କେନ୍ଦୁଝର: ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ତିନି ଦିନିଆ କେନ୍ଦୁଝର ଗସ୍ତର ଆଜି ତୃତୀୟ ବା ଶେଷ ଦିନ । ଆଜି ଦିନ ୧୨ ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆ ଠାରେ ଏକ ମେଗା ସଦସ୍ୟତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ତାଙ୍କ ସହ ସାଂସଦ ଅନନ୍ତ ନାଏକ ଓ ତେଲକୋଇ ବିଧାୟକ ଫକିର ନାଏକ ମଧ୍ୟ ଯୋଗ ଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ୩ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ କାର୍ଯ୍ୟକ୍ରମରେ ପହଞ୍ଚି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ, ଜଗତର ନାଥ ଜଗନ୍ନାଥ ଓ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଧୂପ ଦ୍ବୀପ ପ୍ରଜୂଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଜୟ ମା’ ତାରିଣୀ ଜୟ ଜଗନ୍ନାଥ କହି ଭାଷାଣ ଆରମ୍ଭ କରିଥିଲେ । "ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇ ଏହାକୁ ଜସସ୍ଵୀ କରିବାକୁ ସମସ୍ତ ଙ୍କୁ ଆହ୍ବାନ କରିଥିଲେ । ଏହା ବର୍ଷରେ ଥରେ ହୋଇଥାଏ । ଏହି ପଦ୍ମପୁର ମାଟି ମା’ ଲକ୍ଷ୍ମୀଙ୍କ ମାଟି ଆପଣମାନେ ଆମକୁ ବିପୁଳ ପରିମାଣର ଭୋଟ ଦେଇ ଯାତାଇଛନ୍ତି । ମୋଦି ଓଡିଶା ଆସି ଆପଣଙ୍କୁ ଡବଲ ଇଞ୍ଜିନ ସରକାର ମାଗିଥିଲେ ଆପଣ ମାନେ ୨୧ ଟି ସାଂସଦରୁ ୨୧ ଟିକୁ ଜିତାଇଛନ୍ତି, କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
"ମୋଦି ଆପଣ ମାନଙ୍କରେ ଏ ଦାନଙ୍କୁ ଭୁଲି ନାହାନ୍ତି । ଆପଣ ମାନେ ଆଉ ଅଭିଯୋଗ ନେଇ ଭୁବନେଶ୍ଵର ଯିବାକୁ ପଡିବ ନାହିଁ । ଆଜି ସରକାର ଆପଣଙ୍କ ପାଖକୁ ଆସିଛନ୍ତି । ଏହି ଜିଲ୍ଲାକୁ ଏକ ନମ୍ବର କରିବା ସେଥିପାଇଁ ଆପଣ ମାନଙ୍କ ସହଯୋଗ ମଧ୍ୟ ଦରକାର," କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସମୃଦ୍ଧ ବିଜେପି, ବିକଶିତ ଭାରତ
— Mohan Charan Majhi (@MohanMOdisha) October 14, 2024
କେନ୍ଦୁଝର ଜିଲ୍ଲା, ପଦ୍ମପୁର ଲକ୍ଷ୍ମୀପଡିଆ ଠାରେ ଆୟୋଜିତ 'ସଦସ୍ଯତା ଅଭିଯାନ'ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହେଲି।
ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଜନସେବାରେ ଅନୁପ୍ରାଣିତ ହୋଇ ଅତ୍ୟନ୍ତ ଉତ୍ସାହର ସହ ସାଧାରଣ ଲୋକ ଭାରତୀୟ ଜନତା ପାର୍ଟିରେ… pic.twitter.com/QGAHPUTYqY
ଆସିବା ସମୟରେ ଅନେକ ଲୋକଙ୍କର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ପୂର୍ବ ସରକାର ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ ଆଉ ସମାଧାନ ହୋଇ ଯିବ କହୁଥିଲେ ହେ ସମାଧାନ ହୋଇଛି କି ବୋଲି ପାଚାରିଥିଲେ । ସେତେବେଳେ ଜଣେ ସଚିବ ଆସି ମଞ୍ଚରେ ଭାଷଣ ଦେଉଥିଲେ ନେତା ମନ୍ତ୍ରୀ ତଳେ ଠିଆ ହେଉଥିଲେ । ହେଲେ ଆଜି ଏହି ମଞ୍ଚରେ ସରପଞ୍ଚ, ଓ୍ୱାର୍ଡ ମେମ୍ବରରେ ବସିଛନ୍ତି ତାଙ୍କର ବସିବାର ଅଧିକାର ଅଛି । ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବର୍ଷ ବର୍ଷ ଧରି ବନ୍ଧ ଥିଲା ଆମ ସରକାର ଆସିବା ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଲୋକେ ସିଧା ଆସି ଅଭିଯୋଗ ଦେଉ ପାରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ସିଧା କଥ ହୋଇ ପାରୁଛନ୍ତି, ଲୋକେ ଖୁସିରେ କାନ୍ଦୁଛନ୍ତି । ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଜିଲ୍ଲାରେ ମଧ୍ୟ ଏକ ଅଭିଯୋଗ ପ୍ରକୋଷ୍ଠର କ୍ୟାମ୍ପ ଅଫିସ ଖୋଲିଛି । ଆପଣ ମାନେ ଆଉ ଭୁବନେଶ୍ଵର ଯିବା ଦରକାର ନାହିଁ ଏହି ଠାର ଅଭିଯୋଗ ଦେବେ । ପ୍ରତି ଜିଲ୍ଲା ଯାଇ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରାଯିବା ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମାଝୀ ।
ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣର ସ୍ଵପ୍ନ ନିଶ୍ଚୟ ସାକାର ହେବ।#BJPSadasyata2024 pic.twitter.com/Ho5O4GPuEQ
— Mohan Charan Majhi (@MohanMOdisha) October 14, 2024
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ କି, ପୂର୍ବ ସରକାର ଲୋକଙ୍କ ପାଖକୁ ଗଲେ ନାହି ଅଫିସରଙ୍କୁ ପଠାଇଲେ ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ । ଏହି ଜିଲ୍ଲାର ଉନ୍ନତି ହେବ ଏକ ନମ୍ବର ହେବ ଆମ ଜିଲ୍ଲାରେ ନିଶ୍ଚୟ ଷ୍ଟିଲ ପ୍ଳାଣ୍ଟ ସ୍ଥାପନ ହେବ ଆମ ଜିଲ୍ଲା ପିଲାମାନେ ଚାକିରୀ ପାଇବେ, ମେଡିକାଲ କଲେଜ ଫୁଲ ଫ୍ଲେଜରେ ଚାଲିବ । ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି ଏକ କୋଟି ମହିଳା ମାନେ ପର୍ଯ୍ୟାୟ କ୍ରମେ ୫୦ ହଜାର ଟଙ୍କା ପାଇବେ । ଯେଉଁ ମାନେ ପାଇ ନାହାନ୍ତି କାଳୀ ପୂଜାରେ ପାଇବେ ବୋଲି କହିଛନ୍ତି । ଜଗନ୍ନାଥ ମନ୍ଦିର ଚାରି ଦୁଆର ଆମେ ସବୁ ମନ୍ତ୍ରୀ ମଣ୍ଡଳ ସଦସ୍ୟ ଯାଇ ତୁରନ୍ତ ସରକାର ଆସିବା ପରେ ଖୋଲିଲୁ ରନ୍ନ ଭଣ୍ଡାର ଖୋଲିଲୁ । ଚାଷୀମାନଙ୍କ ପାଇଁଁ ନବୀନ ସରକାର ଯାହା କହିଥିଲେ ଦେଲେ ନାହିଁ ନବୀନ ସରକାର ମିଛୁଆ ସରକାର । ବିଜେପି ଡବଲ ଇଞ୍ଜିନ ସରକାର ଚାଷୀକୁ କେନ୍ଦ୍ର ଓ ରାଜ୍ୟ ମିଶି ୧୦ ହଜାର ଟଙ୍କା ବର୍ଷକୁ ଦେଉଛନ୍ତି । ଚାଷୀକୁ ଧାନର ଏମଏସପି ମୂଲ୍ୟ ୩୧ ଶହ ଟଙ୍କା କୁ ଆମ ଡବଲ୍ ଇଞ୍ଜିନ ସରକାର ଦେବା କୁ ପାଉଛନ୍ତି ଆପଣ ମାନେ ଏବେ ଧାନ ବିକିବା ସମୟ ରେ ପାଇବେ । ଯାହା ୨୪ ବର୍ଷ ପରେ ହୋଇ ପାର ନଥିଲା ୪ ମାସ ଭିତର ଆମ ସରକାର କରିଛନ୍ତି ସବୁ ବର୍ଗର ଲୋକଙ୍କ ପାଇ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି ଆମ ସରକାର । ଆପଣ ମାନଙ୍କର ଆଶୀର୍ବାଦ ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମାଝୀ ।
ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣର ସ୍ଵପ୍ନ ନିଶ୍ଚୟ ସାକାର ହେବ।#BJPSadasyata2024 pic.twitter.com/Ho5O4GPuEQ
— Mohan Charan Majhi (@MohanMOdisha) October 14, 2024
ଏହା ବି ପଢନ୍ତୁ- ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ
ଏହା ବି ପଢନ୍ତୁ- ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ, ନିଜ ଘରେ ଦେବୀ ଦୁର୍ଗାଙ୍କ କଲେ ପୂଜାର୍ଚ୍ଚନା
ଏହା ବି ପଢନ୍ତୁ-କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ
ଲୋକଙ୍କ ସମସ୍ଯାର ସମାଧାନ ପାଇଁ ଆମ ସରକାର ସବୁବେଳେ ପ୍ରସ୍ତୁତ।
— Mohan Charan Majhi (@MohanMOdisha) October 14, 2024
କେନ୍ଦୁଝର ଠାରେ ଆଜି ସାଧାରଣ ଲୋକଙ୍କ ସମସ୍ଯା ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କଲି। ଏହାର ତୁରନ୍ତ ସମାଧାନ ସହ ନ୍ୟାୟ ପ୍ରଦାନ ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯିବ। pic.twitter.com/A4z49NzFbS
"ଆସନ୍ତା ୫ ବର୍ଷ ମଧ୍ୟରେ ଅନେକ କାମ କରିବାର ଅଛି । ଆମ କେନ୍ଦୁଝର ସୁନାର କେନ୍ଦୁଝର ହେବ । ଏହା ପରେ ଉପସ୍ଥିତ ଲୋକଙ୍କୁ ବିଜେପର ସଦସ୍ୟତା ପ୍ରଦାନ କରିଥିଲେ । ଭାରତରେ ବର୍ତମାନ ସୁଦ୍ଧା ୧୧ କୋଟି ଲୋକ ଓ ଆମ କେନ୍ଦୁଝରରେ ୯୭ ହଜାର ଲୋକା ବର୍ତ୍ତମାନ ସୁଦ୍ଧା ବିଜେପିର ସଦସ୍ୟତା ହୋଇ ସାରିଛନ୍ତି । ଉପସ୍ଥିତ ଲୋକଙ୍କୁ ମୋବାଇଲ ଟେକି ଦେଖାଇବା ପରେ ୮୮୦୦୦୦୨୦୨୪ ନମ୍ବରରେ କଲ କରି ଛାଡିବାକୁ କହିଲେ ତା ପରେ ଏକ ମେସେଜ ଆସିଲା କି ବୋଲି ପରିବା ସହ ସଦସ୍ୟତା ନମ୍ବର ପଚାରି ବୁଝିଥିଲେ ଓ କରତାଳି ଦେଇ ସ୍ୱାଗତ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ନିଜର ମୋବାଇଲ ନମ୍ବର ଲୋକଙ୍କୁ ଦେଇ କହିଥିଲେ ଆପଣ ମାନେ ରେଫରାଲ କୋଡରେ ମୋ ମୋବାଇଲ ନମ୍ବର ଦେଲେ ସିଧା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଦସ୍ୟତା ପାଇବେ," ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କେନ୍ଦୁଝର ସର୍କିଟ ହାଉସ ଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କଲି। ଏହା ସହିତ ସାଧାରଣ ଲୋକଙ୍କର ସମସ୍ୟା ଶୁଣି ସେମାନଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି। pic.twitter.com/GJjn2aHgOY
— Mohan Charan Majhi (@MohanMOdisha) October 14, 2024
ଲୋକଙ୍କର ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଫେରିଯାଇ ସେଠାରୁ ରାଇସୁଆ ଏୟାର ଷ୍ଟ୍ରିପରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ଵର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ।
3 ଦିନିଆ କେନ୍ଦୁଝର ଗସ୍ତ-
ଶାରଦୀୟ ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଶନିବାର)ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ଏକ ସ୍ଵତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଆସି ଅପରାହ୍ନ ୫ଟା ସମୟରେ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପରେ ଅବତରଣ କରିବା ପରେ କାର ଯୋଗେ ସିଧା ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ ।
କେନ୍ଦୁଝର ଜିଲ୍ଲା ଉଖୁଣ୍ଡା ଦୁର୍ଗା ପୂଜା ମଣ୍ଡପରେ ଶକ୍ତିସ୍ୱରୂପିଣୀ ମା' ଦୁର୍ଗାଙ୍କ ଦର୍ଶନ କରି ଧନ୍ୟ ହେଲିI ମହାମାୟୀଙ୍କ କୃପାରୁ ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନାI pic.twitter.com/BjBsaeqveh
— Mohan Charan Majhi (@MohanMOdisha) October 13, 2024
ଏହା ପରେ ବାମପାର ସ୍ଥିତ ସାଇ ମନ୍ଦିରକୁ ୬ ଟା ସମୟରେ ଯାଇ ସେଠାରେ ଠାକୁର ଦର୍ଶନ କରିବା ପରେ ସେଠାରୁ ନିଉ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ଓ ପୂଜା କମିଟି ସଦସ୍ୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନ-
ରବିବାର ଦିନ ରାଇକଳା ସ୍ଥିତ ନିଜ ବାସଭବନରେ ପହଞ୍ଚି ମା' ଦୁର୍ଗାଙ୍କ ଆରାଧନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଇକଳାରେ ପ୍ରାୟ 4ଘଣ୍ଟା ରହିବା ପରେ ଝୁମ୍ପୁରା ଦୁର୍ଗା ପୂଜା ମଣ୍ଡପକୁ ଯାଇ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ସୁନାରିପଶି ଓ ଉଖୁଣ୍ଡା ପୂଜା ମଣ୍ଡପରେ ଯୋଗଦେଇଥିଲେ ।