିମାନୀ ଓଡ଼ିଆଙ୍କୁ ସାମିଲ ହେବା ପାଇଁ ନିବେଦନ କରାଯାଉଛି । କଂଗ୍ରେସ ହିଁ ରାଜ୍ୟର ପ୍ରମୁଖ ବିରୋଧ ଦଳ । କଂଗ୍ରେସକୁ ଏକ ସଶକ୍ତ ବିକଳ୍ପ ରାଜନୈତିକ ଦଳ ଭାବେ ଆଗକୁ ଆଣିବା ପାଇଁ ଦଳରେ ଯୋଗଦେବାକୁ ଇଛୁକ ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରାଯିବ ।"

ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଡକ୍ଟର ଅଜୟ କୁମାର କହିଛନ୍ତି, "ସଂପ୍ରତି ଦେଶର ହିନ୍ଦୁମାନେ ବିଜେପି ହିନ୍ଦୁ ଓ ସନାତନୀ ହିନ୍ଦୁ ଭାବେ ଦୁଇ ଭାଗରେ ବାଣ୍ଟି ହୋଇଛନ୍ତି । ବିଜେପି ହିନ୍ଦୁମାନେ ସନାତନୀ ହିନ୍ଦୁମାନଙ୍କୁ ଅନେକ ସ୍ଥାନରେ ମନ୍ଦିର ପ୍ରବେଶ କରିବାକୁ ନଦେବା, ବିଦ୍ବେଷଭାବ ସୃଷ୍ଟିକରିବା ଏପରିକି ରାସ୍ତାରେ ଯିବାକୁ ଅନୁମତି ଦେଉ ନଥିବା ଭଳି ଘଟଣା ଘୃଣା ରାଜନୀତିକୁ ପ୍ରୋତ୍ସାହିତ କରୁଛି । ବିଜେପି ଦଳ ଏବଂ ଏହାର ନେତା ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ବିରୋଧୀ କହିବା ଦୁର୍ଭାଗ୍ୟଜନକ । ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତି ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ଦ୍ୱିତୀୟ ସ୍ବାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି । ବିଜେପିର ଏକଛତ୍ରବାଦ ଶାସନ ବିରୋଧରେ ଦେଶରେ ଜାଗରଣର ଆବଶ୍ୟକତା ରହିଥିବାବେଳେ ସଭିଙ୍କୁ ନ୍ୟାୟ ଦେବା ଲାଗି କଂଗ୍ରେସ ପ୍ରତିଶୃତିବଦ୍ଧ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 23, 2024, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.