ETV Bharat / politics

୪୦୦ ପାର ମାନେ ମୋଦିଙ୍କ ପ୍ରତିଦିନ ୪୦୦ ମିଛ ପ୍ରତିଶୃତି: କଂଗ୍ରେସ - CONGRESS TARGET MODI VISIT - CONGRESS TARGET MODI VISIT

Congress target PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି କଂଗ୍ରେସ । 400 ପାର ଯାହାର ମାନେ ହେଉଛି ପ୍ରତିଦିନ 400 ମିଛ ପ୍ରତିଶୃତି ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ପ୍ରଭାରୀ । ଅଧିକ ପଢନ୍ତୁ

Congress target PM Modi
Congress target PM Modi (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 9:17 AM IST

Congress target PM Modi (ETV Bharat Odisha)

ଭୁବନେଶ୍ବର: ପୁଣି ଥରେ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ପୁରୀ, କଟକ ଓ ଅନୁଗୋଳରେ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃତ୍ବଙ୍କ ଘନ ଘନ ଓଡିଶା ଗସ୍ତକୁ ନେଇ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି, 'ଆଜି ମିଛର ମହାରାଜା ଓ ଜୁମଲାର ବାଦଶାହ ଓଡିଶା ଆସିଛନ୍ତି । ଜଣେ ସାଧାରଣ ଲୋକ ଠାରୁ ଅଧିକ ମିଛ କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସକାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ମିଛ କହୁଛନ୍ତି ଓ ମିଛ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ପକ୍ଷରୁ ପ୍ରଚାର କରାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ କାରଣରୁ ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ସଂଗ୍ରାମରେ ସିଜଫାୟର ବା ଯୁଦ୍ଧ ବିରତି ହୋଇଥିଲା । ଏହା ସହ ରୁଷ ୟୁକ୍ରେନ ମଧ୍ୟରେ ସିଜଫାୟର କରାଇଥିଲେ ମୋଦି । ମାତ୍ର ଦେଶରେ ଦୀର୍ଘ ଦିନ ଧରି ଜଳୁଥିବା ମଣିପୁରର ହିଂସାକୁ ରୋକି ପାରିଲେ ନାହିଁ କିପରି । ଗତ ୧୦ ବର୍ଷ ମଧ୍ୟରେ ନିଜର ବିଫଳତାକୁ ଲୁଚାଇବା ପାଇଁ ମୋଦି ମିଛ ଉପରେ ମିଛ କହୁଛନ୍ତି ।'

ଏହା ମଧ୍ୟ ପଢନ୍ତୁ ... ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ଜୋରଦାର ପ୍ରଚାର, କହିଲେ ନିଶ୍ଚୟ ଜିତିବି - SOFIA CAMPAIGN

'ସ୍ବାଧୀନତା ପରେ ଦେଶରେ ମୋଦିଙ୍କ କାଳରେ ବେରୋଜଗାରୀ ସଂଖ୍ୟା ସର୍ବାଧିକ ରହିଛି । ସେହିଭଳି ଦରଦାମ ବୃଦ୍ଧି ମଧ୍ୟ ବ୍ୟାପକ ଭାବେ ହୋଇଛି । ପାକ୍ ଅଧିକୃତ କାଶ୍ମୀରକୁ ନେଇ ବିଜେପି ଓ ମୋଦି ମିଛ କହିଛନ୍ତି । ମୋଦି ଏତେ ପରିମାଣର ମିଛ କହିଛନ୍ତି ଯେ ଲୋକଙ୍କୁ ଆଉ ସେ କହିଥିବା ମିଛ କଥା ଗୁଡିକ ମନେ ନାହିଁ । ସେଥିପାଇଁ ପ୍ରଧାନମନ୍ତ୍ରୀ ଯେଉଁଠିକି ଯାଉଛନ୍ତି ବିଜେପିର ଭୋଟ କମୁଛି, ତେଣୁ କଂଗ୍ରେସ ଦଳ ତରଫରୁ ଆମେ ଅନୁରୋଧ କରୁଛୁ । ଓଡ଼ିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ 2 ରୁ 3 ଦିନ ରହିଯାନ୍ତୁ, ଭୋଟ କମିଯିବ। ' ପ୍ରଧାନମନ୍ତ୍ରୀ କହୁଛନ୍ତି 400 ପାର ଯାହାର ମାନେ ହେଉଛି ପ୍ରତିଦିନ 400 ମିଛ ପ୍ରତିଶୃତି ବୋଲି କଟାକ୍ଷ କରିଛନ୍ତି କଂଗ୍ରେସ ପ୍ରଭାରୀ ।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଥିଲା । ଭୁବନେଶ୍ବରରେ ଏକ ବିଶାଳ ରୋଡ଼ ସୋ କରିଥିଲେ । ସନ୍ଧ୍ୟାରେ ରୋଡ଼ ସୋ ସାରି ମୋଦି ଭୁବନେଶ୍ବର ରାଜଭବନରେ ରାତ୍ରି ଯାପନ କରି ଦ୍ବିତୀୟ ଦିନ ବ୍ରହ୍ମପୁର, ନବରଙ୍ଗପୁରରେ ପ୍ରଚାର କରି ଦିଲ୍ଲୀ ଫେରିଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ହାଇଭୋଲ୍ଟେଜ ପ୍ରଚାର ଦେଖିବାକୁ ପ୍ରବଳ ଭିଡ ଜମିବାର ଦେଖିବାକୁ ମିଳିଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମୋଦି । ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜ୍ୟ ମୁଖ୍ୟାଳୟରେ ଦଳୀୟ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୋଦି । ଆସନ୍ତାକାଲି ସକାଳ ସମୟରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ପୁରୀରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବିଧାନସଭା ପ୍ରାର୍ଥୀ ମାନଙ୍କ ସପକ୍ଷରେ ଏକ ରୋଡ଼ ସୋ କରି ଭୋଟ ମାଗିବେ । ପରେ ଅନୁଗୁଳ ଏବଂ କଟକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.