ETV Bharat / politics

'କଂଗ୍ରେସ ଭବନ ଉପରେ ଆକ୍ରମଣର ଜବାବ ଦିଆଯିବ'; 3 ଦିନର ମହଲତ ଦେଲା କଂଗ୍ରେସ - BJP Attack on Congress Bhawan

author img

By ETV Bharat Odisha Team

Published : Jul 3, 2024, 9:09 PM IST

Congress on BJP Attack on Congress Bhawan: କଂଗ୍ରେସ ଭବନ ଆଗରେ ଗତକାଲି ଘଟିଥିବା ହିଂସା ଘଟଣାରେ ଦଳର ବରିଷ୍ଠ ନେତାଙ୍କ ବଡ଼ ନିଷ୍ପତ୍ତି । କଂଗ୍ରେସ ଭବନ ଉପରେ ଆକ୍ରମଣ କରିଥିବା ବିଜେପି ଗୁଣ୍ଡାଙ୍କୁ 3 ଦିନରେ ଗିରଫ ନକଲେ ବିଜେପି ଅଫିସରେ ପଶିବେ 20 ହଜାର ଯୁବ ଓ ଛାତ୍ର । ଅଧିକ ପଢ଼ନ୍ତୁ

Congress on BJP Attack on Congress Bhawan
Congress on BJP Attack on Congress Bhawan (ETV Bharat Odisha)

ଭୁବନେଶ୍ବର: କଂଗ୍ରେସ ଭବନ ଆଗରେ ଗତକାଲି ହୋଇଥିବା ତୁମୁଳକାଣ୍ଡକୁ ନେଇ ଦଳର ବରିଷ୍ଠ ନେତା ନେଲେ ବଡ଼ ନିଷ୍ପତ୍ତି । କଂଗ୍ରେସ ଭବନ ଆଗରେ ଆସି ବିଜେପିର ଯେଉଁ କର୍ମୀମାନେ ମଙ୍ଗଳବାର ଅପରାହ୍ନରେ ଗୁଣ୍ଡାଗର୍ଦ୍ଦି କରିଥିଲେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ 3 ଘଣ୍ଟା ମହଲତ ଦେଲା କଂଗ୍ରେସ । ଗତକାଲିର ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ଏପରିକି ଆବଶ୍ୟକ ପଡ଼ିଲେ 20 ହଜାର ଯୁବକ ଓ ଛାତ୍ରଙ୍କୁ ନେଇ ବିଜେପି ପାର୍ଟି ଅଫିସରେ ଜୋର ଜବରଦସ୍ତ ପଶିବୁ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

କଂଗ୍ରେସ ଭବନରେ ବରିଷ୍ଠ ନେତା ଏକାଠି ହୋଇ ଗତକାଲିର ଘଟଣା ଉପରେ ବୈଠକ କରି ବଡ଼ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ବିଜୁ ଜନତା ଦଳ ଯେମିତି ଅହଙ୍କାରରେ ଫାଟି ଯାଉଥିଲା, ଏବେ ବିଜେପି ସେମିତି ଅହଙ୍କାର କରୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ତାଙ୍କ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଯେଉଁଭଳି ଭାବେ ବିଜେପି କର୍ମୀ କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ କଲେ, ତାହା ଆଦୌ ଗ୍ରହଣୀୟ ନୁହେଁ । ଏଥିରୁ ସ୍ପଷ୍ଟ ଯେ, ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି । ଯଦି ୩ ଦିନ ଭିତରେ ବିଜେପିର ଆକ୍ରମଣ କାରୀଙ୍କୁ ଗିରଫ କରାନଯାଏ, ତାହେଲେ ସବୁ ଜିଲ୍ଲାରେ ଏସ୍‌ପି କାର୍ଯ୍ୟାଳୟ ଘେରାଉ କରାଯିବ । ଆବଶ୍ୟକ ପଡ଼ିଲେ ୨୦ ହଜାର କଂଗ୍ରେସ ଯୁବକ ବିଜେପି କାର୍ଯ୍ୟାଳୟରେ ପଶିବେ । ପୋଲିସ ଗୁଳିରେ କେତେ ତାକତ ଅଛି ଆମେ ଦେଖିବୁ ।"

ସେହିଭଳି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "କଂଗ୍ରେସ ଭବନକୁ ଆକ୍ରମଣ କରିବା, ରାହୁଲ ଗାନ୍ଧୀଙ୍କ ଫଟୋକୁ ଗୋବର ଓ ଢେଲା ମାଡ଼କୁ ଗ୍ରହଣ କରିବ ନାହିଁ କଂଗ୍ରେସ । ତାକୁ ନେଇ ସବୁ ଜିଲ୍ଲାରେ ପ୍ରତିବାଦ ହେବ । ଆଗକୁ କଂଗ୍ରେସ ସବୁଠି ବିଜେପିକୁ ଏହାର ଜବାବ ଦେବ ।" ଅନ୍ୟପଟେ ହିଂସା ରାଜନୀତି ଓଡ଼ିଶାରେ ଆରମ୍ଭ ହେଇଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା । ଏହାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । ଉଚିତ ସମୟରେ ଏହାର ଜବାବ ଦିଆଯିବ ବୋଲି ରମେଶ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାଷ୍ଟରକ୍ୟାଣ୍ଟିନରେ ରାହୁଲ-ମୋଦି ଝଡ଼କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ, ଏକାଧିକ ଆହତ - BJP and Congress workers Face Off

ପ୍ରକାଶ ଥାଉ, ସଂସଦରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣକୁ ନେଇ ସାରା ଦେଶରେ ବିଜେପି ହଙ୍ଗାମା କରୁଛି । ସେହି କ୍ରମରେ ଓଡ଼ିଶା କଂଗ୍ରେସ ଭବନ ଆଗରେ ଯୁବ ବିଜେପି କର୍ମୀ ଗତକାଲି (ମଙ୍ଗଳବାର) ଏହାର ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ସମୟରେ କଂଗ୍ରେସ ପକ୍ଷରୁ ମଧ୍ୟ ମୋଦିଙ୍କ କୁଶପୁତ୍ତଳିକା ଦାହ ପୂର୍ବକ ବିକ୍ଷୋଭ କରାଯାଉଥିଲା । ଏହି ସମୟରେ ଉଭୟ ଦଳର କର୍ମୀ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଯୁବ ବିଜେପି କର୍ମୀ କଂଗ୍ରେସ ଭବନକୁ ଗୋବର ଓ ଢେଲା ମାଡ଼ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ କଂଗ୍ରେସ କର୍ମୀଙ୍କ ଢେଲା ମାଡ଼ରେ ଏକାଧିକ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.