ETV Bharat / politics

ଉତ୍କଳମଣିଙ୍କ ଜନ୍ମମାଟିରେ ନୂତନ ମୁଖ୍ୟମନ୍ତ୍ରୀ, ଓଡିଆ ଅସ୍ମିତା ଉପରେ ଗୁରୁତ୍ବାରୋପ - CM Mohan Charan Majhi Visits Suando

author img

By ETV Bharat Odisha Team

Published : Jun 13, 2024, 7:30 PM IST

CM Mohan Charan Majhi Visits Suando: ଶ୍ରୀମନ୍ଦିର ଦର୍ଶନ ସାରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଣ୍ଡୋକୁ ଗସ୍ତ କରିଥିଲେ । ଗୋପବନ୍ଧୁଙ୍କ ଷଠିଘରକୁ ପରିଦର୍ଶନ କରିବା ସହ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

CM Mohan Charan Majhi Visits Suando
CM Mohan Charan Majhi Visits Suando (ETV Bharat Odisha)

ନିମାପଡ଼ା: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ସୁଆଣ୍ଡୋ ଗ୍ରାମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପ୍ରାତଃରୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ପ୍ରତିଶୃତି ମୁତାବକ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା କାର୍ଯ୍ୟକ୍ରମ କରିଥିଲେ । ସେଠାରୁ ଆସି ସତ୍ୟବାଦୀ ଅନ୍ତର୍ଗତ ସୁଆଣ୍ଡୋ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠିଘରକୁ ପରିଦର୍ଶନ କରିବା ସହ ପ୍ରଣାମ କରିଥିଲେ । ପରେ ଗୋପବନ୍ଧୁ ଉଦ୍ୟାନରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଗୋପବନ୍ଧୁ ସଂଗ୍ରହଳୟକୁ ଯାଇ ବୁଲି ଦେଖିଥିଲେ । ଶେଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡିଆ ଅସ୍ମିତାକୁ ଗୁରୁତ୍ବ ଦେଇ ଏ ପବିତ୍ର ପୁଣ୍ୟ ମାଟିକୁ ସମ୍ପୂର୍ଣ୍ଣ ସରକାର ସମ୍ମାନ ଦେବା ପାଇଁ ସୁଆଣ୍ଡୋ ଆସିଛନ୍ତି ବୋଲି ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ତାଙ୍କ ସହ ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂ ଦେଓ, ଅନ୍ୟାନ୍ୟ ମନ୍ତ୍ରୀ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନେକ ପ୍ରମୁଖ ନେତୃତ୍ବ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନର ମୁଖ୍ୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେଲା ପରେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଓଡିଆଙ୍କ ଅସ୍ମିତା ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠକୁ ଆସି ତାଙ୍କ ଆଶୀର୍ବାଦ ନେଲେ ଏବଂ କିଭଳି ଭାବରେ ଓଡ଼ିଶାବାସୀଙ୍କୁ କିଭଳି ସେବା କରିବେ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଲେ । ତେଣୁ ଭାରତୀୟ ଜନତା ପାର୍ଟିର ସରକାର ହୋଇଛି ।

ଏହା ମଧ୍ୟ ପଢନ୍ତୁ ... କେନ୍ଦୁଝରରୁ କ୍ୟାପିଟାଲ୍, ରାଇକଳାରୁ ରାଜ୍ୟ ମୁଖିଆ, ସହଜ ନ ଥିଲା ମୋହନଙ୍କ ସଂଘର୍ଷମୟ ଯାତ୍ରା ! - CM MOHAN MAJHI VILLAGE RAIKALA

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ସରକାର ଆସିବା ପୂର୍ବରୁ ଓଡିଆଙ୍କ ଅସ୍ମିତା ଉପରେ ପ୍ରଶ୍ନ ଉଠୁଥିଲା ଓ ଓଡିଆ ଅସ୍ମିତା ସଙ୍କଟରେ ଆସିଥିଲା । ବିଜେପି ଓଡିଆ ଅସ୍ମିତାକୁ ସମ୍ମାନ ଦେଇଛି ଓ ନୂଆ ସରକାର ସମ୍ପୂର୍ଣ୍ଣ ଭାବେ ଓଡିଆ ଅସ୍ମିତା ଉପରେ କାମନ କରିବେ । ସରକାର ସୁଆଣ୍ଡୋକୁ ଆସିଛି ସମ୍ମାନ ଦେବା ପାଇଁ । ଓଡିଆଙ୍କୁ ଭାରତବର୍ଷରେ ସବୁଠାରୁ ଆଗୁଆ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । " ଓଡିଆଙ୍କ ଅସ୍ମିତା ନିଶ୍ଚିତ ଆଗାମୀ ଦିନରେ ଆହୁରି ଆଗକୁ ଯିବ, ତେଣୁ ଆଜି ଗୋପବନ୍ଧୁଙ୍କ ପାଖରେ ପ୍ରାର୍ଥନା କରି ଆମ ରାଜ୍ୟର ପୁରା କ୍ୟାବିନେଟ୍ ଓଡ଼ିଶା ସରକାର ଗୋପବନ୍ଧୁଙ୍କ ପାଖକୁ ଆସି ତାଙ୍କୁ ପ୍ରଣାମ ଜଣାଇ ତାଙ୍କ ଆଶୀର୍ବାଦ ନେଇଥିଲା ବେଳେ ଅଞ୍ଚଳବାସୀ ଯେଉଁ ଭଳି ସ୍ବାଗତ କରିଛନ୍ତି ସେଥିରେ ଓଡ଼ିଶା ସରକାର ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.