ETV Bharat / politics

'ଏଥର 400 ପାର୍‌' ସ୍ଲୋଗାନ ନେଇ ଭୋଟରଙ୍କ ପାଖରେ ପହଞ୍ଚିବ ବିଜେପି - ଏଥର 400 ପାର୍‌

Manmohan Samal reaction from Delhi: ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ବିଜେପି ସଭାପତି କହିଲେ 'ଏଥର 400 ପାର୍‌' ସ୍ଲୋଗାନ ନେଇ ଭୋଟରଙ୍କ ପାଖରେ ପହଞ୍ଚିବୁ । ଅଧିକ ପଢ଼ନ୍ତୁ

Manmohan Samal reaction from Delhi
Manmohan Samal reaction from Delhi
author img

By ETV Bharat Odisha Team

Published : Feb 18, 2024, 10:58 PM IST

'ଏଥର 400 ପାର୍‌' ସ୍ଲୋଗାନ ନେଇ ଭୋଟରଙ୍କ ପାଖରେ ପହଞ୍ଚିବ ବିଜେପି

ଭୁବନେଶ୍ବର: ଆଜି ଥିଲା ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନର ଦ୍ବିତୀୟ ତଥା ଉଦଯାପନୀ ଦିବସ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ତୃତୀୟ କାର୍ଯ୍ୟକାଳ କ୍ଷମତା ଉପଭୋଗର ନୁହେଁ, ବରଂ ସ୍ବପ୍ନ ଓ ସଂକଳ୍ପର ହେବାକୁ ଯାଉଛି ବୋଲି ମୋଦି କହିଛନ୍ତି । ସେହିଭଳି ଆଗମୀ 5 ବର୍ଷରେ ଦେଶ ‘ବିକଶିତ ଭାରତ’ରେ ପରିଣତ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ବପ୍ନ ସାକାର କରିବାକୁ ହେଲେ ଆଗାମୀ 100 ଦିନ ଅତି ଗୁରୁତ୍ବପୂର୍ଣ୍ଣ । ଏହି ଅବଧି ମଧ୍ୟରେ ପ୍ରତ୍ୟେକ ନୂଆ ଭୋଟର, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ, ପ୍ରତ୍ୟେକ ସମୂଦାୟ ନିକଟରେ ପହଞ୍ଚିବାକୁ ପଡିବ ବୋଲି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...‘ଆଗାମୀ 100 ଦିନ ଗୁରୁତ୍ବପୂର୍ଣ୍ଣ: ପ୍ରତ୍ୟେକ ନୂଆ ଭୋଟର, ଲାଭାର୍ଥୀ ଓ ସମୂଦାୟ ନିକଟରେ ପହଞ୍ଚିବାକୁ ହେବ’

ତେବେ ରାଷ୍ଟ୍ରୀୟ ପରିଷଦ ବୈଠକରେ ସାମିଲ ହୋଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, "ଓଡିଶାରେ ବିଜେପି ସରକାର ହେବ ଏବଂ ଡବଲ ଇଞ୍ଜିନ୍ ସରକାର ହେବ । ଏହି ସଂକଳ୍ପ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । କାରଣ ଦେଶର ୨୫ କୋଟି ଗରିବଙ୍କ ସଂଖ୍ୟା ପ୍ରଧାନମନ୍ତ୍ରୀ ମୋଦି କମାଇଛନ୍ତି । ଏହା ସାରା ବିଶ୍ବରେ ଚର୍ଚ୍ଚିତ ଉପଲବ୍ଧି । 'ଏଥର 400 ପାର', ଏହି ସ୍ଲୋଗାନରେ କାମ କରିବୁ । ଏହି ବାର୍ତ୍ତା ନେଇ ବିଜେପି ଭୋଟରଙ୍କ ପାଖରେ ପହଞ୍ଚିବ ।"

ଏହା ମଧ୍ୟ ପଢ଼ନ୍ତୁ...‘ଏଥର 370 ପାର ସହ ମୋଦିଜୀଙ୍କ ନେତୃତ୍ବରେ ହ୍ୟାଟ୍ରିକ ବିଜୟ, ବୁଥସ୍ତରରେ କରିବାକୁ ହେବ ପରିଶ୍ରମ ’

ଦୁଇ ଦିନ ଧରି ଚାଲିଥିବା ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.