ETV Bharat / politics

ମୋହନ ସରକାର ଆଣିବେ ପ୍ରଥମ ପୂର୍ଣାଙ୍ଗ ବଜେଟ; ସାଧାରଣ ଲୋକଙ୍କ ମତାମତ ଲୋଡିଲେ ମୁଖ୍ୟମନ୍ତ୍ରୀ - Annual Budget Making Process

author img

By ETV Bharat Odisha Team

Published : Jun 19, 2024, 9:59 PM IST

Odisha CM Mohan Charan Majhi on Annual Budget: ବାର୍ଷିକ ବଜେଟ୍ 2024-25 ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି । ଆପଣ ବି ହୋଇ ପାରିବେ ସାମିଲ । ଅଧିକ ପଢ଼ନ୍ତୁ

CM Mohan Charan Majhi
CM Mohan Charan Majhi (ETV Bharat Odisha)

ଭୁବନେଶ୍ବର: 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି ନବ ନିଯୁକ୍ତ ସରକାର । ମୋହନ ସରକାରର ଏହା ପ୍ରଥମ ବଜେଟ । ଲୋକଙ୍କ ବଜେଟ ଲୋକଙ୍କ ମତାମତ ଅନୁସାରେ ପ୍ରସ୍ତୁତ ହେବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ପରାମର୍ଶ ଲୋଡ଼ିଛନ୍ତି । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ, e-mail, WhatsApp ଓ SMS ମାଧ୍ୟମରେ ମତାମତ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରି କହିଛନ୍ତି, "ରାଜ୍ୟ ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ନେଇ ବଜେଟର ପୂର୍ବ ପ୍ରସ୍ତୁତି କରିଆସୁଅଛି । ମୁଁ ସୂଚାଇ ଦେବାକୁ ଚାହେଁ ଯେ, ବର୍ତ୍ତମାନର ସରକାର ଲୋକଙ୍କ ସରକାର । ତେଣୁ ବଜେଟ ପ୍ରସ୍ତୁତିରେ ସାଧରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ଯକ । ତେଣୁ, ବଜେଟ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯିବାର ଅବଶ୍ଯକତା ରହିଛି । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ ଜରିଆରେ, e-mail, WhatsApp SMS ମାଧ୍ୟମରେ ମତାମତ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି ।"

"ବର୍ତ୍ତମାନ, 2024-25 ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହା ୱେବ-ପୋର୍ଟାଲ https://budget.odisha.gov.in/ରେ ଉପଲବ୍ଧ ରହିଛି । ଏହି ପରାମର୍ଶ ଗୁଡିକ e-mail ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ । ସେହିପରି ବଜେଟ ସମ୍ୱନ୍ଧୀୟ ମତାମତ WhatsApp ମାଧ୍ୟମରେ (+91)9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ X (@FdOdisha), Facebook (@FinanceOdisha) Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ । ଏହି ସୁବିଧା 20 ଜୁନ 2024 ତାରିଖରୁ 5 ଜୁଲାଇ 2024 ପର୍ଯ୍ୟନ୍ତ ଉପଲବ୍ଧ ରହିବ ।"

ଏହା ମଧ୍ୟ ପଢ଼ନ୍ତୁ...ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଜେଟରେ ସ୍ଥାନ ପାଇବ ଜନତାଙ୍କ ମତାମତ, ଖୋଲିବ ୱେବସାଇଟ୍ - Chief Minister Bargarh Visit

ତେବେ ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀ ସେମାନଙ୍କ ମତାମତ ଦେବାକୁ ଅନୁରୋଧ କରାଯାଇଛି । ଏହି ସ୍ୱତନ୍ତ୍ର ବ୍ୟବସ୍ଥା ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରନ୍ତୁ ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.