ETV Bharat / politics

ମୋହନ ମାଝୀ ସରକାରଙ୍କ ଦୀପାବଳି ଭେଟି, 3% ବଢ଼ିଲା ମହଙ୍ଗା ଭତ୍ତା, ଉପକୃତ ହେବେ 7.5 ଲକ୍ଷ

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

DA hike
DA hike (ETV Bharat Odisha)
author img

By ETV Bharat Odisha Team

Published : 7 hours ago

Updated : 5 hours ago

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 3 ପ୍ରତିଶତ ବୃଦ୍ଧି । ଉପକୃତ ହେବେ ସାଢ଼େ ୭ ଲକ୍ଷ । ପେନସନ ଭୋଗୀଙ୍କ ଟି.ଆଇ ବୃଦ୍ଧି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି । ଜୁଲାଇ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ହେବ ଲାଗୁ । ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି । ଉପକୃତ ହେବେ ସାଢ଼େ ୭ ଲକ୍ଷ । ପେନସନ ଭୋଗୀଙ୍କ ଟି. ଆଇ ବୃଦ୍ଧି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି । ଜୁଲାଇ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ହେବ ଲାଗୁ । ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କେନ୍ଦ୍ର ପରେ ରାଜ୍ୟ ସରକାର ଦେଲେ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର । ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କ ମୁହଁ ମିଠା କଲେ ମୋହନ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି । ଏ ବିଷୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ଜୁଲାଇ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।

ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

ଏହା ବି ପଢନ୍ତୁ- କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ବଢ଼ିପାରେ ମହଙ୍ଗା ଭତ୍ତା, ଓଡ଼ିଶାରେ କେବେ ? - Dearness Allowance Hike

ଏହା ବି ପଢନ୍ତୁ- ଛତିଶଗଡ଼ରେ ବଢ଼ିଲା, ଓଡ଼ିଶାରେ କେବେ ବଢ଼ିବ ମହଙ୍ଗା ଭତ୍ତା ? ଅପେକ୍ଷାରେ ସାଢ଼େ ୪ ଲକ୍ଷ କର୍ମଚାରୀ

ଚଳିତ ମାସରେ ବଢାଇଥିଲା କେନ୍ଦ୍ର-

ଅପେକ୍ଷାର ଅନ୍ତ । ଦଶହରାରେ ନ ହେଲା ନାହିଁ, ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର । ବଢ଼ାଇଲେ ମହଙ୍ଗା ଭତ୍ତା (Dearness Allowance- DA) । ଦୀପାଲଇ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଖୁସ୍ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ, ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ପ୍ରଦାନ କରିଛି । ଆସନ୍ତୁ ଜାଣିବା କେତେ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା ଏବଂ କେତେ କର୍ମଚାରୀ ହେବେ ଉପକୃତ ?

ମୋଦି ବଢ଼ାଇଲେ ମହଙ୍ଗା ଭତ୍ତା :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର, ସମସ୍ତ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ମହଙ୍ଗା ଭତ୍ତା ବୃଦ୍ଧି ସଂପର୍କିତ ପ୍ରସ୍ତାବରେ ମୋହର ଲାଗିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସେହିପରି ଅବସରପ୍ରାପ୍ତ ପେନସନ ଧାରୀ ସମାନ ୩ ପ୍ରତିଶତ ଡିୟରନେସ ରିଲିଫ୍( Dearness Relief-DR) ପାଇବେ । ଏହା ପିଛିଲା ଭାବେ ୨୦୨୪ ଜୁଲାଇ ପହିଲାରୁ ଲାଗୁହେବ ।

ଏହା ବି ପଢନ୍ତୁ-ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା

କାହାକୁ DA ଦିଆଯାଏ ?

ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦିଆଯାଇଥିବାବେଳେ ପେନ୍‌ସନ୍‌ଭୋଗୀଙ୍କୁ DR ଦିଆଯାଉଛି । ବର୍ତ୍ତମାନ ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ 50 ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ 4 ପ୍ରତିଶତ ବଢାଇ ବେସିକ ଦରମାକୁ 50 ପ୍ରତିଶତ କରିଥିଲେ । ସରକାର ପ୍ରିୟଙ୍କା ରିଲିଫ୍ (DR) କୁ 4 ପ୍ରତିଶତ ବୃଦ୍ଧି କରିଛନ୍ତି। ସେହିପରି ଡିଆର ମଧ୍ୟ 4 ପ୍ରତିଶତ ବଢାଇଥିଲେ ।

ବର୍ଷକୁ କେତେ ଥର ବଢେ ଡିଏ-

ସାଧାରଣତଃ ବର୍ଷକୁ ଦୁଇ ଥର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବଢ଼ିଥାଏ । ପ୍ରଥମେ କେନ୍ଦ୍ର ସରକାର ବଢ଼ାନ୍ତି । ପରେ ରାଜ୍ୟ ସରକାରଗୁଡ଼ିକ ମହଙ୍ଗା ଭତ୍ତା ବଢ଼ାଇଥାନ୍ତି । କେନ୍ଦ୍ର ସରକାର ଗତ ମାର୍ଚ୍ଚମାସରେ ମହଙ୍ଗା ଭତ୍ତା ବଢ଼ାଇ ଥିବା ବେଳେ, ଚଳିତ ମାସ ପୁଣି ବଢ଼ାଇଛନ୍ତି । ସେହିପରି ଓଡ଼ିଶା ସରକାର ମଧ୍ୟ, କେନ୍ଦ୍ର ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ପରେ, ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି ।

Last Updated : 5 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.